Posted inଜାତୀୟ

ଚାଲାଣ କାଟିବା ସମୟରେ ହୃଦ୍‌ଘାତରେ କାର୍‌ ଚାଳକଙ୍କ ମୃତ୍ୟୁ

ନଏଡା,୯।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ଏହାର ଉଲ୍ଲଂଘନକାରୀଙ୍କୁ ଅଟକାଇ ପୋଲିସ ଚାଲାଣ କାଟିବା କଥା ସମସ୍ତଙ୍କୁ ଜଣା। ହେଲେ ରବିବାର ନଏଡାର ସେକ୍ଟର ୬୨ରେ ଜଣେ କାର୍‌ ଚାଳକଙ୍କୁ ଅଟକାଇ ପୋଲିସ ଚାଲାଣ କାଟୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, କାର୍‌ ଚାଳକ ଜଣଙ୍କ ହେଲେ ୪୩ ବର୍ଷୀୟ ଗୌରବ ଶର୍ମା। ସେ ସେକ୍ଟର ୫୨ ଶତାବ୍ଦି ବିହାରରେ ରହୁଥିବା ବେଳେ ଏକ ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିଲେ। ରବିବାର ସେ ତାଙ୍କ ମାତାପିତାଙ୍କ ସହ ଫେରୁଥିବା ବେଳେ ସେକ୍ଟର ୬୨ରେ ପୋଲିସ ତାଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିବା ସମୟରେ ପୋଲିସ ସହ ତାଙ୍କର ଝଗଡା ହୋଇଥିଲା। ଆଉ ଏତିକି ବେଳେ ତାଙ୍କର ହୃଦ୍‌ଘାତ ହେବାରୁ ସେହିଠାରେ ହିଁ ସେ ତଳେ ପଡିଯାଇଥିଲେ। ଆଉ ପୋଲିସ ତାଙ୍କୁ ସାହାଯ୍ୟ କରିବା ବଦଳରେ ସେଠାରୁ ଚାଲିଯିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନ ସ୍ଲୋଗାନ୍‌: ବ୍ଲୁଷ୍ଟାର ଅପରେଶନ୍‌ର ୩୬ତମ ବାର୍ଷିକୀ ପାଳନ

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନକୁ ଶନିବାର ୩୬ବର୍ଷ ପୂରଣ ହୋଇଛି। ଏହି ଅବସରରେ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ଅକାଳ ତଖତ୍‌ରେ...

ମୁମ୍ବାଇ ଯିବ ସିବିଆଇର ଏସ୍‌ଆଇଟି ଟିମ୍‌

ମୁମ୍ବାଇ,୨୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର...

କୋଲକାତାରେ ପହଞ୍ଚିଲେ ଶେଖ୍‌ ହସିନା, ଗାଙ୍ଗୁଲି କଲେ ସ୍ବାଗତ

କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି।...

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ...

ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ

ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ...

ସୁଷମା ସ୍ବରାଜଙ୍କୁ ମନେପକାଇଲେ ସ୍ବାମୀ: କହିଲେ ବିଦେଶରେ ନୁହେଁ, ନିଜ ଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ, ୫।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଚଳିତବର୍ଷ ଅଗଷ୍ଟରେ ନିଧନ ହୋଇଯାଇଥିଲା। ତାଙ୍କ ବିୟୋଗର...

ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ଅମିଶ ଶାହ ସେହି କଲେଜର ପ୍ରିନ୍ସିପାଲ

ଭୋପାଳ,୯।୬: ଗତ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଓ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସର ପରାଜୟ ଏବେ ସବୁଠାରୁ ବଡ ଆଲୋଚନାର...

ଓଡ଼ିଶା ସମେତ ୯ ରାଜ୍ୟକୁ କୋଭିଡ୍‌ ଭୟ ଅଧିକ

ନୂଆଦିଲ୍ଲୀ,୧୮ା୭(ପି.ଟି.): ଓଡ଼ିଶା ସମେତ ୯ ରାଜ୍ୟର ବିଭିନ୍ନ ଜିଲାକୁ କୋଭିଡ୍‌-୧୯ ମହାମାରୀ ପ୍ରଭାବର ଭୟାବହତା ସର୍ବାଧିକ ବୋଲି ଲାନ୍‌ସେଟ୍‌ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଅନ୍ୟ...

Advertisement


Archives

Model This Week