ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବଙ୍କ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତ: ବଢ଼ିବ ଜିଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୭ା୧୦: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ନେଇ ଦାବି ହୋଇ ଆସୁଥିଲା। ଅତୀତରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏ କାମ ଆରମ୍ଭ ହୋଇନାହିଁ। ତେବେ ବିଲ୍ଡିଂ ନିର୍ମାଣ ନେଇ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ତୁରନ୍ତ କାମ ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଗତ୍‌ସିଂହପୁର ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଫିସର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସେ ୧୫ ତାରିଖରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଜଗତ୍‌ସିଂହପୁର ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦିଆଯାଇଛି। ଏଥିସହ ଚିକିତ୍ସାଳୟ ପରିସରରେ ଥିବା ୱେଟିଂ ରୁମ୍‌କୁ ସିଲିଂ କରିବା, ଏସି ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ଯଥେଷ୍ଟ ନୁହେଁ ବୋଲି ସଚିବ ଜେନା ଅନୁଭବ କରିବା ସହ ଏହି ସଂଖ୍ୟା ବଢାଇବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ୨ ଦିନ ଭିତରେ ସେ ଜିଲାର ଏକାଧିକ ବ୍ଲକ ଅଞ୍ଚଳ ପରିଦର୍ଶନ କରି ସରକାରଙ୍କ ଉନ୍ନୟନମୂଳକ ଯୋଜନାର ବାସ୍ତବ ରୂପାୟନ ଉପରେ ଅନୁଧ୍ୟାନ କରିଛନ୍ତି।
ଜେନା ୧୫ ତାରିଖ ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ୧୩ଟି ଫ୍ଲାଗସିପ୍‌ ପ୍ରୋଗ୍ରାମ ଯଥା ମମତା ଯୋଜନା, ଭତ୍ତା, ନିରାମୟ, ସମଗ୍ର ଶିକ୍ଷା, ରୁରାଲ ହାଉସିଂ ଇତ୍ୟାଦିର କାର୍ଯ୍ୟାନ୍ବୟନ, ଏହା କିପରି କାର୍ଯ୍ୟ କରୁଛି ଓ ଏହାର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉତ୍ସର୍ଗୀକୃତ ବିଦ୍ୟୁତ ଯୋଗାଣ, ବ୍ଲକର କଷ୍ଟସାଧ୍ୟ ଅଞ୍ଚଳରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗାଇବା, ନିରାମୟ ଯୋଜନାରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଉପରେ ଆଲୋଚନା ହୋଇଥିଲା। ଚାଷୀଙ୍କୁ ସାର, କୀଟନାଶକ, ଫନୀ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ କ୍ଷତିପୂରଣ, ଅଧିକ ନଡିଆ ଚାରା ବଣ୍ଟନ, ମତ୍ସ୍ୟ ଚାଷ କରୁଥିବା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଠିକ ଭାବେ ପରାମର୍ଶ ଦେବା, ମମତା ଯୋଜନାରେ ଗର୍ଭବତୀଙ୍କୁ ୧ମ ଓ ୨ୟ କିସ୍ତି ପ୍ରୋତ୍ସାହନ ରାଶି ପ୍ରଦାନ ଓ ଏହାର ପ୍ରକୃତ ଉପଯୋଗିତା, ଅଙ୍ଗନୱାଡୀ କର୍ମୀ ଓ ହେଲପର୍‌ଙ୍କୁ ପ୍ରୋତ୍ସାହନ, ଗ୍ରାମ୍ୟ ଗୃହ ନିର୍ମାଣ, ଉଠା ଜଳ ସେଚନ ଦ୍ୱାରା ଅଗଭୀର ନଳକୂପ ଖନନ, ମିଶନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସୁରକ୍ଷା ଉପକରଣ ଓ ପ୍ରୋତ୍ସାହନ ରାଶି ପ୍ରଦାନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା, ଏସ୍‌ସି-ଏସ୍‌ଟି ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ଉପରେ ସମୀକ୍ଷା କରିଥିଲେ।
ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଶାସନ ସଚିବଙ୍କ ସହ କ୍ଷେତ୍ର ପରିଦର୍ଶନ ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣ ଯୋଜନାଗୁଡିକର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲାପାଳ ସଚିବଙ୍କୁ ଅବଗତ କରାଇଥିଲେ। ପ୍ରଥମେ ସଚିବ ଜଗତ୍‌ସିଂହପୁର ବ୍ଲକର ଶାଳଜଙ୍ଗାଠାରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ, ବିଦ୍ୟାଳୟ କାନ୍ଥରେ କଳାତ୍ମକ ଚିତ୍ର ଅଙ୍କନ ଉପରେ ଗୁରୁତ୍ୱ, ଉନ୍ନତ ଶିକ୍ଷାଦାନ ନିମନ୍ତେ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବାଲିକୁଦା ଓ ଏରସମା ବ୍ଲକ ଗସ୍ତ କରିଥିଲେ। ଏରସମା ବ୍ଲକ ସୋମପୁର ପଞ୍ଚାୟତ ହଂସୁଆ ନଦୀ ପୋଲ ପରିଦର୍ଶନ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମିତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ। ସୋମପୁର ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଗତି କଇଁଚ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପଦାର୍ଥ ପରିଦର୍ଶନ କରିବା ସହିତ ସୁଲଭ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା, ଏରସମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ପ୍ରମୁଖ ଶାସନ ସଚିବଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଅନୁପ ପାଣିଗ୍ରାହୀ, ଜିଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, ଜିଲା ଶ୍ରମ ଅଧିକାରୀ ବାବା ଆନନ୍ଦ ଦାସ, ଓରମାସ ଉପକାର୍ଯ୍ୟାଧିକାରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ବାଲିକୁଦା ବିଡିଓ କଲ୍ୟାଣୀ ପଟ୍ଟନାୟକ, ସିଡିପିଓ ସରଳା ଦେଈ, ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ପ୍ରମୁଖ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ୨ୟ ଦିନରେ ରଘୁନାଥପୁର, ତିର୍ତ୍ତୋଲ ବ୍ଲକ ଗସ୍ତ କରିଥିଲେ । ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହି ପରିସରରେ ଥିବା ୩ଟି ଇଲେକ୍ଟ୍ରି ସବ୍‌ଷ୍ଟେସନ୍‌ ଉଠାଇବା ପାଇଁ ସେସୁ ପାରାଦୀପ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଗତ୍‌ସିଂହପୁର ସହରରେ ଥିବା ପରିଷଦର ନୂତନ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡକ ସୁରକ୍ଷା ନିୟମ ମାନିଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୧୮।୧୦(ନି.ପ୍ର.) ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ...

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ...

ରୀତିନୀତିରେ ପାଳନ ହେବ ଶୀତଳ ଷଷ୍ଠୀ, ରଥଯାତ୍ରା

ସୋନପୁର,୨୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଗ୍ରୀନ୍‌ ଜୋନ୍‌ରେ ରହିଛି ଏହି ଜିଲା। ତେବେ କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ ଦୂରେଇ...

ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି

ବନ୍ତ,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ...

ଗେଷ୍ଟ ହାଉସରେ ସେକ୍ସ ର଼୍ୟାକେଟ, ୨ ଗିରଫ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଗେଷ୍ଟ ହାଉସରେ ସେକ୍ସ କାରବାର ଚାଲିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ମଙ୍ଗଳବାର ଖଣ୍ଡଗିରି...

ସହରାଞ୍ଚଳ ଗରିବଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସହରାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ...

ଇସ୍ପାତ କ୍ଷେତ୍ରରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦କୋଟି

ଭୁବନେଶ୍ୱର, ୨।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ...

ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା

ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ।...

Advertisement

BGU

Archives

Model This Week

Why Dharitri