Posted inଜାତୀୟ

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ମାଛ ଧରିବା ଉପରେ ରୋକ ସମୟର କ୍ଷତି ପୂରଣ ପାଇଁ ଧୀବରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦିଆଯିବ। ଅପରପକ୍ଷରେ ରାଜ୍ୟର ଜୁନିଅର ଆଇନଜୀବୀଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା ଡିସେମ୍ବର ୨୧ଠାରୁ ଦିଆଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜଗନମୋହନ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ୧୦ ହଜାର, ଚାଷୀଙ୍କ ପାଇଁ ଲକ୍ଷେ ୩୫ ହଜାର ଏବଂ ପିଲାଙ୍କୁ ସ୍କୁଲ ପଠାଉଥିବା ମା’ମାନଙ୍କ ପାଇଁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ସହିତ ରାଜ୍ୟର ଗରିବଙ୍କ ପାଇଁ ୨୫ ଲକ୍ଷ ବାସଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ୧୧୦୦ ଶିକ୍ଷାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍‌ ଓ ଗବେଷକ ଏକ...

୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି...

କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଏସିଆନ ସିକ୍ୟୁରିଟି କନଫରେନ୍ସ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହାକୁ ନେଇ କେତେକ ଦେଶରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ...

ହାଇଦ୍ରାବାଦ ଗଣବଳାତ୍କାର ମାମଲା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ୪ ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଘଟଣାର...

କଠୁଆ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

‘୫୦ ବର୍ଷ ହେବ ଗଡୁଛି ୧୦୦୦ ମାମଲା’

ଗୁଆହାଟୀ, ୫ା୮(ପି.ଟି.): ଭାରତରେ ୫୦ ବର୍ଷ ହେବ ଏକ ହଜାରରୁ ଅଧିକ ମାମଲା ପଡ଼ିରହିଛି। ଦୁଇ ଲକ୍ଷରୁ ଅଧିକ ମାମଲା ୨୫ ବର୍ଷ ହେବ ପଡ଼ିରହିଛି।...

ଦିଲ୍ଲୀର ୩୧ ସରକାରୀ ସ୍କୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହେବ ନାମିତ

ନୂଆଦିଲ୍ଲୀ, ୧୫।୭: ଦିଲ୍ଲୀ ମ୍ୟୁନିସପାଲିଟି ଦ୍ୱାରା ପରିଚାଳିତ ୩୧ଟି ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି...

Coronavirus Update

Archives

Model This Week

Why Dharitri