ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ ପାଳନ ସମୟରେ ଆଦିବାସୀମାନେ ବିଭିନ୍ନ ବଣ ଜଙ୍ଗଲରୁ ପଶୁ ଶିକାର କରିଥାନ୍ତି। ଏହାକୁ ଆଦିବାସୀ ଭାଷାରେ ବେଣ୍ଟ ବୋଲି କୁହାଯାଏ। ଚଇତି ପରବର ଶେଷ ୧୫ ଦିନ ଆଦିବାସୀମାନେ ଖଣ୍ଡା, ବର୍ଛା, ଟାଙ୍ଗିଆ, ଛୁରି, ଧନୁତୀର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥାନ୍ତି ଓ କୌଣସି ପଶୁ ନ ମାରିବା ଯାଏଁ ସେମାନେ ଘରକୁ ଫେରନ୍ତି ନାହିଁ।
ବୁଧବାର ଏକ ଜଙ୍ଗଲି କୁଟ୍ରା ମାରି ଜୟପୁର ଅଞ୍ଚଳର କେତେକ ଯୁବକ କାନ୍ଧରେ ଭାର କରି ନେଉଥିବା ଦେଖିବାକୁ ମିଳିଥିଲା। ସୂତ୍ର ଅନୁଯାୟୀ, ଗତ ବର୍ଷ ଚଇତି ପାଳନ ସମୟରେ ଜିଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୫ ଶହ ବାର୍ହା, ୩୦ ଝିଙ୍କ, ବଜ୍ରକାପ୍ତା, ୪୦ ସମ୍ବର, ୨୦୦ କୁଟ୍ରା ସହ ଅନ୍ୟ ବହୁ ବିରଳ ପଶୁ ଶିକାର କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ପଶୁ ଶିକାର ଜାରି ରହିଛି। ଶିକାର ପାଇଁ ପ୍ରଥମେ ସେମାନେ ଜଙ୍ଗଲକୁ ଚାରିପଟେ ନିଆଁ ଲଗାଇ ପଶୁକୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଏହାପରେ ସେମାନଙ୍କୁ ଶିକାର କରାଯାଏ। ଏଭଳି ଜଙ୍ଗଲ ପୋଡ଼ି ଓ ଅବାଧ ପଶୁ ଶିକାର ଜାରି ରହିଲେ ଆଉ କେଇ ବର୍ଷ ମଧ୍ୟରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ପରମ୍ପରା ଭିତରେ ଏଭଳି ଜାରି ରହିଛି। ସେମାନଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଏ ନେଇ ପରିବେଶବିତ୍ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷରେ ଆଦିବାସୀ ଶୀକାର କରୁଥିବା ପଶୁଙ୍କ ଚମଡ଼ା, ଶିଙ୍ଗ ଓ ନଖକୁ ସରକାରୀ ଅଧିକାରୀ ଓ କର୍ମଚାରୀ କମ୍ ମୂଲ୍ୟ ଦେଇ କିଣୁଥିବା ଅଭିଯୋଗ ହୋଇଛି। ୧୯୭୨ ବନ୍ୟପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି। ଏ ସମ୍ପର୍କରେ ଜୟପୁର ଡିଏଫ୍ଓ ଅଶ୍ୱିନୀ କୁମାର କରଙ୍କୁ ପଚାରିବାରୁ ସେ କହିଥିଲେ, ଆଦିବାସୀଙ୍କ ପରମ୍ପରା ବୋଲି ସେମାନେ ପଶୁ ହତ୍ୟା କରୁଛନ୍ତି ା କିନ୍ତୁ ଏହା ଦଣ୍ଡନୀୟ ଅପରାଧ। ତେବେ ସେମାନେ ଏପରି ନ କରିବା ପାଇଁ ସଚେତନ କରାଯାଉଛି ା ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ବିଭାଗ ପଦକ୍ଷେପ ନେଉଛି। ଜଙ୍ଗଲର ପଶୁପଷୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ା
ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ
ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…
ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I ମୃତ ବୃଦ୍ଧା...
ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଗଲା ଜୀବନ
ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...
ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ
ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...
ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…
ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ
ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...
ଚାଷ କାମ ପାଇଁ ଯାଇଥିଲେ, ହଠାତ୍ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...
Archives


