ଚାଷୀଙ୍କୁ ନେଇ ହରଡ଼ଘଣାରେ କୃଷିମନ୍ତ୍ରୀ: ୨୦୦୧ରୁ ୧୧ ମଧ୍ୟରେ କୃଷକ ସଂଖ୍ୟା ସରକାରଙ୍କୁ ଜଣାନାହିଁ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କୃଷି ଓ କୃଷକକୁ ନେଇ ବୁଧବାର ବିଧାନସଭାର ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତାହାର ଜବାବ ତଲବ କରିଥିଲେ। ଚାଷୀ ଗଣନା କରା ନ ଯାଇ କାଳିଆ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ବୋଲି ବିରୋଧୀ ଦଳ ସଦସ୍ୟମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଅଡ଼ୁଆରେ ପକାଇଥିଲେ। ମନ୍ତ୍ରୀ ସାହୁ ବିରୋଧୀଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡ଼ାଇ ଦେଇଥିଲେ।

ପୂର୍ବାହ୍ନ ୧୦.୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଥମ ପ୍ରଶ୍ନରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟରେ ୨୦୧୦ ବେଳକୁ କୃଷି ଉପରେ କେତେ ଲୋକ ନିର୍ଭର କରୁଥିଲେ, ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ କମିଛି। ସରକାରଙ୍କ ଭୁଲ କୃଷି ନୀତି ଯୋଗୁ ବହୁ କୃଷକ ଚାଷ ଛାଡ଼ୁଥିବା ଅଭିଯୋଗ ସତ୍ୟ କି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକ୍ଷେତ୍ରକୁ ଆଣିବା ପାଇଁ ସରକାର କି ଉଦ୍ୟମ କରିଛନ୍ତି ବୋଲି ମୂଳ ପ୍ରଶ୍ନରେ ପଚାରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେମାନଙ୍କ ମଧ୍ୟରୁ ୩୨.୮୦ ଲକ୍ଷ କୃଷକ ଏବଂ ୨୪.୨୦ ଲକ୍ଷ କୃଷି ଶ୍ରମିକ। ୨୦୨୧ରେ ପରବର୍ତ୍ତୀ ଜନଗଣନା ହେବ। ଏହାପରେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହା ଆକଳନ କରିହେବ। ସରକାରଙ୍କ ଭୁଲ କୃଷିନୀତି ଯୋଗୁ କୃଷକ ପରିବାର ଚାଷ ଛାଡ଼ୁଥିବା ଅଭିଯୋଗ ସତ୍ୟ ନୁହେଁ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାସ୍କର ମୋଡେ , ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଚାଷୀଙ୍କ ସଂଖ୍ୟା କମିବା ଓ ଧାନର ଅଭାବୀ ବିକ୍ରି ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସରକାର ଯଦି ରାଜ୍ୟରେ କେତେ ଚାଷୀ ଅଛନ୍ତି ତାହା ଗଣନା କରିନାହାନ୍ତି ତେବେ କାଳିଆ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି କିପରି। କେଉଁ ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏହି ଯୋଜନାରେ କେତେଜଣଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଦିଆଗଲାଣି । ସେ କଥା ଗୃହରେ ଉଲ୍ଲେଖ କରାଯାଉ। ୨୦୦୧ରେ ରାଜ୍ୟରେ କେତେ କୃଷକ ଥିଲେ, କେତେ ଚାଷ ଛାଡ଼ିଛନ୍ତି, କୃଷିନୀତିରେ କେତେ ଲୋକଙ୍କୁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ସହାୟତା ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ପାଣି ଯୋଗାଇବା ଲାଗି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କେବେ ମରାମତି କରାଯିବ ବୋଲି ପ୍ରଶ୍ନ କରିଥିଲେ। ତେବେ ମନ୍ତ୍ରୀ ପ୍ରଶ୍ନର ଉତ୍ତର ସିଧାସଳଖ ନ ଦେଇ କହିଥିଲେ ଯେ, ୨୦୦୧ରୁ ୨୦୧୧ ମଧ୍ୟରେ କେତେ ଚାଷୀ ଥିଲେ, କେତେ ଚାଷ କାର୍ଯ୍ୟ ଛାଡ଼ିଛନ୍ତି, ସେ ତଥ୍ୟ ମୋ ପାଖରେ ନାହିଁ। ପରେ ଏହାକୁ ଅନୁଧ୍ୟାନ କରାଯିବ। ତେବେ ଜନସଂଖ୍ୟା ବଢ଼ୁଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ୁଥାଇପାରେ ବୋଲି କହିଥିଲେ। ଚାଷ ଓ ଚାଷୀ ସମସ୍ୟା ସମାଧାନ ପାଇଁ ସମସ୍ତ ବିଧାୟକଙ୍କୁ ଡାକି ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସାହୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏନ୍‌ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର  ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର...

ବିଦା ହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଦୁର୍ନୀତି ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ, ୧୫।୧୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ...

ପଙ୍ଗପାଳ ଦମନ ପାଇଁ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ଏବେ ବି ଓଡ଼ିଶାର କୃଷି ପାଇଁ ପଙ୍ଗପାଳ ବିପଦ ରହିଛି। ତେବେ ଏହି ପାକିସ୍ତାନୀ ପଙ୍ଗପାଳ ଦମନ କରିବା ପାଇଁ ରାଜ୍ୟ କୃଷି...

ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ...

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୫ ଆହତ

କାଲିମେଳା, ୩୦ା୪(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡl ଓ ବଦଲିଗୁଡା ଗ୍ରାମ ମଧ୍ୟରେ ଶୁକ୍ରବାର ଅପରାହ୍ନ ୧ଟାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିପଡିଛି।...

୪ରୁ ୫ ଦିନ ବଢ଼ିବ ତାପମାତ୍ରା

ଭୁବନେଶ୍ବର,୧୨ା୫(ବ୍ୟୁରୋ): ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ...

ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ...

Advertisement
Archives

Model This Week