ଚାଷୀ ପଞ୍ଜୀକରଣ ଦେଖିବେ ୧୬ ଅଧିକାରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଧାନ ପଞ୍ଜୀକରଣ କିଭଳି ଚାଲିଛି, ଚାଷୀମାନେ ହଇରାଣ ହରକତ ହେଉଛନ୍ତି କି, ପଞ୍ଜୀକରଣ ତାଲିକାର ଅଗ୍ରଗତି, ତ୍ରୁଟି ଆଦି କାର୍ଯ୍ୟର ତଦାରଖ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗର ୧୬ ଜଣ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହି ଅଧିକାରୀମାନେ ୩୦ଟି ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କରିବେ। ଏହି ଅଧିକାରୀମାନେ ସେପ୍ଟେମ୍ବର ୧୦ରୁ ୧୨ ତାରିଖ ମଧ୍ୟରେ ଉଦ୍ଦିଷ୍ଟ ଜିଲାର ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ହେଉଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟର ତଦାରଖ କରିବେ। ପଞ୍ଜୀକରଣ ସମୟରେ ଚାଷୀ ଦେଇଥିବା ଜମିଜମା ସଂକ୍ରାନ୍ତୀୟ ତଥ୍ୟ ଓ ପଟ୍ଟାଗୁଡିକର ଯାଞ୍ଚ କରିବେ। ପଞ୍ଜୀକୃତ ଚାଷୀଙ୍କର ତାଲିକା ପଞ୍ଚାୟତ, ସମବାୟ ସମିତି ଓ ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ପ୍ରଦର୍ଶନ କରାଯାଇଛି କି ନାହିଁ ସେସବୁର ତନଖି କରିବେ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଏକ ତାଲିକା ପ୍ରକାଶ କରାଯାଇଛି। ସେଥିରେ ଯଦି ଚାଷୀଙ୍କର କିଛି ସମସ୍ୟା ରହିଛି ତେବେ ତାହାକୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ। ଅଧିକାରୀମାନେ ଜିଲା ଗସ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୯ ଲକ୍ଷ ୫୦ ହଜାର ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ତେବେ ଚଳିତ ବର୍ଷ ନୂତନ ଚାଷୀ ତାଲିକା ପ୍ରସ୍ତୁତ କରାଯାଉଛି। ବିଗତ ବର୍ଷ ଗୁଡିକରେ ସମବାୟ ସଂସ୍ଥାଗୁଡିକ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀ ତାଲିକାକୁ ଧାନ ସଂଗ୍ରହରେ ସାମିଲ କରୁଥିଲେ । ଏଥିଯୋଗୁ ଚାଷୀ ପଞ୍ଜୀକରଣରେ ବହୁ ଜାଲିଆତି ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନବୀକରଣ ପ୍ରକ୍ରିୟାକୁ ବାତିଲ କରି ନୂତନ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଓ ଭାଗଚାଷୀ ଯେପରି ସେମାନଙ୍କ ଧାନ ବିକ୍ରି କରି ପାରିବେ ସେନେଇ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri