ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର ବିଧାୟକ ଏଥିରେ ବାଧା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିବା ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଆସୋସିଏଶନ ସଭାପତି କରୁଣାକର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ସହ-ସମ୍ପାଦକ ସୁନୀଲ ବିଶ୍ୱାଳ, ସଦସ୍ୟ ଆରବ୍ୟ ସାହୁ, ଦୁଃଶାସନ ସାହୁ ପ୍ରମୁଖ ଟ୍ରକ୍‌ ଲୋଡିଂ ସମସ୍ୟା ସମ୍ପର୍କରେ ମତାମତ ରଖିଥିଲେ। ସଭାପତି ସାହୁ କହିଥିଲେ, ଘଣ୍ଟପଡ଼ା, ରୋଢ଼ାଶର, ଚାଳଗଡ଼, ବଇଣ୍ଡା, ପଦ୍ମାବତୀପୁର, ବାହାଳ ଆଦି ଗ୍ରାମ କୋଇଲା ଖଣି ଦ୍ୱାରା ପ୍ରଭାବିତ ହୋଇଥିବାରୁ କେତେଜଣ ବେକାର ଯୁବକ ଟ୍ରକ୍‌ ଦ୍ୱାରା କୋଇଲା ପରିବହନ କରି କିଛି ରୋଜଗାର କରୁଛନ୍ତି। କିନ୍ତୁ କିଛି ଦିନ ହେବ କୋଇଲା ଲୋଡିଂରେ ବହୁ ପ୍ରକାରର ବାଧାବିଘ୍ନ ଘଟୁଛି। ଲୋଡିଂ ଯେଉଁ ପରିମାଣର ହେବା କଥା ତାହା ହୋଇପାରୁ ନାହିଁ। ୧୦୩ ମାଲିକଙ୍କ ୧୮୦ ଟ୍ରକ୍‌ ମଧ୍ୟରୁ ୮୦ରୁ ୧୦୦ ଟ୍ରକ୍‌ରେ ମାଲ ପରିବହନ କରାଯାଉଛି। ଏହି ସମୟରେ ସେରାବାଲି କମ୍ପାନୀ ନାମକ ଏକ ଠିକା ସଂସ୍ଥା ସ୍ଥାନୀୟ କୋଇଲା ଖଣିରୁ ପରିବହନ ପାଇଁ ଅନୁମତି ପାଇଛି। ଏହି କମ୍ପାନୀ ନିଜର ୩୦ଟି ଟ୍ରକ୍‌କୁ ଆଣି ଖଣି ନିକଟରେ ରଖିଛି। ଆଗକୁ କମ୍ପାନୀ ସମସ୍ତ କୋଇଲା ନିଜ ଟ୍ରକ୍‌ ଦ୍ୱାରା ପରିବହନ କରିବ ବୋଲି ସାହୁ କହିଛନ୍ତି। ଏପରି କି ତାଳଚେର ଅଞ୍ଚଳର କେତେଜଣ ଯୁବକଙ୍କୁ ସୁପରଭାଇଜର କରି ଏପରି କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୩ ହଜାର ଟନ୍‌ କୋଇଲା ଉପତ୍ାଦନ ହେଉଛି। ଅନ୍ୟସ୍ଥାନରୁ କୋଇଲା ପରିବହନ ପାଇଁ ଆମେମାନେ ସ୍ଥାନୀୟ ବିଧାୟକଙ୍କ ନିକଟକୁ ୧୫ ଦିନ ପୂର୍ବରୁ ଯାଇଥିଲୁ। କିନ୍ତୁ ସେ ଆମକୁ ସହଯୋଗ କରିବା ପରିବର୍ତ୍ତେ ମାନସିକ ଚାପ ଦେଇଥିଲେ। ଏ ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। ତେବେ ତାଳଚେର ଉପଜିଲାପାଳଙ୍କ ଜରିଆରେ ଏମ୍‌ପି, ବିଧାୟକ, ଥାନା ଅଧିକାରୀ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିବା ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିମାନେ ହସ୍ତକ୍ଷେପ କରି ସମାଧାନ କରିବାକୁ ଆସୋସିଏଶନ କର୍ମକର୍ତ୍ତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri