Posted inପୁରୀ

ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ : ମିଳୁନି ଆବଶ୍ୟକ ସୁରକ୍ଷା, ବାହାରିପାରୁନି ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୩୦।୮(ଡି.ଏନ୍‌.ଏ.) : ଚିଲିକା ପାଇଁ ଦିନକୁ ଦିନ ବିପଦ ସୃଷ୍ଟିକରୁଛି ମାଲେସିଆ ଜାହାଜ। ଜାହାଜରୁ ତେଲ କାଢ଼ିବା ଜରୁରୀ ହୋଇପଡ଼ିଥିବାବେଳେ ଜିଲା ପ୍ରଶାସନ ଚେଷ୍ଟା ଜାରି ରଖିଛି। ମାତ୍ର ୬ଦିନ ଧରି ତେଲ କାଢ଼ିବା ଲାଗି ଚେଷ୍ଟା କରାଯାଉଥିଲେ ବି ସଫଳତା ମିଳିପାରୁନି। ପ୍ରଶାସନ ଓ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଥିବା କର୍ମଚାରୀଙ୍କ ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ତେଲ କାଢ଼ିବାରେ ବିଳମ୍ବ ହେଉଛି। ବୁଧବାର ତେଲ କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ବି ଗୁରୁବାର ତେଲ କଢ଼ାଯାଇପାରିନାହିଁ। ତେଲ କାଢିବା ପାଇଁ ସ୍ଲିକବାର ଇଣ୍ଡୋନେସିଆର ଭୁବନେଶ୍ୱର ବ୍ରାଞ୍ଚରୁ ଆସିଥିବା ଦଳର ବିଶେଷଜ୍ଞ ସୁଶାନ୍ତ କୁମାର ମାହାନ୍ତଙ୍କ କହିବା ଅନୁଯାୟୀ, ଯଦି ଠିକ୍‌ ଉପାୟରେ ତେଲ ନ କଢ଼ା ଯାଏ ଏଥିରୁ ତେଲ ଲିକ୍‌ ହୋଇ ଚିଲିକାରେ ମିଶିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଉପଯୁକ୍ତ ସୁରକ୍ଷା ନ ମିଳିବା ପର୍ଯ୍ୟନ୍ତ ତେଲ କଢ଼ା ନ ଯାଉ ବୋଲି ସେ କହିଛନ୍ତି।
ମାଲେସିଆର ଏହି ପଣ୍ୟବାହୀ ଜାହାଜ ଚଳିତ ମାସ ୨ତାରିଖରେ ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା। ସେଠାରୁ ଫେରିବାବେଳେ ଅଚଳ ହୋଇପଡ଼ିଥିଲା। ଗତ ୮ତାରିଖରେ ବଙ୍ଗୋପସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଓଡ଼ିଶା ଉପକୂଳକୁ ଚାଲିଆସି କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ପ୍ରଥମେ ଜିଲା ପ୍ରଶାସନ ଜାହାଜରେ ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ, ୨୦୦ ଲିଟର ହାଇଡ୍ରୋଲିକ ତେଲ ଅଛି ବୋଲି ଆକଳନ କରିଥିଲା। ମାତ୍ର ଗୁରୁବାର ବିଶେଷଜ୍ଞ ଦଳ ପହଞ୍ଚତ୍ ଯାଞ୍ଚ କରିବାରୁ ଉକ୍ତ ଜାହାଜ ମଧ୍ୟରେ ୭ଟି ଟାଙ୍କି ରହିଥିବା ଜଣାପଡ଼ିଥିଲା। ଏଥିରୁ ୫ଟି ଟାଙ୍କିରେ ତେଲ ଫୁଲ୍‌ ହୋଇଥିବାବେଳେ ୩୫ ହଜାର ଲିଟର ଡିଜେଲ, ୧୫ଶହ ଲିଟର ଲ୍ୟୁବ ଅଏଲ, ୧୫ଶହ ଲିଟର ହାଇଡ୍ରୋଲିକ ଅଏଲ ରହିଥିବା ଜଣାପଡ଼ିଛି। ଏହାସହ ଜାହାଜ ମଧ୍ୟରେ ଥିବା ବ୍ୟାଟେରିଗୁଡ଼ିକ ଫାଟିଯାଇ ଏସିଡ୍‌ ବାହାରୁଛି, ଯାହାକି ବିପଦ ସୃଷ୍ଟି କରିପାରେ। ଜାହାଜଟି ଦିନକୁ ଦିନ ଢଳିବା କାରଣରୁ ଏଥିରୁ ତେଲ ବାହାରି ସମୁଦ୍ର ଓ ଚିଲିକା ଜଳରେ ମିଶିଲେ ଚିଲିକାର ଜୈବବିବିଧତା ପାଇଁ ବିପଦ ଦେଖାଦେବ। ବୁଧବାର ଉକ୍ତ ଜାହାଜଠାରୁ ରାଜହଂସ (ତେଲ କଢାଯିବା ସ୍ଥାନ) ପର୍ଯ୍ୟନ୍ତ ୧ ହଜାର ମିଟର ପାଇପ ବିଛାଯାଇ ଗୁରୁବାର ଦିନ ତେଲ ବାହାର କରାଯିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ବିଶେଷଜ୍ଞଙ୍କ ପରାମର୍ଶ ପରେ ତେଲ କଢ଼ା ବନ୍ଦ ରହିଥିଲା। ଉକ୍ତ ଠିକାସଂସ୍ଥା ତରଫରୁ ଯୋଗାଇ ଦିଆଯାଇଥିବା ମୋଟର ଏବଂ ପାଇପ ତେଲ କାଢିବା ପାଇଁ ଉପଯୁକ୍ତ ନୁହେଁ। ଜାହାଜରୁ ମୋଟର ଦ୍ୱାରା ତେଲ କଢାଯାଇ ଏକ ଟ୍ୟାଙ୍କରରେ ରଖାଯିବ। ସେଠାରୁ ତେଲ ଭେସେଲ ସାହାଯ୍ୟରେ ସାତପଡାକୁ ଆସି ଏକ ଟ୍ୟାଙ୍କରରେ ଲୋଡ କରାଯିବ। ଏଥିପାଇଁ ଆବଶ୍ୟକ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ। ଏହା ସହ ଯେଉଁ ପାଇପ ମାଧ୍ୟମରେ ତେଲ ବାହାରିବ ସେଥିରେ ତେଲ ଲିକ ହେବାର ସମ୍ଭାବନା ରହିଛି ା ଫଳରେ ଏହି ତେଲ ଚିଲିକାରେ ମିଶି ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି ା ଏଣୁ ଉପଯୁକ୍ତ ସୁରକ୍ଷା ଯୋଗାଇ ନ ଦେଲେ ଜାହାଜରୁ ତେଲ ବାହାରିପାରିବ ନାହିଁ ବୋଲି ବିଶେଷଜ୍ଞ ମାହାନ୍ତ କହିଛନ୍ତି।
ଭାଙ୍ଗିଲାଣି କଣ୍ଟେନର
କୂଳରେ ଲାଗିଥିବା ଜାହାଜର କଣ୍ଟେନରଟି ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲାଣି। ଜାହାଜରୁ କଣ୍ଟେନରଟି ଅଲଗା ହୋଇ ଯାଇଥିବାବେଳେ ଏଥିରେ ୫ଫୁଟର ଫାଟ ସୃଷ୍ଟି ହୋଇଥିଲା। ସମୁଦ୍ରର ଜୁଆର ପାଣି ଏହି ଫାଟ ମଧ୍ୟରେ ପଶିବାରୁ ଏହା ମଙ୍ଗଳବାର ଦିନ ଓଲଟି ପଡିଥିଲା। ଏବେ ଏହି କଣ୍ଟେନର କିଛି ଅଂଶ ଭାଙ୍ଗି ଭାସୁଥିବାର ଦେଖିବାକୁ ମିଳିଛି।
ଚକ୍କର କାଟୁଛି ହେଲିକପ୍ଟର
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଲାଗିଥିବା ମାଲେସିଆର ଏକ ପଣ୍ୟବାହୀ ଜାହାଜ ନିକଟରେ ଗୁରୁବାର ଦିନତମାମ ଏକ ହେଲିକପ୍ଟର୍‌ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟର୍‌ଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏଠାରେ ଘୂରୁଛି ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri