ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବବୃହତ୍‌। ୬ମାସ ଧରି ଏହାର ମରାମତି ଚାଲିଥିଲା। ତାଙ୍ଗ୍‌ ରାଜବଂଶର ଶାସନ କାଳ (୬୧୮-୯୦୭) ମଧ୍ୟରେ ୭୧୩ ଖ୍ରୀଷ୍ଟାବ୍ଦରେ ଲେଶାନ ପର୍ବତକୁ ଖୋଦନ କରି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଭାରତରୁ ବୌଦ୍ଧଧର୍ମର ଉଦ୍‌ଭବ ହୋଇଥିଲେ ହେଁ ଚାଇନାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଦାଗ ସୃଷ୍ଟିହେବା ସହିତ ଛାତି ଓ ତଳିପେଟ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୮ ଅକ୍ଟୋବରରେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଛି। ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଶୁକ୍ରବାର ପୁନର୍ବାର ଖୋଲାଯାଇଛି। ଏଥିପାଇଁ ଉଚ୍ଚ ମାନର ପ୍ରତିରୋଧୀ ପଦ୍ଧତି, ୩ଡି ଲେଜର ସ୍କାନିଂ ଏବଂ ଡ୍ରୋନ ଏରିୟଲ ସର୍ଭେ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ୟୁନେସ୍କୋ ତାଲିକାରେ ଥିବା ଏହି ସାଂସ୍କୃତିକ ଐତିହାସିକ ପ୍ରତିମୂର୍ତ୍ତିରେ ଏକାଧିକ ଥର ମରାମତି କରାଯାଇଛି। ୨୦୦୧ରେ ଉକ୍ତ ପ୍ରତିମୂର୍ତ୍ତିକୁ ପରିଷ୍କାର କରାଯିବା ସହିତ ଫାଟ ମରାମତି ଏବଂ ଡ୍ରେନେଜ ପାଇପ ସ୍ଥାପନ କରିବାରେ ୨୫୦ ନିୟୁତ ୟୁଆନ୍‌ ଖର୍ଚ୍ଚ ହୋଇଥିଲା। ୨୦୦୭ରେ ମଧ୍ୟ ପ୍ରତିମୂର୍ତ୍ତି ଉପରେ ଅମ୍ଳବର୍ଷାଜନିତ କ୍ଷୟକ୍ଷତି ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି...

ବାପାଙ୍କ ଆଖି ଆଗରେ ପୁଅକୁ ଟାଣିନେଲା କୁମ୍ଭୀର

ମାଲେସିଆ,୪।୧୨: ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା...

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌)...

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ନିକଟରେ ବେହୋସ ହୋଇ ପଡ଼ିଗଲେ ଅଙ୍ଗରକ୍ଷୀ, ଭିଡିଓ ଦେଖିଲେ…

ଲଣ୍ଡନ,୧୫ା୯: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବୁଧବାର ଲଣ୍ଡନର ବକିଂହାମ୍‌ ପ୍ୟାଲେସରୁ ଶେଷ ଦର୍ଶନ ପରେ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍‌କୁ ଅଣାଯାଇଥିଲା। ଅନ୍ତିମ...

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଆଘାତ ଚିହ୍ନ…

ଓ୍ବଶିଂଟନ, ୧୬।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି...

ୟୁକ୍ରେନରେ ରୁଷିଆ ସେନା

କିଭ,୨୪ ।୨: ପ୍ରତି ମୁହୂର୍ତ୍ତରେ ବଢି ଚାଲିଛି ୟୁକ୍ରେନ ସଙ୍କଟ । ଅଘୋଷିତ ଭାବେ ୟୁକ୍ରେନ୍ ଉପରେ ରୁଷିଆ ଏକ ପ୍ରକାର ଆକ୍ରମଣ କରି ସାରିଛି...

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ...

ଜାତିସଂଘ ସୁରକ୍ଷା ପରିଷଦରେ ଫସର ଫାଟିଲା ଚାଇନାର ଚାଲ୍‌

ଜେନେଭା, ୧୬।୧: ଜାତିସଂଘରେ ଚାଇନାକୁ ଲୋକହସା ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗ ଚାଇନା ପକ୍ଷରୁ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରାଯାଇଥିଲା।...

Advertisement
Archives

Model This Week