ଚିଲିକାରେ ସରିଲା ପକ୍ଷୀ ଗଣନା: ଅନୁକୂଳ ପାଗ ଯୋଗୁ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି

ବାଲୁଗାଁ,୬ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ରବିବାର ସମଗ୍ର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ସମଗ୍ର ଚିଲିକାରେ ୧୧ଲକ୍ଷ ୫ହଜାର ୪୦ ଗୋଟି ପକ୍ଷୀଙ୍କ ସମାଗମ ହୋଇଛି। ଗତବର୍ଷ ଏହି ପକ୍ଷୀ ସଂଖ୍ୟା ୧୦,୪୭,୯୬୮ ଥିଲା। ପୂର୍ବ ତୁଳନାରେ ଚଳିତବର୍ଷ ଅଧିକ ୫୭ ହଜାର ୭୨ ପକ୍ଷୀଙ୍କ ଆଗମନ ହୋଇଛି। ଅନୁକୂଳ ପାଗ ଯୋଗୁ ପକ୍ଷୀଙ୍କ ଆଗମନ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
୧୫.୫୩ ବର୍ଗ କି.ମି. ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ଚଳିତବର୍ଷ ୪,୦୬,୩୦୮ ପକ୍ଷୀଙ୍କ ସମାଗମ ହୋଇଛି। ପୂର୍ବବର୍ଷ ଏଠାରେ ୩,୯୩, ୫୪୧ ପକ୍ଷୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷଗୁଡିକରେ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଉଥିବାବେଳେ ଚଳିତବର୍ଷ ୧୮୪ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି। ସେଥିମଧ୍ୟରୁ ନଳବଣରେ କେବଳ ୧୦୨ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଗଡ଼ୱାଲ ପ୍ରଜାତିର ସର୍ବାଧିକ ୨ଲକ୍ଷ ୫ହଜାର ୮୮୩, ନର୍ଦ୍ଦନ ପ୍ରିଣ୍ଟେଲ୍‌ ୧ ଲକ୍ଷ ୮୨ହଜାର ୧୭୭, ୟୁରାସିଆନ୍‌ ୱିଜିଅନ୍‌ ପ୍ରଜାତିର ୧ଲକ୍ଷ ୪୩ ହଜାର ୪୧୮ ପକ୍ଷୀ ଥିବା ଜଣାପଡ଼ିଛି। ଦୀର୍ଘବର୍ଷ ଧରି ବିଲୁପ୍ତ ଥିବା ଗ୍ରେଟ୍‌ନଟ୍‌ ପ୍ରଜାତିର ୨ଗୋଟି ପକ୍ଷୀଙ୍କୁ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ବିଶେଷକରି ଏହି ପକ୍ଷୀଗୁଡିକ ମଧ୍ୟ ଏସିଆ ଏବଂ ପୂର୍ବ ଋଷିଆ ରାଷ୍ଟ୍ରାଞ୍ଚଳରେ ଦେଖିବାକୁ ମିଳିଥାଏ। ତେବେ ଚିଲିକାର ଶୋଭା ବର୍ଦ୍ଧନକାରୀ ସବୁଠାରୁ ଆକର୍ଷଣୀୟ ଫ୍ଲେମିଂ ଗୋ(ଏରା) ହଂସ ଜାତୀୟ ପକ୍ଷୀ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଆଶାତିତ ଭାବେ ହ୍ରାସ ପାଇଁ ୧୩୫୦ରେ ପହଞ୍ଚତ୍ଛି। ଯାହାକି ପକ୍ଷୀ ପ୍ରେମୀ ଓ ବିଶାରଦଙ୍କ ମଧ୍ୟରେ ହତୋତ୍ସାହ ପରିଲ୍ଲକ୍ଷିତ ହୋଇଛି। ଏହି ପକ୍ଷୀଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରୁଥିବାବେଳେ ପର୍ଯ୍ୟଟକ ତଥା ପକ୍ଷୀପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।
ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ ରେଞ୍ଜ ତଥା ଚିଲିକା, ସାତପଡା, ରମ୍ଭା, ବାଲୁଗଁା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ ହୋଇଥିଲେ। ନଳବଣରେ କେବଳ ୫ ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ ଗୋଟି ଏବଂ ଅବଶିଷ୍ଟ ୧୪ ଦଳ ଅନ୍ୟାନ୍ୟ ଜୋନ୍‌ ତଥା ବାଲିପାଟପୁରଠାରୁ ସାତପଡ଼ା, ରମ୍ଭା, ମଙ୍ଗଳଜୋଡିଠାରୁ ଭୁଷଣ୍ଡପୁର, ସୋରଣଠାରୁ ନଇରୀ, କୃଷ୍ଣପ୍ରସାଦ, କାଳିଜାଇଠାରୁ ଚନ୍ଦ୍ରାପୁଟ, ସାତପଡାଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦଠାରୁ ନୂଆପଡା ଆଦି ଅଞ୍ଚଳରେ ଗଣନା କରିଥିଲେ। ରବିବାର ସକାଳ ୬ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏହି ପକ୍ଷୀ ଗଣନା କାର୍ଯ୍ୟରେ ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରି ଅଫ୍‌ ସୋସାଇଟିର ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ଡ. ଏସ୍‌. ବାଲ୍‌. ଚନ୍ଦ୍ରନ୍‌, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତା, ଏସିଏଫ୍‌ ଶରତ କୁମାର ମିଶ୍ର, ବିଶିଷ୍ଟ ପକ୍ଷୀ ବିଶାରଦ ନନ୍ଦ କିଶୋର ଭୂଜବଳ, ଡ଼ବ୍ଲ୍ୟୁ. ଡବ୍ଲ୍ୟୁ.ଏଫର ମାଇକେଲ ପିଟରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୨୫ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ସମଗ୍ର ଚିଲିକାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କରେ ଡ଼ିଏଫ୍‌ଓ ହୋତାଙ୍କ ପଚାରିବାରେ ଚଳିତବର୍ଷ ସମଗ୍ର ଚିଲିକା ଅଞ୍ଚଳରେ ଗତବର୍ଷ ଅପେକ୍ଷା ଜଳସ୍ତର ଓ ପାଣିପାଗ ଅନୁକୂଳ ରହିଛି। ଏଥିଯୋଗୁ ପକ୍ଷୀମାନେ ଉପଯୁକ୍ତ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣ ନିମନ୍ତେ ବିଶେଷ କରି ସ୍ଥଳଭାଗ ଅପେକ୍ଷା ଜଳଭାଗକୁ ଅଧିକ ପସନ୍ଦ କରିଥିବା ଅନୁମାନ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?