ଜନ୍ମବେଦିରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୬ା୭: ଜନ୍ମବେଦିରେ ଏବେ ଚତୁର୍ଦ୍ଧାବିଗ୍ରହ। ବଡ଼ଦାଣ୍ଡରେ ଦୁଇଦିନ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଆଡ଼ପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ଶନିବାରଠାରୁୁ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ। ସେହିପରି ଆଡ଼ପ ଅବଢା ମଧ୍ୟ ମିଳିବ।
ଭଉଣୀଭାଇଙ୍କୁ ସାଥିରେ ଧରି ଗୁରୁବାର ଘୋଷଯାତ୍ରାରେ ବାହାରିଥିଲେ କଳାଠାକୁର। ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରୁ ରଥ ଟାଣିନେଇ ଶରଧାବାଲିରେ ପହଞ୍ଚାଇଥିଲେ। ତେବେ ରାତିରେ ବର୍ଷାରେ ଭିଜିଥିଲେ ଚତୁର୍ଦ୍ଧାବିଗ୍ରହ। ସେହିପରି ଅନେକ ଶ୍ରଦ୍ଧାଳୁ ବର୍ଷାରେ ଭିଜି ଠାକୁରଙ୍କ ଦର୍ଶନ କରିଥିଲେ। ରଥାରୂଢ ଶ୍ରୀବିଗ୍ରହମାନେ ଶୁକ୍ରବାର ଦିନତମାମ୍‌ ଭକ୍ତଙ୍କୁ ଦର୍ଶନ ଦେବା ପରେ ବାହାରିଥିଲେ ଜନ୍ମବେଦିକୁ। ସଅଳ ପହଣ୍ଡି ପାଇଁ ପ୍ରସ୍ତୁତି କରାଯାଇଥିଲା। ମଙ୍ଗଳ ଆଳତିଠାରୁ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ସମସ୍ତ ନୀତି ଅପରାହ୍ନ ୪ଟା ସୁଦ୍ଧା ସରିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତିନିରଥରୁ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ମହାପ୍ରଭୁଙ୍କୁ ମୁଦିରସ୍ତ ସେବକ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ତୁଳି ଲାଗି କରିଥିଲେ। ଅପରାହ୍ନ ୫ଟା ୫୫ରେ ବାଜିଥିଲା ବିଜେ କାହାଳୀ। ଚାରମାଳ ବନ୍ଧାବେଳେ ବର୍ଷା ଆରମ୍ଭ ହୋଇଥିଲା, ମାତ୍ର ମହାପ୍ରଭୁଙ୍କ ପହଣ୍ଡି ପୂର୍ବରୁ ଛାଡ଼ିିଯାଇଥିଲା। ସନ୍ଧ୍ୟା ୬ଟାରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ଆଡ଼ପମଣ୍ଡପକୁ ବିଜେ ହୋଇଥିଲେ। ସନ୍ଧ୍ୟା ୬ଟା ୨୫ରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ଯାଇଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ସନ୍ଧ୍ୟା ୬ଟା ୪୦ରେ ବଡଠାକୁର ବଳଭଦ୍ର ଏବଂ ସାଢେ ୭ଟାରେ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ। ରାତି ୮ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସାଢେ ୮ଟାରେ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ କରିବା ସହିତ କର୍ପୁର ଆଳତି କରିଥିଲେ। ଏହାପରେ ଗୋଟି ପହଣ୍ଡିରେ ଜଣକ ପରେ ଜଣେ ଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିଲା। ଶନିବାର ଭୋର ୫ଟାରେ ଦ୍ୱାରଫିଟା ହୋଇ ଭିତର ଶୋଧ ସରିବା ପରେ ମଙ୍ଗଳ ଆଳତି ହେବ। ଏହାପରେ ମଇଲମ, ତଡ଼ପ ଲାଗି, ଅବକାଶ ସରି ସକାଳ ସାଢେ ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ୧ଘଣ୍ଟା ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ ବୋଲି ସମୟ ନିର୍ଘଣ୍ଟ ହୋଇଛି। ସେହିପରି ଶନିବାରଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା। ଗୁଣ୍ଡିଚା ମନ୍ଦିର ରୋଷଘରେ ଏହା ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri