ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକୁ ଚାଇନା ଖୁବ୍‌ଶୀଘ୍ର କରାୟତ୍ତ କରିବାରେ ସଫଳ ହୋଇଛି। ଗତ ସପ୍ତାହରେ ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସହ ସମ୍ପର୍କ ଛିନ୍ନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କରୋନା ବ୍ୟାପିବା ନେଇ ବେଜିଂକୁ ଦାୟୀ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଫଳ ହୋଇଛି। ଏହି ବିଶ୍ୱସ୍ତରୀୟ ସଙ୍ଗଠନକୁ ଚାଇନା କବ୍ଜାକରି ରଖିଛି। ତେଣୁ ଏହି ସଙ୍ଗଠନକୁ ଆମେରିକା ପାଣ୍ଠି ପ୍ରଦାନ କରିବା ସମ୍ପର୍କରେ ପୁନଃବିଚାର କରିବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରେ ଯଦି ମାସକ ମଧ୍ୟରେ ସୁଧାର ନ ଆସେ, ତେବେ ଆମେରିକା ବାଧ୍ୟହୋଇ କଠୋର ନିଷ୍ପତ୍ତି ନେବ ବୋଲି ଟ୍ରମ୍ପ କହିଥିଲେ। ଏଭଳି ନିଷ୍ପତ୍ତି ୟୁରୋପୀୟ ସଂଘରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମହାମାରୀ ବିପତ୍ତି ସମୟରେ ଏଭଳି ନିଷ୍ପତ୍ତିର ପୁନଃସମୀକ୍ଷା କରିବା ଲାଗି ୟୁରୋପୀୟ ସଂଘ ଟ୍ରମ୍ପଙ୍କୁ ଅନୁରୋଧ କରିଛି।
ଭାରତର ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେ ନ୍ୟୁୟର୍କ ଟାଇମ୍‌ସ ଆର୍ଟିକିଲରେ ଦର୍ଶାଇଛନ୍ତି, ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନରୁ ନିଜକୁ ଦୂରେଇ ଦେବାର ଅର୍ଥ ଚାଇନା ହାତରେ ଖେଳିବା ସଦୃଶ। ଏହା ଚାଇନା ରାଷ୍ଟ୍ରପତି ଜି’ଙ୍କୁ ବେଶ୍‌ ସୁହାଇବ। ଆମେରିକା ଭାଙ୍ଗିଯାଇ ମୁହଁ ଫେରାଇ ନେଲେ ବିଶ୍ୱକୁ ବିପତ୍ତି ମାଡ଼ିଆସିବ ଓ ଚାଇନା ସୁଯୋଗ ପାଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକୁ କବ୍ଜା କରିନେବ। ଏହି ଭୟଙ୍କର ଖେଳରେ ଚାଇନା ନିଜ ପ୍ରତିଷ୍ଠାକୁ ବଜାୟ ରଖି ଆଗକୁ ବଢ଼ିବା ସହ ହଂକଂକୁ ନିୟନ୍ତ୍ରଣକୁ ନେବାରେ ସଫଳ ହେବ। ସେମାନଙ୍କ ଭିନ୍ନ ଦୁଇ ଉଦ୍ଦେଶ୍ୟ ସଫଳ ହୋଇଯିବ। ସେଗୁଡ଼ିକ ହେଲା କରୋନାକୁ ନେଇ ହୋଇଥିବା ପ୍ରାରମ୍ଭିକ ତ୍ରୁଟିକୁ ସୁଧାରିବା ଓ ଦେଶର ଛବି ଖରାପ କରିବାକୁ ଉଦ୍ୟମ କରୁଥିବା ଦେଶ ଉପରେ ଆକ୍ରମଣ କରିବା। ଗୋଖଲେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ବ୍ୟବସ୍ଥାକୁ ବଦଳାଇବାରେ ଚାଇନା କେବେ ବି ସଫଳ ହେବନାହିଁ। ଆମେରିକା ପୂର୍ବଭଳି ବିଶ୍ୱର ନେତୃତ୍ୱ ନେବା ଉଚିତ। ବିଶ୍ୱକୁ ଆମେରିକାର ନେତୃତ୍ୱ ଦରକାର। ମାନବୀୟ ସ୍ବାଧୀନତା ଓ ବ୍ୟକ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଗଣତାନ୍ତ୍ରିକ ଦେଶ ଆଗକୁ ଆସିବା ଦରକାର। ଏକଚ୍ଛତ୍ରବାଦୀ ବେଜିଂ ମଡେଲ ଆର୍ଥତ୍କ ଉତ୍କୃଷ୍ଟତା ଆଣିଦେବ ସତ, ହେଲେ ବ୍ୟାପକଭାବେ ଅନୁକରଣୀୟ ନୁହେଁ। ଗଣତନ୍ତ୍ର ରାଷ୍ଟ୍ର ହିଁ ସାର୍ବଜନୀନ ସିଦ୍ଧାନ୍ତ ଦେଇପାରିବ ଓ ସମସ୍ତେ ଏହାକୁ ସହଜରେ ଗ୍ରହଣ କରିପାରିବେ। ଯଦି ପାଶ୍ଚାତ୍ୟ ଦେଶ ଗଣତନ୍ତ୍ରର ସାର୍ବଜନିନ ଶକ୍ତି ଉପରେ ବିଶ୍ୱାସ ତୁଟାଇବ, ତେବେ ଚାଇନା କେବଳ ଭାରତ, ଇଣ୍ଡୋନେସିଆ, ଘାନା କି ଉରୁଗୁଏ ନୁହେଁ ବିଶ୍ୱକୁ କରାୟତ୍ତ କରିବାରେ ସଫଳ ହୋଇଯିବ ବୋଲି ଗୋଖଲେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ

ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର...

ବୁଷ୍ଟର ଡୋଜ୍‌ ଭାବେ କୋର୍ବେଭାକ୍ସ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୮(ପି.ଟି.): ବୁଷ୍ଟର ଡୋଜ୍‌ ଭାବେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛି। ପୂର୍ବରୁ କୋଭାକ୍ସିନ...

ସଂସଦ ଭିତରେ ଧାରଣା ମନା

ନୂଆଦିଲ୍ଲୀ,୧୫।୭: ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି।...

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ...

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି...

‘ସୌଭାଗ୍ୟବତୀ ଯୋଜନା’ରେ ଗର୍ଭବତୀ ମହିଳା, ନବଜାତ ଶିଶୁଙ୍କୁ ମିଳିବ ସ୍ବତନ୍ତ୍ର କିଟ୍‌

ଡେରାଡୁନ, ୧୦।୧୦: ଉତ୍ତରାଖଣ୍ଡ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ସୌଭାଗ୍ୟବତୀ’ ଯୋଜନା ରଖିଛନ୍ତି। ଏହି ଯୋଜନାରେ ରାଜ୍ୟର...

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା...

ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି

ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍‌ ନିଯୁକ୍ତି ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ...

Advertisement
Archives

Model This Week