ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ ବିଭିନ୍ନ ଦେଶକୁ ବ୍ୟାପୁଛି। ସ୍ପେନରେ କରୋନା ଭାଇରସ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଇଟାଲିଆନ୍‌ ଡାକ୍ତରଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ନମୁନା ରିପୋର୍ଟ ଆସିବା ପରେ କେନରୀ ଦ୍ୱୀପସ୍ଥିତ ଟେନେରିଫ୍‌ର ଏକ ହୋଟେଲରେ ତାଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏଚ୍‌-୧୦ କୋଷ୍ଟା ଏଡିଜେ ପ୍ୟାଲେସ୍‌ ହୋଟେଲରେ ରହୁଥିବା ଶହ ଶହ ଲୋକଙ୍କୁ ସେମାନଙ୍କ ରୁମ୍‌ରେ ରହିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଆଗକୁ କ’ଣ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ସଂକ୍ରମିତ ଡାକ୍ତର ହେଉଛନ୍ତି ଲୋମବାର୍ଡି ଅଞ୍ଚଳର। ଯେଉଁଠାରେ ଇଟାଲିଆନ୍‌ ଅଧିକାରୀମାନେ ଉକ୍ତ ଭାଇରସ୍‌ ପ୍ରକୋପର ସାମ୍ନା କରୁଛନ୍ତି। ତେବେ ସ୍ପେନ୍‌ରେ ଏହି ଘଟଣା ପ୍ରଥମ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସହରର ପଞ୍ଚତାରକା ଥିବା ୪ଟି ହୋଟେଲରେ ରହୁଥିବା ଅତିଥିଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କେଟ୍‌ରେ ମିଳୁନି ଅଣ୍ଡା, ବ୍ରେଡ୍‌

କଲମ୍ବୋ,୧୬ା୭: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଆର୍ଥିକ ସଙ୍କଟ ଯୋଗୁ ସୁପରମାର୍କେଟରେ ଖାଦ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶେଷ ହୋଇଗଲାଣି। ଏପରିକି ଶ୍ରୀଲଙ୍କାରେ ଲୋକେ...

ଭାତ-ଡାଲି ଆନୁବଂଶିକ ରୋଗରୁ ଦେବ ମୁକ୍ତି

ବର୍ଲିନ୍‌,୧୯।୯: ଭାରତୀୟ ଖାଦ୍ୟ ଭାତ-ଡାଲି ଆନୁବଂଶିକ ରୋଗରୁ ମୁକ୍ତି ଦେବ। ଜର୍ମାନୀର ଲ୍ୟୁବେକ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆନୁବଂଶିକ...

ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ...

ବାଇଡେନ୍‌ଙ୍କୁ ଚ୍ୟାଲେଞ୍ଜ କରିବାକୁ ନେଇ ମୁହଁ ଖୋଲିଲେ ପୂର୍ବ ପତ୍ନୀ: କହିଲେ ‘ଟ୍ରମ୍ପ ପରାଜୟ ସ୍ବିକାର କରିନିଅନ୍ତୁ’

ଓ୍ବାଶିଂଟନ,୧୨।୧୧: ଆମେରିକାର ନିର୍ବାଚନ ଫଳାଫଳକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ପତ୍ନୀ ଇଭାନା ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ଇଭାନା କହିଛନ୍ତି, ଡୋନାଲ୍ଡ...

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି...

ବାଇଡେନ ପାକିସ୍ତାନକୁ ସାମରିକ ସହାୟତା ଜାରି ରଖିଛନ୍ତି, ମୁଁ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ସହାୟତା ହେବ ବନ୍ଦ: ନିକ୍କି ହାଲେ…

ଓ୍ବାଶିଂଟନ,୨୬।୨ : ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେତାଙ୍କ ନିର୍ବାଚନ ପ୍ରଚାର ପାଇଁ...

ଟୁଇଟ୍‌ ଦେଖି ରାଗିଗଲେ ଏଲନ ମସ୍କଙ୍କ ମା’

କାଲିଫର୍ଣ୍ଣିଆ,୯।୫: ଟେସଲା କମ୍ପାନୀର ସିଇଓ ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋମବାର ସେ ମୃତ୍ୟୁ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଯାହାକୁ ନେଇ ସାରା...

ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ...

Advertisement
Archives

Model This Week