ଛେନାଝିଲ୍ଲି ପାଇଁ ଜିଆଇ ଟ୍ୟାଗ୍‌: ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମିଳିବା ପରେ ଏବେ ନିମାପଡ଼ା ପ୍ରସିଦ୍ଧ ଛେନାଝିଲ୍ଲିକୁ ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗତଥର ରସଗୋଲାର ଜିଆଇ ଟ୍ୟାଗ୍‌ ଓଡ଼ିଶା ହାତରୁ ପଶ୍ଚିମବଙ୍ଗ ହାତକୁ ଚାଲିଯାଇଥିବାରୁ ଏଥର ଆଉ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାର ହେଳା ନ କରିବାକୁ ସ୍ଥିର ହୋଇଛି। ରାଜ୍ୟ ଏବଂ ରାଜ୍ୟ ବାହାରେ ନିମାପଡ଼ା ଛେନାଝିଲ୍ଲିର ବିଶେଷ ଲୋକପ୍ରିୟତା ରହିଥିବାରୁ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରାରମ୍ଭିକ ସର୍ଭେ ଆରମ୍ଭ କରିଛି। ପୁରୀ ଜିଲାର ନିମାପଡ଼ାରୁ ଛେନାଝିଲ୍ଲି ସୃଷ୍ଟି ହୋଇଥିବାବେଳେ ସର୍ଭେ ପାଇଁ ଏଠାକୁ ଏକ ୩ଜଣିଆ ଟିମ୍‌ ପଠାଯାଇଛି। ମଙ୍ଗଳବାର ଏହି ଟିମ୍‌ ନିମାପଡ଼ାର ବିଭିନ୍ନ ଅଞ୍ଚଳ ବୁଲି ଛେନାଝିଲ୍ଲିର ଉତ୍ପତ୍ତିସ୍ଥଳ ଏବଂ ଇତିହାସ ସମ୍ପର୍କରେ ପଚାରି ବୁଝିଥିଲେ। ନିମାପଡ଼ା ବଜାରରେ ଥିବା ମିଠା ଦୋକାନୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ଛେନାଝିଲ୍ଲିର ମୂଳ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଟିମ୍‌ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଜିଆଇ ଟ୍ୟାଗ୍‌ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ...

ପ୍ରକାଶ ପାଇଲା ଚିଠା ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ୱର,୯।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜିଲାସ୍ତରରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ...

ଭୁବନେଶ୍ୱରରୁ ଆଜି ପୁଣି ୨୭ ପଜିିଟିଭ୍‌ ଚିହ୍ନଟ: ୩୩ ସୁସ୍ଥ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ

ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍‌ପି ଅପରାଜିତା...

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ...

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଚାହୁଁ ଚାହୁଁ ରାସ୍ତାରେ ଜଳିଗଲା ବୁଲେଟ୍‌ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସିରିପୁର ଅଞ୍ଚଳରେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ...

ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ...

୩୭ ଅନ୍ତେବାସୀ ଅସୁସ୍ଥ, ଡାକ୍ତରୀ ଟିମ୍‌ ପହଞ୍ଚି କଲା କୋଭିଡ୍‌ ପରୀକ୍ଷା

ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ...

Advertisement
Archives

Model This Week