Posted inଜାତୀୟ

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି ଟିମ୍‌ ତାଙ୍କୁ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ ହଠାତ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ଟିମ୍‌ ଜାଲ ବିଛାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇ ନ ଥିଲେ। ଦୀର୍ଘ ୨୭ ଘଣ୍ଟାର ଅନ୍ତର୍ଦ୍ଧାନ ପରେ ଚିଦାମ୍ବରମ ବୁଧବାର ରାତି ୯ଟାରେ ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚତ୍ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ସେ ଆଇନଠାରୁ ନିଜକୁ ଲୁଚାଇ ରଖି ନାହାନ୍ତି। ସୁପ୍ରିମକୋର୍ଟରେ ପିଟିଶନ୍‌ ଦାଖଲ କରିବା ପାଇଁ ସେ ଆଇନଜୀବୀମାନଙ୍କ ସହ ମଙ୍ଗଳବାର ରାତିରେ କାଗଜପତ୍ର ପ୍ରସ୍ତୁତିରେ ବ୍ୟସ୍ତ ଥିବା କହିଥିଲେ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତାଙ୍କର କିଛି ଦୋଷ ନାହିଁ। ସେ ଅଭିଯୁକ୍ତ ନୁହନ୍ତି। କୋର୍ଟରେ ତାଙ୍କ ବିରୋଧରେ ସିବିଆଇ କିମ୍ବା ଇଡି ଚାର୍ଜଶିଟ୍‌ ଦାଖଲ କରି ନ ଥିବା ଚିଦାମ୍ବରମ ଖବରଦାତା ସମ୍ମିଳନୀରେ କହିଥିଲେ। ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚତ୍ଥିଲେ ମଧ୍ୟ ଦଳୀୟ କର୍ମୀମାନଙ୍କ ବିରୋଧ ଯୋଗୁ ଭିତରେ ପଶିପାରି ନ ଥିଲା। ଚିଦାମ୍ବରମ ତାଙ୍କ ବାସଭବନକୁ ଫେରିଯିବା ପରେ ସିବିଆଇର ୩ଟି ଟିମ୍‌ ସମେତ ଇଡି ଟିମ୍‌ ସେଠାରେ ପହଞ୍ଚତ୍ଥିଲେ। ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଚିଦାମ୍ବରମଙ୍କ ବାସଭବନରେ ପ୍ରବେଶ କରିବା ପରେ ତାଙ୍କୁ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ ବିରୋଧରେ ମାମଲା ଦାଏର

ମଥୁରା,୨।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଥିବା ଖବର ପ୍ରଚାରିତ...

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ...

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ...

ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ଅଲଗା ଡାଇନିଂ ହଲ୍‌

କୋଲକତା,୨୮।୬: ପୁଣି ଥରେ ଭାଜପା ଟାର୍ଗେଟରେ ଟିଏମ୍‌ସି। କାରଣ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ରାଜନୈତିକ ଅସ୍ଥିରତା...

ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି...

ଆସାମରେ ଭାଜପା ମେଣ୍ଟ ଆଗରେ…

ଗୁଆହାଟି,୨।୫: ଆସାମ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୬୬ ଆସନରେ ଆଗୁଆ ରହିଛି। ସେହିପରି...

ଟିକା ବିକାଶ ପାଇଁ ଟଙ୍କା ଦେଇନି କେନ୍ଦ୍ର

କୋଭିଡ୍‌-୧୯ ଟିକାର ବିକାଶ ପାଇଁ ପିଏମ୍‌ କେୟାର୍ସ ପାଣ୍ଠିରୁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଘୋଷଣା କରାଯିବାର ୧୯...

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍‌ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ...

Advertisement


Archives

Model This Week