ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ଜଳେଶ୍ୱର, ୧୦।୮-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ଶ୍ମଶାନ ଜାଗାକୁ ଗ୍ରାମ ବାହାରୁ ଆସିଥିବା କେତେକ ଆଦିବାସୀ ଅସ୍ଥାୟୀ ଚାଳିଆ କରି ରହିଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ଶୁକ୍ରବାର ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଗ୍ରାମର ଶ୍ମଶାନ ଜାଗାରୁ ଜବରଦଖଲ ଉଚ୍ଛେଦ ନ ହେବା ଯାଏ ଏହି ଧାରଣା ଚାଲୁରହିବ ବୋଲି ଗ୍ରାମବାସୀ କହିଛନ୍ତି।
ଗତ ୨୦୧୪ ନଭେମ୍ବର ୪ ତାରିଖଠାରୁ ଏହି ଆଦିବାସୀମାନେ ଗ୍ରାମ ଶ୍ମଶାନକୁ ଜବରଦଖଲ କରି ସେଠାରେ ଚାଳିଆ କରି ରହିଆସୁଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାଲେଶ୍ୱର କୋର୍ଟରେ ସିଟି କେସ ନଂ.୬୧୫/୧୪ ଏବଂ ଜଳେଶ୍ୱର ପି.ଏସ୍‌. କେସ୍‌ ନଂ.୨୭୫/୧୪ରେ ମାମଲା ଚାଲୁ ରହିଛି। ପୁଣି ୨୦୧୯ ମାର୍ଚ୍ଚ ୨୮ ତାରିଖ ରାତିରେ କେତେକ ଲୋକ ଆସି ସେହି ଶ୍ମଶାନ ଜାଗାରେ ଘର କରିବା ଆରମ୍ଭ କରିଥିଲେ। ଏନେଇ ଗ୍ରାମବାସୀ ଜଳେଶ୍ୱର ଆଇଆଇସି, ଏସ୍‌ଡିପିଓ, ଜଳେଶ୍ୱର ତହସିଲଦାର ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ନିମପୁର ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନରୁ ଜଳେଶ୍ୱର ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରତ୍ୟେକ ଦିନ ପୂର୍ବାହ୍ନ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଧାରଣା ଆସନ୍ତା ୧୪ ତାରିଖ ଯାଏ ଚାଲୁ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଧାରଣାରେ ନିମପୁର ଗ୍ରାମ ପରିଚାଳନା କମିଟି ସଭାପତି ଲକ୍ଷ୍ମୀନାରାୟଣ ପ୍ରଧାନ, ସମ୍ପାଦକ ନିଗମାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଜୟନ୍ତ କୁମାର ସାହୁ, ସୁକୁମାର ଦାସ, ସୁରେଶ ଚନ୍ଦ୍ର ଗିରି, ଗୈାତମ ପ୍ରଧାନ, ସୁରେନ୍ଦ୍ର ବ୍ରହ୍ନ, କାଳିଚରଣ ସାହୁ, ବେଣୁଧର ବେହେରା, ହରି ବେଶ୍ରା, ମହେଶ୍ୱର ପ୍ରଧାନ, ମନୋରଞ୍ଜନ ଘୋଷ, ଅରୁଣ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ସେହି ଶ୍ମଶାନ ଜମିରେ ମୋଟ ୭୦ଜଣ ଲୋକ ଜବରଦଖଲ କରି ରହିଛନ୍ତି। ଗ୍ରାମବାସୀଙ୍କର ଦାବି ଫଳରେ ବର୍ତ୍ତମାନ ସୁଦ୍ଧା ୩୦ଜଣଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ବାକି ୪୦ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୪ତାରିଖ ସୁଦ୍ଧା ଉକ୍ତ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri