ଘାରିଛି ହେଲ୍‌ମେଟ୍‌ ଭୟ: ବଢ଼ିଛି ବ୍ୟବସାୟ

କଟକ ଅଫିସ,୧୦।୯: ନିଦ ହଜାଇ ସାରିଲାଣି ମୋଟର ଯାନ ଆଇନ-୨୦୧୯। ନିୟମ ଉଲ୍ଲଂଘନ କରି ଯାତାୟତ କରୁଥିବା ବାଇକ ଚାଳକମାନେ ଏବେ ଟ୍ରାଫିକ ପୋଲିସକୁ ଦେଖି ବାଟ ବଦଳାଇ ଦେଉଛନ୍ତି। ବିନା ହେଲମେଟରେ ଗାଡ଼ି ଚଳାଇବାକୁ ଡରୁଛନ୍ତି। ଏହି ପରିପ୍ରେକ୍ଷୀରେ ହେଲ୍‌ମେଟ୍‌ ବ୍ୟବସାୟ ସହରରେ ଅହେତୁକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗତ ଏକବର୍ଷରେ ଯେତିକି ହେଲ୍‌ମେଟ୍‌ ବିକ୍ରି ହୋଇ ନ ଥିଲା ଗତ ଏକ ସପ୍ତାହ ମଧ୍ୟରେ ତା’ ଠାରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ସେପ୍ଟେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡ଼ାକଡି ଭାବେ ପାଳନ କରାଯାଉଛି। ନିୟମ ଉଲ୍ଲଂଘନ କଲେ ଜରିମାନା ଆକାରରେ ନିଆଯାଉଛି ମୋଟା ଅଙ୍କର ଟଙ୍କା। ଜରିମାନା ରାଶି ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ହେଲମେଟ ନ ପିନ୍ଧିଲେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ହେଲମେଟ ନ ପିନ୍ଧିବା ବାବଦକୁ ଇତିମଧ୍ୟରେ ପ୍ରାୟ ୮୦୦ ଲୋକ ଜରିମାନା ଦେଇ ସାରିଲେଣି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପ୍ରତି ଛକରେ ଏବେ ହେଲ୍‌ମେଟ୍‌ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ଚାହିଦା ଏତେ ବଢ଼ିଛି ଯେ ହେଲ୍‌ମେଟ୍‌ ଯୋଗାଇବାରେ ଅକ୍ଷମତା ପ୍ରକାଶ କରୁଛନ୍ତି ବ୍ୟବସାୟୀ। ହାଇଦ୍ରାବାଦରୁ ହେଲ୍‌ମେଟ୍‌ ଆସୁଛି। ଯାହାର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ କରି ୧୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଦିଲ୍ଲୀରୁ ଆସୁଥିବା ହେଲ୍‌ମେଟ୍‌ଗୁଡ଼ିକର ମୂଲ୍ୟ ୭୦୦ଟଙ୍କାରୁ ଆରମ୍ଭ। ଅନ୍ୟପକ୍ଷରେ ହେଲ୍‌ମେଟ୍‌କୁ ନେଇ କଳାବଜାରି ହେଉଥିବା ଅଭିଯୋଗ ମଧ୍ୟ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri