ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ ପ୍ରତିହତ କରିବା ଲାଗି ଆମେରିକା ସମେତ ୮ ଗଣତାନ୍ତ୍ରିକ ରାଷ୍ଟ୍ରର ବରିଷ୍ଠ ଆଇନପ୍ରଣେତାମାନେ ନୂଆ ମେଣ୍ଟ ଗଠନ କରିଛନ୍ତି। ଶୁକ୍ରବାର ଏହି ଇଣ୍ଟର-ପାର୍ଲାମେଣ୍ଟାରି ଆଲିଆନ୍ସ ଗଠନ କରାଯାଇଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଏବଂ କୂଟନୈତିକ ପ୍ରଭାବକୁ ପ୍ରତିହତ କରିବା ଲାଗି ଆମେରିକା ସମଭାବାପନ୍ନ ମେଣ୍ଟ ଗଠନ ଲାଗି ଉଦ୍ୟମ ଜାରି ରଖିଛି। ହଂକଂରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରିଥିବା ବେଜିଂକୁ ଆମେରିକା ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସମାଲୋଚନା କରାଯାଇଛି। ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନ ଲାଗୁ ହେବା ଫଳରେ ଏହି ସହରର ସ୍ବୟଂଶାସନ କ୍ଷମତା ପ୍ରତି ବିପଦ ସୃଷ୍ଟି ହୋଇଛି। ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ବିଭିନ୍ନ ପ୍ରସଙ୍ଗର ଗଠନମୂଳକ ତଥା ସମ୍ମିଳିତ ଜବାବ ଦେବା ମେଣ୍ଟ ଗଠନର ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ଏହି ନବଗଠିତ ମେଣ୍ଟରେ ଆମେରିକାର ରିପବ୍ଲିକାନ ସିନେଟର ମାର୍କୋ ରୁବିଓ, ଡେମୋକ୍ରାଟ୍‌ ବବ୍‌ ମେନେଣ୍ଡେଜ୍‌, ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକାଟାନି, ୟୁରୋପୀୟ ପାର୍ଲାମେଣ୍ଟର ବହିର୍ବ୍ୟାପାର କମିଟି ସଦସ୍ୟ ମିରିଆମ୍‌ ଲେକ୍ସମନ ଏବଂ ବ୍ରିଟେନ କଞ୍ଜରଭେଟିଭ୍‌ ଏମ୍‌ପି ଡୁନ୍‌କାନ୍‌ ସ୍ମିଥ୍‌ ସହଅଧ୍ୟକ୍ଷ ରହିଛନ୍ତି। ଚାଇନାର ହଂକଂ କାର୍ଯ୍ୟାନୁଷ୍ଠାନକୁ ରୁବିଓ କଡ଼ା ସମାଲୋଚନା କରିଛନ୍ତି। କମ୍ୟୁନିଷ୍ଟ ଶାସିତ ଚାଇନା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଛି ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ହଂକଂରେ ଦେଖାଦେଇଥିବା ସ୍ଥିତି ଚାଇନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବେଜିଂ ବାରମ୍ବାର କହିଆସୁଛି। ଦେଶର ବୃହତ ଅର୍ଥନୀତି ଓ କୂଟନୈତିକ ପ୍ରଭାବ ବୃଦ୍ଧି ବିଶ୍ୱ ପାଇଁ ଆଦୌ ବିପଦ ନୁହେଁ ବୋଲି ଚାଇନା କହିଛି। କେତେଜଣ ରାଜନେତା ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି। ସେମାନେ ସତ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କର ମୂଳ ନିୟମକୁ ସମ୍ମାନ ଦେବା ସହ ଶୀତଳ ଯୁଦ୍ଧ ମାନସିକତା ପରିତ୍ୟାଗ କରନ୍ତୁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ ବେଜିଂ ଠାରେ ଗଣମାଧ୍ୟମକୁ କହିଛନ୍ତି।
ଚାଇନା ବିରୋଧରେ ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସ୍ବିଡେନ, ନରଓ୍ବେ ସମେତ ୟୁରୋପୀୟ ପାର୍ଲାମେଣ୍ଟର ସଦସ୍ୟମାନେ ଏକାଠି ହୋଇଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଚାଇନାର ରଣନୀତିକ ମହତ୍ତ୍ୱାକାଂକ୍ଷାକୁ ଅତିକ୍ରମ କରିବାରେ ଗୁରୁତର ଅର୍ଥନୈତିକ କିମ୍ବା ରାଜନୈତିକ ପରିଣାମର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଚାଇନା ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଏହା ଏକ ଦୀର୍ଘ ଟ୍ରେଡ୍‌ ଓ୍ବାରରେ ପରିଣତ ହୋଇଛି, ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଥିବା କୁହାଯାଉଛି। ସେହିପରି ଚାଇନାରୁ ଆମେରିକାର ଖବରଦାତାଙ୍କୁ ତଡିଦିଆଯାଇଛି। କାନାଡାର ଦୁଇଜଣ ନାଗରିକଙ୍କୁ ବିନା ବିଚାରରେ ଚାଇନା ଅଟକ ରଖିଛି। ସେହିପରି ନରଓ୍ବେର ଚାଇନା ସହିତ ବାଣିଜି୍ୟକ ସମ୍ପର୍କ ଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri