ଚିଠିକୁ ଅପେକ୍ଷା କରିଛି ଅବକାରୀ ବିଭାଗ

କଟକ ଅଫିସ,୫।୫: ମେ’ ୪ ଠାରୁ ମଦ ଦୋକାନ ଖୋଲିବ ବୋଲି ଘୋଷଣା ହେବା ସତ୍ତ୍ବେ କଟକ ଜିଲାରେ ଏହା ସମ୍ଭବ ହୋଇପାରିନାହିଁ। ବିଭିନ୍ନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରାଯିବା ଉଦ୍ଦେଶ୍ୟରେ ଗୋଲେଇ ଟଣାଯିବା ସହ ବାଉଁଶ ବନ୍ଧା ଯାଇଥିଲା। ତଥାପି ବିଭିନ୍ନ ଦ୍ୱନ୍ଦ୍ୱ ଯୋଗୁ କଟକରେ ମଦ ଦୋକାନ ଖୋଲାଯାଇନି। ଏ ପର୍ଯ୍ୟନ୍ତ ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କ ନିକଟରୁ ମଦ ଦୋକାନ ଖୋଲିବା ନେଇ କୌଣସି ଚିଠି ଆସିନି ବୋଲି କଟକ ଜିଲା ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ଶତପଥୀ କହିଛନ୍ତି।

କଟକ ଜିଲାକୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯିବା ପରେ କରୋନା କଟକଣାକୁ କୋହଳ କରାଯିବ ବୋଲି ଘୋଷଣା ହୋଇଥିଲା। ଏହା ମଧ୍ୟରେ ରହିଥିଲା ମଦ ଦୋକାନ ଖୋଲାଯିବା ପ୍ରସଙ୍ଗ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିବାବେଳେ କଟକ ମହାନଗର ନିଗମ(ସିଏମ୍‌ସି) ମଧ୍ୟ ମଦ ଦୋକାନ ଖୋଲିବା ନେଇ ଅନୁମତି ଦେଇଥିଲା। କେବଳ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିଲା। ଜିଲାରେ ୫୦ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ଓ ୧୧୭ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଗ୍ରୀନ୍‌ ଜୋନରେ ମଦ ଦୋକାନ ଖୋଲିବା ନେଇ ଘୋଷଣା ହେବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ହୋଇ ନ ଥିବା ଯୋଗୁ ଏଭଳି ଦ୍ୱନ୍ଦ୍ୱ ଉପୁଜିଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମଦ ଦୋକାନ ଖୋଲାଯିବ ବୋଲି ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପରାଷ୍ଟ୍ରପତି କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୨୩।୧ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ନିଜକୁ ଆଇସୋଲେଶନରେ ରଖିଥିବା ସମ୍ପର୍କରେ ନିଜ ଅଫିସିଆଲ...

ହେଳା କଲେ ଭେଳା ବୁଡ଼େ

ନୂଆଦିଲ୍ଲୀ,୨୪ା୫: ଭାରତ ସମେତ ୧୧ ଦେଶ କୋଭିଡ୍‌-୧୯ ଭୂତାଣୁକୁ ହେୟଜ୍ଞାନ କରି ଉଚିତ ଢଙ୍ଗରେ ଏହାର ମୁକାବିଲା କରି ନାହାନ୍ତି। ଫଳରେ ଏହି ରାଷ୍ଟ୍ରଗୁଡ଼ିକର ଲୋକପ୍ରିୟ...

ମଙ୍ଗଳବାରରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬।୭(ବ୍ୟୁରୋ): ମଙ୍ଗଳବାରଠାରୁ କାଉଣ୍ଟରରେ ଦେଶୀ ମଦ, ରନ୍ଧା ମଦ ମିଳିବ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୧ ତାରିଖରୁ...

୧୪ ହସ୍ପିଟାଲ, ସପିଂ ମଲକୁ ନୋଟିସ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଓ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଜ୍ଞପ୍ତି ପରେ ବି ବେଆଇନ ପାର୍କିଂ...

୩୦୦କୁ କମିଲା କରୋନା ପଜିଟିଭ୍‌ ସଂଖ୍ୟା , ୪ ମୃତ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ...

ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ

ପାଲଲହଡା,୧୫।୭(ଡି.ଏନ.ଏ.)  ସ୍ଥାନୀୟ ବଜାଜ ଶୋ ରୁମ୍‌ଠାରେ ନୂଆ ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ ହୋଇଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବଜାର...

କ୍ଷେତ୍ର ସେବା ବେଳେ ଅସୁବିଧା ଭୋଗୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୦।୮- ବିଦ୍ୟୁତ୍‌ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ବିତ କରିବା ନେଇ ବାରିପଦା ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରାଯାଇଛି। ଏଥିସହ ନିର୍ବାହୀ...

୪୬ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୩୮ ସୁରଟ ଫେରନ୍ତା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି...

Advertisement
Archives

Model This Week