ଚାଇନାକୁ ଡରିଲା ଟୁଇଟର

ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବେଖାତିର କରି ତାଙ୍କ ପୋଷ୍ଟକୁ ହଟାଇ ଦେଉଥିବା ଟୁଇଟର ଚାଇନାକୁ ଡରିଯାଇଛି। ଏହି ସୋସିଆଲ ନେଟଓ୍ବାର୍କିଂ ସାଇଟ ବେଜିଂକୁ ସୁହାଇଲା ଭଳି କାମ କରୁଛି। ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ପ୍ରମୁଖ କମ୍ପାନୀ ଅମୁଲର ଏକ ସଦ୍ୟ ଟୁଇଟକୁ ହଟାଇ ଦେବା ପରେ ଏହାର ଚାଇନା ପ୍ରୀତି ପଦାରେ ପଡିଛି।
ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ବିରୋଧରେ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଦେଶର ସାମଗ୍ରୀଗୁଡିକୁ ବର୍ଜନ କରିବା ପାଇଁ ଭାରତରେ ଅଭିଯାନ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଅମୁଲ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ‘ଏକ୍‌ଜିଟ ଦି ଡ୍ରାଗନ’ ନାମରେ ଏକ ଟେମ୍ପଲେଟ ପୋଷ୍ଟକରି କମେଣ୍ଟ କରିଥିଲା। ଏହାପରେ ଟୁଇଟର ଅମୁଲ ଆକାଉଣ୍ଟକୁ ଗୁରୁବାର ରାତିରେ ହଟାଇ ଦେଇଥିବା ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ହଟାଯାଇଥିବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରାଯାଇଥିଲା। ଉକ୍ତ ପୋଷ୍ଟରେ ଅମୁଲ ଗାର୍ଲ ଡ୍ରାଗନ ସହ ଲଢ଼େଇ କରୁଥିବା ଦର୍ଶାଯାଇଛି। ଡ୍ରାଗନ ପାର୍ଶ୍ୱରେ ଚାଇନାର ଭିଡିଓ ଶେୟାରିଂ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ ରହିଛି।
ସ୍ଥାନୀୟ ଏବଂ ବିଶ୍ୱସ୍ତରର କୌଣସି ପ୍ରସଙ୍ଗ ଉପରେ ଅମୁଲ ଏଭଳି ସୃଜନାତ୍ମକ ଟେମ୍ପଲେଟ ୧୯୬୬ ପରଠାରୁ ପ୍ରସ୍ତୁତ କରିଥାଏ। ଦୀର୍ଘ ବର୍ଷ ଧରି ଏଭଳି ହୋଇଆସିଛି। ଏଥିଲାଗି ଘରେ ଘରେ ଅମୁଲର ଲୋକପ୍ରିୟତା ମଧ୍ୟ ରହିଛି। ନିକଟରେ ଅମୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ସହ ସ୍ଥାନୀୟ ସାମଗ୍ରୀକୁ ଫୋକସ କରିଥିବାବେଳେ ଚାଇନା ପ୍ରଡକ୍ଟ ବିରୋଧରେ ଏଭଳି ପୋଷ୍ଟ କରିଛି। ଟୁଇଟର ଏହାକୁ ହଟାଇବା ପରେ ଅମୁଲ ଉଦ୍‌ବେଗ ପ୍ରକାଶ କରିଛି। ବିନା କୌଣସି ସୂଚନାରେ ଏହା କରାଯାଇଥିବା କମ୍ପାନୀ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି। ଟୁଇଟର ଆକାଉଣ୍ଟକୁ ଗୁରୁବାର ମଧ୍ୟରାତିରେ ହଟାଯାଇଥିଲାବେଳେ ଶୁକ୍ରବାର ସକାଳେ ପୁଣି ଥରେ ଆକ୍ଟିଭେଟ କରାଯାଇଥିଲା। ଟୁଇଟରର ଏଭଳି କାର୍ଯ୍ୟ ଦ୍ୱାରା ଶେୟାର କରାଯାଇଥିବା ‘ଏକ୍‌ଜିଟ ଦି ଡ୍ରାଗନ’ ଶୀର୍ଷକ ପୋଷ୍ଟକୁ ଫଲୋଅର ଦେଖିବାକୁ ସକ୍ଷମ ହୋଇ ନ ଥିଲେ। ଟୁଇଟରର ଏଭଳି ବ୍ୟବହାର ନେଇ ଅମୁଲ ମର୍ମାହତ ବୋଲି ଅନ୍ୟ ଏକ ପୋଷ୍ଟରେ ପ୍ରକାଶ କରିଛି।
କାହିଁକି ଆକାଉଣ୍ଟ ହଟାଗଲା ବୋଲି ଅମୁଲ ଟୁଇଟରର ଉତ୍ତର ଲୋଡ଼ିଥିଲା। ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଚାଇନା ବିରୋଧୀ ପୋଷ୍ଟକୁ ନେଇ ଏଭଳି କରାଯାଇ ନାହିଁ। ଆକାଉଣ୍ଟର ସୁରକ୍ଷା ଏବଂ ନିରାପତ୍ତାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଅମୁଲ ବିଭିନ୍ନ ପ୍ରସଙ୍ଗ ଉପରେ ଏଭଳି କଳାତ୍ମକ ଢଙ୍ଗରେ ଟପିକାଲ ପ୍ରସ୍ତୁତ କରିଆସୁଛି। ଲୋକଙ୍କ ଜୀବନ ଉପରେ ପ୍ରଭାବ ରହିଥିବା ପ୍ରସଙ୍ଗଗୁଡିକ ସାଧାରଣତଃ ଏଥିରେ ସ୍ଥାନିତ ହୋଇଥାଏ। ବିଗତ ଦିନଗୁଡ଼ିକରେ ରାଷ୍ଟ୍ରପତି ଓ ସାଧାରଣ ନିର୍ବାଚନ, ବ୍ରେକ୍‌ଜିଟ, କୋଭିଡ୍‌-୧୯ ମୁକାବିଲା ଲାଗି ଲକ୍‌ଡାଉନ, ରାମାୟଣ, ମହାଭାରତ ସହ ଜରୁରିକାଳୀନ ପରିସ୍ଥିତିର ଥିମ୍‌କୁ ନେଇ ମଧ୍ୟ ଅମୁଲ ଏପରି ପୋଷ୍ଟ କରିଥିଲା। ଏଗୁଡିକ ନିରପେକ୍ଷ ଢଙ୍ଗରେ କରାଯାଇଥାଏ। ଲୋକଙ୍କୁ ପ୍ରଭାବିତ କରିବା କିମ୍ବା କୌଣସି ସ୍ବାର୍ଥ ରଖି ଏହା କରାଯାଏ ନାହିଁ ବୋଲି ଅମୁଲ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

୧୫ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଲର୍ଟ, ଝଡବର୍ଷା ହେବା ନେଇ ଚେତାଇଲା IMD

ନୂଆଦିଲ୍‌ଲୀ,୨୧।୨: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି, ଏବଂ ଏବେ, ଖରା ପାଗ ସତ୍ତ୍ୱେ, ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri