ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ

ବଲିଉଡ୍‌ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି, ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଅଭିନେତ୍ରୀ ଜଣକ କିଏ ବୋଲି ଚିହ୍ନିହେବ ନାହିଁ। ତାଙ୍କର ଶାହାରୁଖ ଏବଂ ରଣବୀର କପୁରଙ୍କ ସହିତ କନେକ୍ସନ ରହିଛି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌। ଏହି ଫଟୋରେ ମାହିରାଙ୍କୁ ଚିହ୍ନି ହେଉନାହିଁ। ତାଙ୍କ ଲୁକ୍‌ ସହିତ ପୋଷାକ ପରିଚ୍ଛଦ ମଧ୍ୟ ଭିନ୍ନ। ମାହିରା ଏକ ଲାଲ୍‌ ରଙ୍ଗର ଡ୍ରେସ ପିନ୍ଧି ନବବଧୂ ବେଶରେ ଠିଆ ହୋଇଛନ୍ତି।

ଏହି ଫଟୋରେ ମାହିରା କ୍ୟାପଶନ ବି ଲେଖିଛନ୍ତି, ‘ଲାଲ୍‌ ରଙ୍ଗ ଏବଂ ପୁରୁଣା ସମ୍ପର୍କ’। ଏହି ଫଟୋଟି ୧୨-୧୩ ବର୍ଷ ତଳର ଜଣାପଡୁଛି। ସେ ଲେଖିଛନ୍ତି ‘ମଁୁ ମାଆଙ୍କ ଓଢ଼ଣୀ ମୁଣ୍ଡରେ ଦେଇଥିଲି ଆଉ ମଥାମଣି ପିନ୍ଧିଥିଲି। ମାହିରା ‘ରଇସ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ପାକିସ୍ତାନୀ ଅଭିନେତ୍ରୀ ଯୋଗୁ ଫିଲୁ ବ୍ୟାନ କରାଯିବାକୁ ଭାରତରେ ସ୍ବର ଉଠିଲା। ଏଥିପାଇଁ ସେ ଫିଲ୍ମର ପ୍ରମୋଶନରେ ବି ନଜର ଆସି ନ ଥିଲେ। କେବଳ ଶାହାରୁଖ ନୁହନ୍ତି ରଣବୀର କପୁରଙ୍କ ସହିତ ମଧ୍ୟ ତାଙ୍କ ନାଁ ଯୋଡ଼ାଯାଉଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି; ଯେଉଁଥିରେ ରଣବୀରଙ୍କ ସହ ମାହିରା ନ୍ୟୁୟର୍କର ରାସ୍ତାରେ ସିଗାରେଟ୍‌ ଟାଣୁଛନ୍ତି। ପ୍ରେମ ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି।…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri