ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ ମାଟି ପକାଇବା, ପଟ୍ଟାଭୁକ୍ତ ଜମି ଉପରେ ଜୋରଜବରଦସ୍ତ ରାସ୍ତା ତିଆରି କରାଯିବା ନେଇ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଏବଂ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗରେ ଲିଖିତ ଅଭିଯୋଗ ପରେ କ୍ଷତିଗ୍ରସ୍ତ ପ୍ରଜା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ବାଇପାସ୍‌ରୁ ଟାଙ୍ଗରାଣୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଟେଣ୍ଡର ପ୍ରକ୍ରିୟାରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ରହିଛି। ତେବେ ଏହି ରାସ୍ତା ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ରହିଥିଲେ ହେଁ ସୂଚନାଫଳକ ନ ଥିବା ଏବଂ ପୂତ୍ତର୍ର୍ ବିଭାଗର ଅସହଯୋଗ ଯୋଗୁ ରାସ୍ତା ନିର୍ମାଣ ସମ୍ବନ୍ଧୀୟ ଠିକ୍‌ ତଥ୍ୟ ମିଳିପାରିନାହିଁ। ହେଲେ ରାସ୍ତା ନିର୍ମାଣର ବ୍ୟୟ ଅଟକଳ ନେଇ ଅନିୟମିତତା ରହିଥିବା ଏବଂ ଟେଣ୍ଡରଧାରୀଙ୍କୁ ପୂର୍ତ୍ତ ବିଭାଗର ଅହେତୁକ ଅନୁକମ୍ପା ଅଭିଯୋଗ ପରେ କଥା ପଦାକୁ ଆସିଛି।   ଅଭିଯୋଗ ଅନୁଯାୟୀ, ନିର୍ମାଣାଧୀନ ରାସ୍ତାର ଗୋଟିଏ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଜାଗା ଲମ୍ବ ଭାବେ ରହିଛି। ହେଲେ ସେସବୁ ଜାଗା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଜବରଦଖଲରେ ରହିଛି। ଉକ୍ତ ରାସ୍ତା ପୂର୍ବ ରାସ୍ତାଠାରୁ ୪ରୁ ୫ ଫୁଟ ଓସାର କରାଯାଇ ନିର୍ମାଣାଧୀନ ରହିଥିବାବେଳେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଅନୂସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜାଗା ଉପରେ ଲମ୍ବ ଭାବେ ମାଟି ଢଳାଚାଲିଛି। ରାସ୍ତା ପାର୍ଶ୍ୱରେ କ୍ଷତିଗ୍ରସ୍ତ ପ୍ରଜା କରୁଣାକର ପାତ୍ର ଓ ଭେଦ ଚନ୍ଦ୍ର ପାତ୍ରଙ୍କର ଖାତା ନଂ ୧୮୩, ପ୍ଲଟ୍‌ ନଂ.୩୫୪ରେ ୬୭ ଡେସିମିଲ ରେକର୍ଡଭୁକ୍ତ ଜାଗା ରହିଛି। ନିର୍ମାଣ ଆଳରେ ରାସ୍ତା ଓସାର କରାଗଲେ କ୍ଷତିଗ୍ରସ୍ତ ପ୍ରଜାଙ୍କର ୧୫ ଡେସିମିଲିରୁ ଊର୍ଦ୍ଧ୍ୱ ଜାଗା ଚାଲିଯିବ। ଏ ନେଇ କ୍ଷତିଗ୍ରସ୍ତ ପ୍ରଜା ମାଟିଢ଼ଳାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ରାସ୍ତା ନିର୍ମାଣ ବନ୍ଦ ରହିଥିଲେ ହେଁ ଟେଣ୍ଡରଧାରୀ ଦାଦାଗିରି ଦେଖାଇ ପଟ୍ଟାଭୁକ୍ତ ଜମିରୁ ମାଟି ଉଠାଉ ନ ଥିବା ନେଇ ପୋଲିସ ବିଟ୍‌ ହାଉସରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ରାସ୍ତାର ଏକ ପାର୍ଶ୍ୱରେ ସରକାରୀ ଜାଗା ଥିବା ସତ୍ତ୍ୱେ ସେପଟକୁ ରାସ୍ତା ଓସାର କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଉପରେ ପଚାରିବାରୁ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଅଧିକାରୀ ଶ୍ରୀକାନ୍ତ ପରିଡ଼ା କହିଛନ୍ତି ଯେ, ଏନେଇ ପଳାଶପଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କୁହାଯାଇଛି। ଜମି ମାପଚୁପ ପରେ ରାସ୍ତା ତିଆରି ହେବ। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା କହିଛନ୍ତି ଯେ, ଅଭିଯୋଗର ସମାଧାନ ନ ହେଲେ ପୂର୍ବ ରାସ୍ତା ଯାହା ଥିଲା, ସେହି ଅନୁଯାୟୀ ତିଆରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri