ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି ଅମ୍ଫନ: ୨୦ରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ପାରାଦୀପଠାରୁ ୭୭୦ କିମିଦୂରରେ ରହିଛି ବାତ୍ୟା ଅମ୍ଫନ। ଏହା ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି। ୨୦ ତାରିଖ ଅପରାହ୍ନରେ ଏହା ଦୀଘା-ହାତିଆ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ ୧୭୫ ରହିବ। ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ। ୧୯ ତାରିଖ ସକାଳୁ ପବନର ବେଗ ୭୫ କମିରୁ ଅଧିକ ରହିବ। ୨୦ ତାରିଖ ପରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ। ଏଥିପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମକୁ ୧୨ ଜିଲାକୁ ପଠାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ବାତ୍ୟା ଅମ୍ପନ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri