ଖଇରା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖାରେ କର୍ମଚାରୀ ଅଭାବ ଯୋଗୁ ୧୪ ସେବା ସମବାୟ ସମିତିର ୨ଶହରୁ ଊର୍ଦ୍ଧ ଚାଷୀଙ୍କର ଋଣ ଫାଇଲ ଅଟକି ରହିଛି ା ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଋଣ ଚିନ୍ତା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ତୁରନ୍ତ ଅଧିକାରୀମାନେ ଋଣ ପ୍ରଦାନ ବ୍ୟବସ୍ଥା ଲାଗି ପଦକ୍ଷେପ ନ ନେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଖଇରା ସମବାୟ ବ୍ୟାଙ୍କ ଶାଖା ଅଧୀନରେ ୧୪ଟି ସମିତି ମାଧ୍ୟମରେ ଅନ୍ୟୁନ ୨ଶହ ଚାଷୀ ୬ମାସ ତଳୁ ଋଣ ପାଇଁ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ। ଏଥିମଧ୍ୟରେ ଅନେକ ଚାଷୀଙ୍କ ବ୍ୟକ୍ତିଗତ ଫାଇଲ ରହିଥିବା ବେଳେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କର ଫାଇଲ ମଧ୍ୟ ରହିଛି ା ହେଲେ ଷ୍ଟାଫ ନ ଥିବା କାରଣ ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଫାଇଲ ପାସ୍ କରୁନାହାନ୍ତି। ଫଳରେ ଚାଷୀମାନେ ସାର ଟିକିଏ କିଣି ନ ପାରି ହନ୍ତସନ୍ତ ହେଉଛନ୍ତି। ଚାଷୀମାନେ ଉଭୟ ସମିତି ଓ ବ୍ୟାଙ୍କ ଶାଖାକୁ ବାରମ୍ବାର ଦୌଡି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଅନୁଦାନ ଦେଉଥିବା ନେଇ ଭାଷଣବାଜି ମାରୁଥିବା ବେଳେ ୬ମାସ ଧରି ଚାଷୀଙ୍କ ଦୁର୍ଦ୍ଦଶା କାହାରି ଆଖିକୁ ଦେଖା ନ ଯିବା ଦୁଃଖଦାୟକ ବୋଲି ଗଡପୋଖରୀ ଗ୍ରାମର ଚାଷୀ ବିଶ୍ୱନାଥ ମହାପାତ୍ର କହିଛନ୍ତି ା ବ୍ୟାଙ୍କରେ ସମସ୍ତ ଫାଇଲ ମାସ ମାସ ଧରି ପଡିରହିଛି ା ପରିଚାଳକଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କିଛି ପ୍ରତିକାର କରାଯାଉ ନ ଥିବା ନେଇ ବିଭିନ୍ନ ସମିତିର ସମ୍ପାଦକ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ଶାଖା ପରିଚାଳକ ସଞ୍ଜୟ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ବ୍ୟାଙ୍କରେ ଷ୍ଟାଫ କମ୍ ଥିବାରୁ ଫାଇଲ ପ୍ରୋସେସିଂ ହୋଇପାରୁନାହିଁ। ଏ ବିଷୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। କର୍ମଚାରୀ ଆସିବା ପରେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ସମବାୟ ବ୍ୟାଙ୍କର ଜିଲା ଅତିରିକ୍ତ ପରିଚାଳକ ଜଳଧର ପଣ୍ଡାଙ୍କୁ ଏ ଅସୁବିଧା ସମ୍ପର୍କରେ ଯୋଗାଯୋଗ କରିବାରେ ସେ ଶାଖା ପରିଚାଳକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
Archives

