ଚାଲିବ ୧୦ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌: ରାଜକୀୟ ଆତିଥ୍ୟ ପାଇବା ସହ ପର୍ଯ୍ୟଟନସ୍ଥଳୀ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ରାଜସ୍ବ ବୃଦ୍ଧି ସହ ବିଳାସପୂର୍ଣ୍ଣ ସେବା କ୍ଷେତ୍ରକୁ ଆହୁରି ଆଗକୁ ନେବାକୁ ଭାରତୀୟ ରେଳପଥ ନୂଆ ପଦକ୍ଷେପ ଗ୍ରହଣ କରିଛି। ଯାତ୍ରୀଙ୍କୁ ରାଜକୀୟ ଆତିଥେୟତା ପ୍ରଦାନ ସହ ପର୍ଯ୍ୟଟନସ୍ଥଳୀ ବୁଲାଇବା ପାଇଁ ଖୁବ୍‌ଶୀଘ୍ର ଆଉ ୧୦ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହେବ। ଏଥିପାଇଁ ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ ଲିମିଟେଡ଼ (ଆଇଆର୍‌ସିଟିସି) ୨୦୦ ସେଲୁନ (ସ୍ବତନ୍ତ୍ର କୋଚ୍‌)କୁ ୧୦ ବିଳାସପୂର୍ଣ୍ଣ ଟ୍ରେନ୍‌ରେ ପରିଣତ କରିବାକୁ ଯାଉଛି। ଗୋଟିଏ ସେଲୁନ୍‌ରେ ୨ ବେଡ୍‌ରୁମ୍‌, କିଚେନ୍‌, ଲାଟିନ୍‌, ବାଥରୁମ୍‌, ପେଣ୍ଟ୍ରି ଓ ଲାଉଞ୍ଜ ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ୫ଦିନ ପର୍ଯ୍ୟନ୍ତ କୋଚ୍‌ ବାହାରକୁ ନ ବାହାରି ମଧ୍ୟ ସବୁକିଛି ସୁବିଧା ପାଇପାରିବେ। ଆଗାମୀଦିନରେ ଆଇଆରସିଟିସି କେବଳ ଟୁଣ୍‌ ପ୍ୟାକେଜ୍‌ ପାଇଁ ଏଭଳି ୨୦ଟି ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌ର ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତୀୟ ରେଳପଥ ନିକଟରେ ୩୩୬ ସେଲୁନ୍‌ ରହିଛି। ଏଥିମଧ୍ୟରୁ ୨୦୦ ସେଲୁନ୍‌କୁ ରେଲ୍‌ଓ୍ବେ ଅତିରିକ୍ତ ରାଜସ୍ବ ଉପାର୍ଜନ କରିବା ପାଇଁ ବ୍ୟବହାର କରିବାକୁ ଯୋଜନା କରୁଛି। ତେବେ ୧୦ ବିଳାସପୂର୍ଣ୍ଣ ଟ୍ରେନ ଭିତରୁ ଓଡ଼ିଶା ତଥା ପୂର୍ବତଟ ରେଳପଥକୁ ଗୋଟିଏ ମିଳିବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ରାଜ୍ୟ ବାହାରର ପର୍ଯ୍ୟଟକ ଖୁବ୍‌ ଆକୃଷ୍ଟ ହେବେ। ପୂର୍ବରୁ ଆଇଆର୍‌ସିଟିସି ବିଭିନ୍ନ ଟୁର୍‌ ପ୍ୟାକେଜ୍‌ରେ ପୁରୀ, କୋଣାର୍କ, ରତ୍ନଗିରିକୁ ସାମିଲ କରିଥିଲା। ଏହି ଟୁର୍‌ ପ୍ୟାକେଜ୍‌ ସଫଳ ହୋଇଥିବାବେଳେ ବିଳାସପୂର୍ଣ୍ଣ ଟ୍ରେନ ବ୍ୟବସ୍ଥା କରାଗଲେ ଓଡ଼ିଶାକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି କୁହାଯାଉଛି। ରେଳପଥ ନିକଟରେ ରହିଥିବା ସେଲୁନ୍‌ଗୁଡ଼ିକ ଭିତରୁ ଅଧିକାଂଶ ବ୍ୟବହାର ହେଉନି। ସେଗୁଡିକୁ ପୁନରୁଦ୍ଧାର କରାଯାଇ ବିଳାସପୂର୍ଣ୍ଣ ଟ୍ରେନରେ ପରିଣତ କରାଯିବ, ଯେଉଁଥିରେ ତାରକା ହୋଟେଲ୍‌ ଭଳି ସୁବିଧା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଏହି ସେଲୁନ୍‌ଗୁଡ଼ିକ ପ୍ରଥମେ ରେଳପଥର ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ ପାଇଁ ତିଆରି କରାଯାଇଥିଲା। ତେବେ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌ ତିଆରି ହୋଇଯିବାପରେ ବଳକା ସେଲୁନ୍‌ଗୁଡିକୁ ରେଲ୍‌ଓ୍ବେର ସମସ୍ତ ୧୬ ଜୋନ୍‌ରେ କାର୍ଯ୍ୟ ନିରୀକ୍ଷଣ ପାଇଁ ରଖାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri