ଚାଇନା ଆଣୁଛି ଡିଜିଟାଲ କରେନ୍ସି : ୪ ସହରରେ ଲାଗୁ ହେବ ଇ-ଆର୍‌ଏମ୍‌ବି

ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍‌ଏମ୍‌ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି କରେନ୍ସି ଲାଗୁ ହେବ ବୋଲି ସେଠାକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ଡିଜିଟାଲ କରେନ୍ସିକୁ ବିକଶିତ କରିଛି। ପ୍ରମୁଖ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ଏହା ପ୍ରଥମ ସରକାରୀ ଡିଜିଟାଲ କରେନ୍ସି ହେବ। ସେଞ୍ଜେହେନ, ସୁଝୁ, ଚେଙ୍ଗଡୁ ସମେତ ଦକ୍ଷିଣ ବେଜିଂର ଜିଓଙ୍ଗାନ ଭଳି ସ୍ଥାନଗୁଡିକରେ ଏହାକୁ ଶୁଭାରମ୍ଭ କରିବା ନେଇ ଯୋଜନା ରଖାଯାଇଛି। ସରକାରୀ ଗଣମାଧ୍ୟମ ଚାଇନା ଡେଲି ପକ୍ଷରୁ କୁହାଯାଇଛି ଯେ, ଏହାକୁ ନିର୍ଦ୍ଧାରିତ ସହରଗୁଡିକର ମନିଟାରି ସିଷ୍ଟମରେ ଲାଗୁ କରାଯିବା ନେଇ ନିଷ୍ପତ୍ତି ହୋଇଛି। କେତେଜଣ ସରକାରୀ କର୍ମଚାରୀ ସେମାନଙ୍କ ମେ ମାସର ବେତନ ଏହି ଡିଜିଟାଲ କରେନ୍ସିରେ ଲାଭ କରିବେ। ରିପୋର୍ଟ ମୁତାବକ, ସୁଝୋ ସହରରେ ସବ୍‌ସିଡି ପରିବହନ ସେବା ଯୋଗାଣ ଲାଗି ଏହି ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଏହାବାଦ ଜିଓଙ୍ଗାନ ସହରରେ ପ୍ରାଥମିକ ଭିତ୍ତିରେ ଖାଦ୍ୟ ସାମଗ୍ରୀ ଓ ରିଟେଲ ବର୍ଗରେ ଏହି କରେନ୍ସି ବ୍ୟବହାର ହେବାର ଯୋଜନା ରହିଛି। ମ୍ୟାକଡୋନାଲ୍ଡ ଏବଂ ଷ୍ଟାରବକ୍ସ ଭଳି କମ୍ପାନୀ ଏହି ପରୀକ୍ଷଣରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏ ନେଇ ଷ୍ଟାବକ୍ସର ପ୍ରତିକ୍ରିୟା ଲୋଡାଯାଇଥିବା ବେଳେ ଏଥିରେ ଭାଗ ନେଇ ନ ଥିବା କମ୍ପାନୀ କହିଛି। ସେହିଭଳି ମ୍ୟାକଡୋନାଲ୍ଡର ପ୍ରତିକ୍ରିୟା ଏଯାଏ ମିଳିପାରିନାହିଁ।
ଚାଇନାରେ ଏବେ ଡିଜିଟାଲ କରେନ୍ସି ବହୁଳ ଭାବେ ବ୍ୟବହାର ହେଉଛି। ଏହି କରେନ୍ସିଗୁଡିକ ମଧ୍ୟରେ ଆଲିବାବା ଆଣ୍ଟ ଫାଇନାନ୍ସିଆଲର ଆଲି ପେ, ଟେନସେଣ୍ଟର ଓ୍ବି ଚାଟ ଭଳି ରହିଛନ୍ତି। ନୂଆ ଡିଜିଟାଲ କରେନ୍ସି ଲାଗୁ ହେବାକୁ ଥିଲେ ମଧ୍ୟ ପୂର୍ବରୁ ଚାଲି ଆସୁଥିବା ଡିଜିଟାଲ କରେନ୍ସି ବନ୍ଦ ହେବ ନାହିଁ। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନାର ଡିଜିଟାଲ କରେନ୍ସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏପ୍ରିଲରେ ନୂଆ ବ୍ୟବସ୍ଥା ହାତକୁ ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏହାକୁ ପରିଚାଳନା କରାଯାଉଥିବାରୁ ଭବିଷ୍ୟତର ଆର୍ଥତ୍କ, ପେମେଣ୍ଟ, ବାଣିଜ୍ୟ ଏବଂ ସୋସିଆଲ ଗଭର୍ନାନ୍ସ ଦିଗରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କୁହାଯାଉଛି। ଡଲାର ସିଷ୍ଟମ ସେଟେଲମେଣ୍ଟ ଏବଂ ବିଶ୍ୱ ବାଣିଜ୍ୟର କରେନ୍ସି ବଜାରରେ ଏହା ବିକଳ୍ପ ହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri