Posted inଫୁରସତ

ଚିନ୍ମୟ ଚିନ୍ତନ: ଏଗାର ଏଗାର ମିଶି ଚବିଶ !

ଯିଏ ବି ଶୁଣିବ ହସିବ। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଏ ଆଶ୍ଚର୍ଯ୍ୟ ହେବେ! ବଡ ବଡ ଲୋକଙ୍କୁ କ’ଣ ଏ ସାଧାରଣ ମିଶାଣ ଆସେନା? ଆମେ ତ ପଢ଼ିଛୁ ୧୧+୧୧=୨୨। ପୁଣି ୨୪ କେମିତି ହେବ?
ପାଠକେ! ଖାଲି କ’ଣ ସେତିକି। ଏହାର ପରବର୍ତ୍ତୀ ପଦଗୁଡିକ ଶୁଣନ୍ତୁ।

ଏଗାର ଏଗାର ମିଶି ଚବିଶ
ଓଲଟାଇ ଦେଲେ ସେ ଚୌରାଅଶୀ
ହରଣ କରିଲେ ସେ ଅଠାଅଶୀ
ଗୁଣନ କରିଲେ ହେବ ବତିଶ
ଫେଡି କହିଦେଲେ ସେ ବୟାଳିଶ
ଏହି ତତ୍ତ୍ବମାନ ଯିଏ ଜାଣିବ
ଦୀନ ଅଚ୍ୟୁତ ତା’ ପାଦେ ସେବିବ।
ହଉ ହେଲା, ଧର ୧୧+୧୧ = ୨୪ ହେଲା। ହେଲେ ଏହାକୁ ଓଲାଟାଇ ଦେଲେ ହେଉଛି ୪୨, ୮୪ କେମିତି ହେବ? ହରଣ କଲେ ୮୮ ହେବ! ଗୁଣିଲେ ୩୨!! ଫେଡିଲେ ୪୨ ହେବ!!! ଇୟେ କେମିତିକା ମୂର୍ଖାମୀ କଥା!
ହେଲେ ପାଠକେ, ଉପରୋକ୍ତ ପଦଟି ଗୋଟିଏ ମଦ୍ୟପର ମଗଜରୁ ଆସିଥିଲେ ଆମର ଚିନ୍ତା ନ ଥାନ୍ତା। ଏ ପଦଟି ଅଚ୍ୟୁତାନନ୍ଦ ମହାପୁରୁଷଙ୍କର। କେହିକେହି ତତ୍ତ୍ୱ ଗବେଷକ ଅନ୍ୟ କେହି ପଣ୍ଡିତ ଉକ୍ତ ପଦ୍ୟକୁ ନିଜେ ଲେଖି ଅଚ୍ୟୁତଙ୍କ ନାଁରେ ଭଣିତା କରିଥାଇପାରନ୍ତି ବୋଲି କୁହନ୍ତି। ଛାଡ଼ ସେ କଥା। ଆମେ ସେ ଅଳିଆ ଭିତରକୁ ଯିବାନି। ଆମେ ହଂସ ଭଳି ହେବା। କ୍ଷୀରରୁ ପାଣିକୁ ଅଲଗା କରି କେବଳ କ୍ଷୀରକୁ ପିଇବା। ଅଚ୍ୟୁତ ଲେଖନ୍ତୁ ବା ତାଙ୍କ ନାଁରେ ଆଉ ଯିଏ ଲେଖୁ, ସେ ନିଶ୍ଚେ ଜଣେ ତତ୍ତ୍ବବିତ୍‌ ମହାପୁରୁଷ ହୋଇଥିବେ।

ଏଗୁଡିକୁ କୁହାଯାଏ ତତ୍ତ୍ୱ ଭଜନ। ପିଣ୍ଡ-ବ୍ରହ୍ମାଣ୍ଡବାଦୀ କବିତା। ଏମିତିଆ ପଦ ସବୁ ଆମର ଓଡ଼ିଶାରେ ହିଁ ମିଳେ। ପଞ୍ଚସଖା, ଭୀମ ଭୋଇ, ହାଡିଦାସ, ଠାକୁର ଅଭିରାମ ପ୍ରମୁଖ ମହାପୁରୁଷଙ୍କ ଲେଖନୀରୁ ଏମିତି ଅନେକ ଶରୀର ଭେଦ ଭଜନ ନିସୃତ ହୋଇଛି। ଏହାକୁ ବୁଝିବାକୁ ହେଲେ ଟିକେ ଭିତରକୁ ପଶିବାକୁ ପଡିବ। ଏଇ କିଛିଦିନ ତଳେ ଏକ ଲୋକପ୍ରିୟ ଆଧ୍ୟାତ୍ମିକ ଚ୍ୟାନେଲରେ ଏପରି ଭଜନମାନକୁ ନେଇ ତର୍କବିତର୍କ ହୋଇଥିଲା। ଏଥିରେ ଶ୍ରୀ ସନ୍ନ୍ୟାସୀ ବି ଭାଗ ନେଇଥିଲା। ୟେ ପଦ୍ୟାବଳୀଗୁଡିକ ଆଦୌକ୍ଳିଷ୍ଟ ନୁହେଁ। ଟିକେ ବୁଝିଲେ ହେଲା। ଭାଗବତରେ ପଦଟିଏ ଅଛି-ଜ୍ଞାନୀ ନ କହନ୍ତି ସାକ୍ଷାତେ, ବୁଲାଇ ଘରଦ୍ୱାର ପଥେ। ଠିକ୍‌ କଥାଟିକୁ ତତ୍ତ୍ବଦର୍ଶୀ ମହାପୁରୁଷମାନେ

ଟିକେ ଭିନ୍ନ ଢଙ୍ଗରେ କହନ୍ତି। ପାଠକ ବା ଶ୍ରୋତାମାନଙ୍କୁ ଆକୃଷ୍ଟ କରିବାର ଏହା ଏକ ସୁନ୍ଦର ମାଧ୍ୟମ।
ଏଠାରେ ‘ଏଗାର’ କହିଲେ ସଂଖ୍ୟା ୧୧ ନୁହେଁ। ଏହା ହେଉଛି ନାକ ପୁଡ଼ା। ଏଗାର ଏଗାର ବୋଇଲେ ଦୁଇଟି ଯାକ ନାକପୁଡାକୁ ବୁଝାଏ। ଗୋଟିଏ ସାଧାରଣ ଲୋକର ନିଃଶ୍ୱାସ ବା ପ୍ରଶ୍ୱାସ ୧୨ ଅଙ୍ଗୁଳି ପର୍ଯ୍ୟନ୍ତ ଯାଇଥାଏ। ୧୨ରୁ ୧୩ ହେଲେ ଜୀବନ ଚାଲିଯିବ। ତେଣୁ ଏ ପଟେ ନାକ ପୁଡାରେ ୧୨, ସେପଟ ନାକ ପୁଡାରେ ୧୨- ଏମିତି ମିଶି ହେଲା ୨୪।

‘ଓଲାଟାଇ ଦେଲେ ସେ ଚୌରାଅଶୀ’। ଏ ଶରୀର ହେଲା ଏକ ଓଲଟ ବୃକ୍ଷ। ପାଦଠାରୁ ତାଳୁ ପର୍ଯ୍ୟନ୍ତ ୮୪ ଅଙ୍ଗୁଳି ଶରୀର। ସଂସାରରେ ଯେତେ ମଣିଷ ଅଛନ୍ତି ସମସ୍ତଙ୍କ ଉଚ୍ଚତା ନିଜ ହାତରେ ସାଢ଼େ ଚାରିହାତ। ୮୪ ଅଙ୍ଗୁଳି।
‘ହରଣ କରିଲେ ସେ ଅଠାଅଶୀ’। ମାନେ? ଗଣିତରେ ହରଣର ଭାଗଫଳକୁ ହିଁ ଗୁରୁତ୍ୱ ଦିଆଯାଇଥାଏ। ଆମ ଶରୀରର ଉଚ୍ଚତା ୮୪ ଅଙ୍ଗୁଳି, ଠିକ୍‌ କଥା। କିନ୍ତୁ ମୋଟାମୋଟି ଫଳ ହେଉଛି ୮୮। ତାଳୁଠାରୁ ଆଉ ୪ ଅଙ୍ଗୁଳି ଉପରେ ସହସ୍ରାର ଚକ୍ର ଅଛି। ୮୪+୪ = ୮୮ ହେଉଛି ବାସ୍ତବିକ ଉଚ୍ଚତା।

ଠିକ୍‌ ଅଛି, ଜୀବର ଶରୀର ୮୪ ହେଉ କି ୮୮ ଅଙ୍ଗୁଳି ହେଉ, ତା’ ଭିତରେ ବି ଆମେ ପଶିବା ନାହିଁ। ମୁଖ୍ୟ କଥା ହେଉଛି, ଏ ଜୀବ ମୁକ୍ତି ପାଇବ କିପରି? ଶାସ୍ତ୍ର ପୁରାଣ କହିଲେ- ସର୍ବଦା ନାମ କର। ନାମ ପୁଣି ୨ ପ୍ରକାରର। ଜପା ଆଉ ଅଜପା। ଜପା ହେଲା ୧୬ ନାମ ୩୨ ଅକ୍ଷର। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ । ହେ ଜୀବ, ଏଇ ୩୨କୁ ମନେ ମନେ ଗୁଣି ହେଉଥା। ଏହା ହେଉଛି ‘ଗୁଣନ କଲେ ସେ ହେବ ୩୨’ର ଭିତିରି କଥା।

‘ଫେଡି କହିଦେଲେ ବୟାଳିଶ’-ୟେ ୪୨ ହେଉଛି ୪୨ ଚାବି। କେହି କେହି ପାଲା ଗାହାଣମାନେ ୪୨ ତାଲା ବୋଲି ବି କୁହନ୍ତି। ୫ ପବନ, ୧୦ ଇନ୍ଦ୍ରିୟ, ୨୫ ପ୍ରକୃତି, ମନ ଓ ବୁଦ୍ଧି- ଏଇ ୪୨ଟି ହେଉଛି ଚାବି। ଏଇ ୪୨କୁ ସଂଯମ କର। ଚାବି ପକା ଶରୀର ଭିତରୁ ଏହାକୁ ଫେଡ ଅର୍ଥାତ ବାହାର କର। ତେବେ ଯାଇ ‘ଆତ୍ମ ଦର୍ଶନ’ ହେବ। ଈଶ୍ୱରଙ୍କୁ ପାଇବ। ଠାକୁର ଅଭିରାମ ପରମହଂସ ଗୋଟିଏ ଭଜନରେ ଲେଖିଛନ୍ତି-
ଆସ ହେ ମାଧବ ସାଧବ ଘର/ରାଇ ଶୋଇଛନ୍ତି କେଶର ପର
କବାଟ ଦେଇ ଶୋଇଛନ୍ତି ରମା/ଉଠିବେ ନାହିଁ ସେ ଅଲିଅଳ ଜେମା
ଅଷ୍ଟମ ଦଶାରେ ଛନ୍ତି
ଭାସେ ଅଭିରାମ ବୟାଳିଶ ଚାବି/ଦେଇ ଧନୀ ଶୋଇଛନ୍ତି।

-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ, ରାମନଗର,ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri