ଚାଷୀଙ୍କ ସମସ୍ୟା ଦୂର କରିବ ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଦେଶବ୍ୟାପୀ ଲକ୍‌ଡାଉନ ବିଭିନ୍ନ ବର୍ଗର ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଚାଷୀମାନେ ତାଙ୍କ କଷ୍ଟ ଉତ୍ପାଦିତ ପନିପରିବା ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ମଧ୍ୟ ଉଚିତ୍‌ ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ମାର୍ଗଦର୍ଶିକା ଜାରି କରିବେ। ଏନେଇ ଦୈନିକ କୃଷି ଭବନରୁ ମନିଟରିଂ କରାଯାଉଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ଚାଷୀମାନେ ପନିପରିବା ବହୁ ଶସ୍ତାରେ ଗାଁ ଗହଳିରେ ବିକ୍ରି କରୁଛନ୍ତି। କିନ୍ତୁ ସହରରେ ତାହା ଆକାଶଛୁଆଁ ଦରରେ ବିକ୍ରି ହେଉଛି। ଲକ୍‌ଡାଉନ୍‌ କଟକଣା ଯୋଗୁ ଶତପ୍ରତିଶତ ଉତ୍ପାଦିତ ପନିପରିବା ବଜାରରେ ପହଞ୍ଚି ନ ପାରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏହି ସମସ୍ୟାର ସମାଧାନ ଲାଗି ସରକାର କୃଷି ଏବଂ ସମବାୟ ବିଭାଗକୁ ଜରୁରୀ ବର୍ଗରେ ସାମିଲ କରିଛନ୍ତି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ କିପରି ବଜାରରେ ପହଞ୍ଚିପାରିବ ଏବଂ ତା’ର ଉଚିତ୍‌ ମୂଲ୍ୟ ସେମାନେ ପାଇବେ ସେଥିପାଇଁ କୃଷି ବିଭାଗର ଜିଲା ଦାୟିତ୍ୱରେ ରହିଥିବା ୩୦ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ମୁଖ୍ୟ କୃଷି ଅଧିକାରୀ (ସିଡିଏଓ), ଉଦ୍ୟାନ କୃଷି ଉପନିର୍ଦ୍ଦେଶକ(ଡିଡିଏଚ୍‌)ମାନଙ୍କ ସହିତ ପ୍ରଥମେ ଆଲୋଚନା କରିବେ। ଏହାସହିତ ବ୍ଲକସ୍ତରର ଉଦ୍ୟାନ ଅଧିକାରୀ ଏବଂ କୃଷି ଅଧିକାରୀଙ୍କ ଠାରୁ କୃଷକମାନଙ୍କ ସମସ୍ୟା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରିବେ। ଏହାପରେ ନୋଡାଲ ଅଫିସରମାନେ ବିଭାଗୀୟ ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବେ। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ପରିବହନ ନେଇ ଆବଶ୍ୟକ ପଡ଼ିଲେ ଜିଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଏସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଶେଷ ହେବାପରେ ସ୍କିମ ଅଫିସରମାନେ ମାର୍ଗଦର୍ଶିକା ପ୍ରସ୍ତୁତ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।
ଅକ୍ଷୟ ତୃତୀୟାରୁ ଚାଷୀମାନେ ପୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ। ଏଥିଲାଗି କମ୍‌ ସମୟ ରହିଛି। ଏହା ପୂର୍ବରୁ ଚାଷୀମାନେ ନିଜ ବିଲକୁ ପ୍ରସ୍ତୁତ କରିବେ। ସେହି ଅନୁଯାୟୀ ସରକାର ଚାଷୀଙ୍କ ନିକଟରେ ବିହନ ପହଞ୍ଚାଇବା ମଧ୍ୟ ଜରୁରୀ। ଚାଷ ପାଇଁ ପାଓ୍ବାର ଟ୍ରିଲର ଏବଂ ଟ୍ରାକ୍ଟର ମଧ୍ୟ ଆସିବା ଦରକାର। ଏସବୁ କିପରି ସୁରୁଖୁରୁରେ ହୋଇପାରିବ ସେଥିପ୍ରତି ସରକାର ପ୍ରାଥମିକତା ଦେବେ। ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବା ଆଦି ଜରୁରୀ କାର୍ଯ୍ୟ ମଧ୍ୟ ରହିଛି। ତେଣୁ କୃଷି ଏବଂ ସମବାୟ ବିଭାଗ ମଧ୍ୟରେ ଏନେଇ ଖୁବ୍‌ଶୀଘ୍ର ବୈଠକ ବସିବ। କୃଷି ଏବଂ ସମବାୟ ବିଭାଗକୁ ଜରୁରୀ ବର୍ଗରେ ସାମିଲ କରାଯିବାପରେ ଛୁଟି ଦିନଗୁଡିକରେ ମଧ୍ୟ ଏହାର ୫୦ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେଇ ସବୁକିଛି ଶୃଙ୍ଖଳାର ସହିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ ରବିବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଭୁବନେଶ୍ୱର ଏବଂ କଟକର ସମସ୍ତ କୃଷି କାର୍ଯ୍ୟାଳୟ ଖୋଲା ରହିବ। ଏହାସହ ପ୍ରତ୍ୟେକ ଜିଲାର କୃଷି କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷେତ୍ର ଅଧିକାରୀମାନେ ଏହି ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି କୃଷି ହେଲ୍ପଲାଇନ ନମ୍ବରରେ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି। ୨୫ ପ୍ରତିଶତ ଅଧିକାରୀ କାର୍ଯ୍ୟରେ ଯୋଗଦେବାକୁ ଥିବାବେଳେ ଅନ୍ୟମାନେ ଟେଲିଫୋନ ଦ୍ୱାରା ଯୋଗାଯୋଗରେ ରହିବେ ବୋଲି କୁହାଯାଇଛି। ଯଦି କୌଣସି ଅଧିକାରୀ କରୋନା ଆକ୍ରାନ୍ତଙ୍କ ଅଞ୍ଚଳରେ ରହୁଥିବେ କିମ୍ବା ବାହାରୁ ଗସ୍ତ କରି ଫେରିଥିବେ ଅଥବା ନିଃଶ୍ୱାସ ନେବା କିମ୍ବା ଫ୍ଲୁ ଭଳି ରୋଗରେ ଥିବେ ସେମାନଙ୍କୁ ଅଫିସ ନ ଆସିବାକୁ କୁହାଯାଇଛି। ଏହାସହ କୃଷି କାର୍ଯ୍ୟରେ ବ୍ୟବହାର୍ଯ୍ୟ ଜିନିଷକୁ ନ ଅଟକାଇବା ଲାଗି ମଧ୍ୟ ଗୃହ ବିଭାଗ ତଳସ୍ତର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। କୃଷି ନିର୍ଦ୍ଦେଶକ ମୁଥୁ କୁମାର କହିଛନ୍ତି, ଚାଷ କାର୍ଯ୍ୟ ଯେପିରି ଠିକ୍‌ଭାବେ ଚାଲିବ ସେଥିପାଇଁ ଜିଲା କାର୍ଯ୍ୟାଳୟ ଖୋଲିବାକୁ କୁହାଯାଇଛି। କୃଷି ଜିନିଷ ବିକ୍ରି ପାଇଁ ଦୋକାନଗୁଡିକ ଖୋଲାଯିବ। ଯାହା ସମସ୍ୟା ଚାଷୀଙ୍କର ରହିଛି ତାହା ତୁରନ୍ତ ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri