ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ପିଲାଙ୍କୁ ଶ୍ରୀକୃଷ୍ଣ ଓ ରାଧା ବେଶରେ ଦେଖିବାକୁ ମିଳିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଭାବନାତ୍ମକ ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷ ବୃନ୍ଦାବନ ଓ ମଥୁରାରେ ବହୁ ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳନ ହୋଇଥାଏ। ବୃନ୍ଦାବନରେ କୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଉଥିବା ବେଳେ ମଥୁରାରେ ତାଙ୍କର ଜନ୍ମୋତ୍ସବ ମନାଯାଇଥାଏ। ମାସକ ଆଗରୁ ମନ୍ଦିରର ସାଜସଜ୍ଜା, ଦୋଳିମାନ ପ୍ରସ୍ତୁତ ହୋଇଥାଏ। ସବୁଠାରୁ ମୁଖ୍ୟ ଆକର୍ଷଣୀୟ ଥାଏ ଶ୍ରୀକୃଷ୍ଣଙ୍କଠାରେ ଲାଗୁଥିବା ଛପନ ଭୋଗ। ଚଳିତ ଥର ଇଷ୍ଟ ଅଫ୍‌ କୈଲାଶ ଇସ୍କନ ମନ୍ଦିରରେ ଛପନ ଭୋଗ ସହ ପ୍ରଥମ ଥର ୧୦୦୮ ପ୍ରସାଦର ଭୋଗ କରାଯିବ। ଏଥିରେ ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟପେୟ ସଂସ୍କୃତିର ଝଲକ ଦେଖାଯିବ। ୧୦୦୮ ଭୋଗରେ ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ସମେତ ସବୁ ରାଜ୍ୟର ଭୋଗ ଏଥିରେ ସାମିଲ ହେବ। ଛପନ ଭୋଗ କଲେ ଭଗବାନ୍‌ ପ୍ରସନ୍ନ ହେବା ସହ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଠାକୁରଙ୍କୁ କାହିଁକି ଲଗାଯାଏ ଛପନ ଭୋଗ।  ଏହା ପଛରେ ମଧ୍ୟ ଏକ ପାରମ୍ପରିକ କାରଣ ରହିଛି। ମା’ ଯଶୋଦା କୃଷ୍ଣଙ୍କୁ ଆଠ ପ୍ରହର ବା ଆଠ ଥର ଖାଦ୍ୟ ଖୁଆନ୍ତି। ଦିନେ ଗୋକୁଳରେ ଭାରି ବର୍ଷା ହୋଇଥିବା ବେଳେ ଗୋବର୍ଦ୍ଧନ ପର୍ବତକୁ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଧରି ଗଁାଲୋକଙ୍କୁ ସେଥିରେ ଆଶ୍ରୟ ଦେଇଥିଲେ। ସେହି ସମୟରେ କୃଷ୍ଣ ୭ ଦିନ ପର୍ଯ୍ୟନ୍ତ କିଛି ଖାଇ ନ ଥିଲେ। ବର୍ଷା ଛାଡିବା ପରେ ଯଶୋଦା ଓ ଗୋକୁଳବାସୀ ଆଠ ପ୍ରହର ହିସାବରେ ୭ଦିନକୁ ମିଶାଇ ଛପନ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ତିଆରି କରିଥିଲେ। ସେହି ଦିନରୁ ଛପନ ଭୋଗରେ କୃଷ୍ଣଙ୍କ ମନପସନ୍ଦର ବ୍ୟଞ୍ଜନ ରହିଥାଏ। ଏଥିପାଇଁ କାହିଁ କେତେ ବର୍ଷରୁ ଭଗବାନ୍‌ ଶ୍ରୀକୃଷ୍ଣଙ୍କୁ ଛପନ ଭୋଗ ଲାଗି କରାଯିବାର ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ତିଆରି ଜୋତା, ମୂଲ୍ୟ ୭୪,୫୦୦ଟଙ୍କା

ଜୋତା ପାଦକୁ ସୁରକ୍ଷା ଦିଏ। ଗ୍ରାହକଙ୍କ ଚାହିଦା ଓ ଆରାମକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଜୋତା ତିଆରି କରିଥାଆନ୍ତି। ତେବେ ବେଳେବେଳେ କିଛି କମ୍ପାନୀ...

ରୋଗ ଭଲ ପାଇଁ ଖାଉଛନ୍ତି ବାଲି

ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ...

୧୩ ମାସ ମଧ୍ୟରେ ଏହି ଗାଁରୁ ବାହାରି ନାହାନ୍ତି ଗୋଟିଏ ବି କରୋନା ପଜିଟିଭ୍‌

ବର୍ତ୍ତମାନ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ଏପରି ସ୍ଥିତିରେ କେତେକ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ରୋଗୀମାନଙ୍କୁ ବେଡ୍‌ ବି ମିଳୁନି।...

ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି

ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...

ଗୀତ ଶୁଣି ନାଚନ୍ତି ମୂଷା

ଟୋକ୍‌ୟୋ: ସଙ୍ଗୀତ ଜୀବନକୁ ମଧୁର କରିବା ସହିତ ଲୋକଙ୍କ ଜୀବନରେ ସଙ୍ଗୀତର ମୂଲ୍ୟ ଅନେକ। କେତେଜଣ ସଙ୍ଗୀତ ଶୁଣିବା କ୍ଷଣି ଆରମ୍ଭ କରିଥାଏ। ତେବେ ମଣିଷଙ୍କ...

ଚଳନ୍ତା କାର୍‌ରୁ ବାହାରି ମଦ ପିଇଲେ ଦୁଇ ଯୁବକ, ଷ୍ଟଣ୍ଟ୍‌ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଦୁଇ ଯୁବକ ଚଳନ୍ତା କାର୍‌ରେ ଠିଆ ହୋଇ ମଦ ପିଉଥିବା ଦୃଶ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ରାସ୍ତାରେ ୩ ଜଣ...

Advertisement
Archives

Model This Week