ଛୋଟ ମନ୍ଦିରକୁ ଅବହେଳା

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ମହାଶିବରାତ୍ରି ଉପଲକ୍ଷେ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଶାସନ ପକ୍ଷରୁ କଙ୍କ୍ରିଟ୍‌ ଟାଇଲ୍‌ ବିଛାଯାଇ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡପ ଓ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ମାତ୍ର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ସୌନ୍ଦର୍ଯ୍ୟକରଣ ଓ ବିକାଶ ଆଳରେ ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ବିଭିନ୍ନ ଛୋଟ ମନ୍ଦିର ପୁନରୁଦ୍ଧାର କରିବା ଦୂରେ ଥାଉ ଏଗୁଡିକ ନିକଟରେ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲୁଛି। ହେଲେ ଏହି ସମୟରେ କୌଣସି ସରକାରୀ ଅଧିକାରୀ ଉପସ୍ଥିତ ନ ରହିବା ଶ୍ରଦ୍ଧାଳୁ ଓ ଏକାମ୍ରବାସୀଙ୍କୁ ଏହା ବ୍ୟଥିତ କରିଛି। ଦକ୍ଷିଣ ଦ୍ୱାର ନିକଟରେ ଶ୍ରୀଲିଙ୍ଗରାଜ ମନ୍ଦିର ସମସାମୟିକ ଗଡ଼ ଗଣେଶ ମନ୍ଦିର, ଯାହାକି ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିଲା ଏବେ ବିଭାଗୀୟ ଅବହେଳା ଯୋଗୁ ଭୁଶୁଡି ପଡିବା ସ୍ଥିତିରେ। ଏହା ଦେଖି ବହୁ ସେବାୟତ ଓ ଶ୍ରଦ୍ଧାଳୁ ଏହି ଗଡ଼ ଗଣେଶ ସମେତ ହାଟସାହି ଅଞ୍ଚଳରେ ଏଭଳି ଅନୂ୍ୟନ ୧୦ଗୋଟିରୁ ଊର୍ଦ୍ଧ୍ୱ ମନ୍ଦିର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଶହ ଶହ ବର୍ଷର ଐତିହ୍ୟ ନିକଟରେ ଶକ୍ତି ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ବସାଇ ଯାଇଛି। ଏକ ପାଖରେ ନାଳ ନିର୍ମାଣ ପରେ ସାଧାରଣ ଲୋକେ ଶୌଚ ନିମନ୍ତେ ଓ ଅଳିଆଗଦା ପରି ଏଗୁଡିକୁ ବ୍ୟବହାର କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ...

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri