ଚାଉଳ ଦୁର୍ନୀତି

ରାଉରକେଲାସ୍ଥିତ ଏଫ୍‌ସିଆଇ ଚାଉଳ ଗୋଦାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯୋଗାଣ ବିଭାଗ ଓ ଏଫ୍‌ସିଆଇର କେତେଜଣ ଅସାଧୁ କର୍ମଚାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏହାର ଚେର ବଢ଼ିଥିଲା । ଏ କଥା ପଦାକୁ ଆସିବା ପରେ ନାନା ଚର୍ଚ୍ଚା ସାମନାକୁ ଆସିଥିଲା। ଆର୍‌ଏମ୍‌ସି ଅଧୀନ ସହରାଞ୍ଚଳ ସହ ଫର୍ଟିଲାଇଜର ଟାଉନଶିପ ଅଞ୍ଚଳରେ ପ୍ରାୟ ୬୩ ହଜାରରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ଅଛନ୍ତି। କାର୍ଡଧାରୀଙ୍କୁ ପରିବାର ସଦସ୍ୟ ପିଛା ୫ କିଲୋ ହିସାବରେ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥାଏ। ଏହିସବୁ ଚାଉଳ ଓ ଗହମ ଏଫ୍‌ସିଆଇ ଗୋଦାମରୁ ଲାଇସେନ୍ସପ୍ରାପ୍ତ ଠିକାଦାର ଗାଡ଼ିରେ ନେଇ ବିକ୍ରୟ କେନ୍ଦ୍ରରେ ଥିବା ଡିଲରମାନଙ୍କୁ ଦିଅନ୍ତି। ଗହମ ଓ ଚାଉଳ ଦେବା ସମୟରେ ୱେବ୍ରିଜରେ ଠିକ୍‌ ଭାବେ ଓଜନ ହୁଏନାହିଁ। ଏପରିକି କାର୍ଡଧାରୀମାନଙ୍କୁ ଚାଉଳ ଓ ଗହମ ଦେବା ସମୟରେ ମଧ୍ୟ ଓଜନରେ ଡିଲରମାନେ ହରିଲୁଟ କରିଥାନ୍ତି ବୋଲି ଅଭିଯୋଗ ହୁଏ। ଏପରି କି ଡିଲରମାନେ ଆଧାରକାର୍ଡରେ ଭୁଲ ଥିବା ଏବଂ ଫିଙ୍ଗରପ୍ରିଣ୍ଟ ଆସୁ ନ ଥିବା ବାହାନା ଦେଖାଇ କାର୍ଡଧାରୀଙ୍କୁ ଉପଯୁକ୍ତ ପରିମାଣରେ ଚାଉଳ ଓ ଗହମ ପ୍ରଦାନ କରୁ ନ ଥିବା କହିଥାନ୍ତି । ଫଳରେ ନିରୀହ କାର୍ଡଧାରୀମାନେ ଖାଦ୍ୟ ସାମଗ୍ରୀ ଠିକ୍‌ଭାବେ ପାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ମାସ ଶେଷରେ ବଳକା ରହୁଥିବା ଚାଉଳକୁ ଅନ୍ୟତ୍ର ବିକ୍ରି କରି ଏଫ୍‌ସିଆଇ ଓ ଯୋଗାଣ ବିଭାଗ ଅଧିକାରୀ ମାଲାମାଲ ହେଉଛନ୍ତି ବୋଲି ଚର୍ଚ୍ଚା ହୋଇଛି । ଆଉ ଏଥିରେ ହାତ ମିଳାଉଛନ୍ତି ଚାଉଳ ଯୋଗାଣ କରୁଥିବା ଲାଇସେନ୍ସ ପ୍ରାପ୍ତ ଠିକାଦାରମାନେ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ଅକ୍ଟୋବର ୩୦ ତାରିଖରେ। ଏଫ୍‌ସିଆଇ ଗୋଦାମରୁ ବିନା କାଗଜପତ୍ରରେ ଯୋଗାଣ ବିଭାଗର ୧୦୦ କୁଇଣ୍ଟାଲ ଚାଉଳ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା। ଧରାପଡ଼ିବା ପରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରୁ ଚାପ ପଡ଼ିବା ପରେ ସେ ଚାଉଳ ଟ୍ରକକୁ ଜବତ କରିବା ସହ ଟ୍ରକକୁ ଥାନା ଜିମା ଦେଇଥିଲେ। ଅପରପକ୍ଷରେ ବିଭାଗ ପକ୍ଷରୁ ଏହି ଚାଉଳ ଲୁଟ ଘଟଣାର ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗୋଦାମ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଚାଉଳ ଦୁର୍ନୀତି ଘୋଡାଇବାକୁ ବିଭାଗ ପକ୍ଷରୁ ଏକ ପ୍ରକାର ଉଦ୍ୟମ କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ପକ୍ଷରୁ ଏହି ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗରେ ଏତାଲା ଦାଏର କରାଯାଇଥିଲା। ଫଳରେ ଏହି ଘଟଣା ବର୍ତ୍ତମାନ ରୋଚକ ମୋଡ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀଙ୍କ ମାଡ଼ରେ ଯୁବକ ଗୁରୁତର

ବରୀ,୨୩।୧୦: ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ବରୀ ‘ବିଲସାହି’ ଗ୍ରାମର ବାବୁଲି ମଲ୍ଲିକ ନାମକ (୨୧)ଜଣେ ଯୁବକଙ୍କୁ ବରୀ ଥାନାର ଜଣେ ପୋଲିସ କର୍ମଚାରୀ ମାଡ...

ଘରେ ରୋଷେଇ ବେଳେ ମହିଳାଙ୍କୁ ଗୁଳି

ଦେବଗଡ଼, ୧୬।୧୨ (ଡି.ଏନ୍‌.ଏ.):ଘରେ ରୋଷେଇ କରୁଥିବାବେଳେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ ଦେବଗଡ଼ ଜିଲା ବାରକୋଟ...

୧୩୯ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ଚିହ୍ନଟ ସମସ୍ତ...

ଦେବୀ ନଦୀବନ୍ଧ ଦୁର୍ବଳ ହେଉଛି

ନାଉଗଁା,୩୦ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ। ଶିଖର ପଞ୍ଚାୟତ ପାରିଶିଖରଠାରେ ଦେବୀନଦୀ କୂଳ ଖାଉଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର...

୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ...

ଚେନ୍‌ ପୁଲିଂ କରି ଓହ୍ଲାଇଲେ ୧୮ ପ୍ରବାସୀ

ବଇଣ୍ଡା,୨୭ା୫(ଡି.ଏନ.ଏ.) – ଗୁଜରାଟରୁ ପ୍ରବାସୀଙ୍କୁ ନେଇ କଟକ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ର ଚେନ୍‌ ପୁଲିଂ କରି ମଙ୍ଗଳବାର ସନ୍ଧ୍ୟାରେ ୧୮ଜଣ ଶ୍ରମିକ ଅନୁଗୋଳ ଜିଲା...

୪ବର୍ଷର ପ୍ରତିଭା ସାଇସାଗର

ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍‌.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...

ଜେସିବି ମାଡ଼ିଯାଇ ବାଳକ ମୃତ

ବଦଳଦା,୧୬ା୯(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ଡୁମାତାଣ୍ଡି ଗ୍ରାମରେ ରାସ୍ତାକାମ ଚାଲିଥିବା ବେଳେ ଜେସିବି ମେଶିନ ମାଡ଼ିଯାଇ ରବିବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ...

Advertisement
Archives

Model This Week