ଘରେ କରନ୍ତୁ ହେୟାର ଡିଟକ୍ସ

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଏହାକୁ ପରିଷ୍କାର ରଖିବା ସହ ଯତ୍ନ ନେବା ଆବଶ୍ୟକ। ତେବେ ଏଥିପାଇଁ ଆପଣ ଚାହିଁଲେ ଘରେ ହେୟାର୍‌ ଡିଟକ୍ସ କରିପାରିବେ । ଜାଣିରଖନ୍ତୁ ସେ ସମ୍ପର୍କରେ…

ମାର୍କେଟରେ ମିଳୁଥିବା ବିଭିନ୍ନ କେମିକାଲ୍‌ଯୁକ୍ତ ଶାମ୍ପୁ, ତେଲ, କଲର ଇତ୍ୟାଦି କେଶକୁ ହାନି ପହଞ୍ଚାଇଥାଏ। ଏହାଦ୍ୱାରା କେଶମୂଳରେ ମଳି ଜମିଯିବା ଫଳରେ କେଶ ଭଲ ଭାବେ ବଢିପାରେନି ଏବଂ ଦୁର୍ବଳ ହୋଇଝଡିବା ଆରମ୍ଭ ହୋଇଯାଏ। ତେଣୁ ଆପଣ ଚାହିଁଲେ କେଶକୁ ସଫା ତଥା ପ୍ରଦୂଷଣ ମୁକ୍ତ(ଡିଟକ୍ସ) ରଖିବା ଲାଗି କେତେକ ଘରୋଇ ଉପାୟ ଆପଣାଇ ପାରିବେ…
ଲେମ୍ବୁ ଏବଂ କାକୁଡି ରସ ସମାନ ପରିମାଣରେ ନେଇ କେଶ ମୂଳରେ ଲଗାଇ କିଛି ସମୟ ଛାଡିଦେବା ପରେ ଧୋଇଦିଅନ୍ତୁ। ନଚେତ୍‌ କାକୁଡି ଏବଂ ଲେମ୍ବୁକୁ ଭଲ ଭାବେ ପେଷ୍ଟ କରନ୍ତୁ। ସେଥିରେ କିଛି ବୁନ୍ଦା ଏସେନ୍ସିଆଲ୍‌ ଅଏଲ ମିଶାଇ କେଶ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ।
୧/୪ କପ୍‌ ଆପଲ୍‌ ସାଇଡର ଭିନେଗାରରେ ୨ କପ୍‌ ପାଣି ମିଶାଇ ରଖନ୍ତୁ। କେଶ ଶାମ୍ପୁ କରିବା ପରେ ଏହି ମିଶ୍ରଣକୁ ଲଗାଇ ୨ ମିନିଟ୍‌ ରଖି ଧୋଇ ଦିଅନ୍ତୁ। ଏହା କେଶକୁ ପରିଷ୍କାର କରିବା ସହ ଡ୍ରାଏ ହେବାକୁ ଦେଇ ନ ଥାଏ।
ଅଏଲି କେଶକୁ ଡିଟକ୍ସ କରିବା ଲାଗି ବେକିଂ ସୋଡା ଉପକାରୀ। ଏଥିପାଇଁ ୩ କପ୍‌ ଉଷୁମ ପାଣିରେ ୧/୪ କପ୍‌ ବେକିଂ ସୋଡା ମିଶାଇ କେଶରେ ଲଗାଇ ୨ ମିନିଟ୍‌ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହାଦ୍ୱାରା କେଶମୂଳରେ ଥିବା ପୋର୍ସ ଖୋଲିଯିବ ଏବଂ ସେଥିରେ ଜମି ରହିଥିବା ତେଲ ଏବଂ ମଇଳା ବାହାରିଯିବ ।
୨ ଚାମଚ ଶିକାକାଇ ପାଉଡରରେ ଆବଶ୍ୟକ ମୁତାବକ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଓଦା କେଶରେ ମୂଳରୁ ଅଗ ପର୍ଯ୍ୟନ୍ତ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଅଳ୍ପ ସୁଖି ଆସିଲେ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରନ୍ତୁ କେଶ ସଫା ରହିବା ସହ ସୁନ୍ଦର ଏବଂ ମଜଭୁତ ବି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri