ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ ପ୍ଲାନିଂ) ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ ପ୍ରକଳ୍ପ ୫୦୦ ବର୍ଗମିଟର କିମ୍ବା ୩ ମହଲା କିମ୍ବା ଲେ ଆଉଟ ଏରିଆ ୧.୦୦ ଏକରରୁ ଊର୍ଦ୍ଧ୍ୱ ହୋଇଥିବ ତେବେ ଘର ନିର୍ମାଣ ପୂର୍ବରୁ ପ୍ଲାନ ଅନୁମୋଦନ କରିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗୃହ ନିର୍ମାଣ ପୂର୍ବରୁ ପ୍ରଥମେ ସମ୍ପୃକ୍ତ ପଞ୍ଚାୟତ ସମିତିକୁ ପ୍ଲାନ ଅନୁମୋଦନ ପାଇଁ ଆବେଦନ କରିବାକୁ ହେବ। ପଞ୍ଚାୟତ ସମିତି ଏହାକୁ ଜିଲା ଟାଉନ ପ୍ଲାନିଂ ୟୁନିଟ୍‌କୁ ପଠାଇବ। ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କଠାରୁ ଅନୁମତି ନେଇ ଟାଉନ ପ୍ଲାନିଂ ୟୁନିଟ୍‌ ପ୍ଲାନ ଅନୁମୋଦନ କରିବ।
ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ବହୁତଳ କୋଠା ଏବଂ ବ୍ୟବସାୟିକ ଗୃହକୁ ବ୍ୟବସ୍ଥିତ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯଦି କୌଣସି କୋଠାବାଡ଼ି ବିନା ପ୍ଲାନ ଅନୁମୋଦନରେ ନିର୍ମାଣ କରାଯାଇଛି ସେଗୁଡ଼ିକ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେଶନ୍‌ସ ନିୟମ ଅନୁଯାୟୀ ଜରିମାନା ଦେଇ ଗୃହକୁ ନିୟମିତ (ରେଗୁଲାରାଇଜ) କରିପାରିବେ। ଓଡ଼ିଶା ସ୍ପେଶାଲ ପ୍ଲାନିଂ ଅଥରିଟିଜ୍‌ ଆଣ୍ଡ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍‌ସ କମନ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍‌ସ-୨୦୧୭ ଗ୍ରାମାଞ୍ଚଳରେ ଆପାର୍ଟମେଣ୍ଟ କିମ୍ବା ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ପ୍ରକଳ୍ପ ନିର୍ମାଣ ପାଇଁ ଲାଗୁହେବ। କଟକ, ଭୁବନେଶ୍ୱର ଭଳି ରାଜ୍ୟର ବଡ଼ ବଡ଼ ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ନଭଶ୍ଚୁମ୍ବୀ ଅଟ୍ଟାଳିକା ଗଢ଼ିଉଠୁଛି। ସ୍ବେରେଜ, ଡ୍ରେନେଜ ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ। ବର୍ଷା ଦିନରେ ସେସବୁ ଅଞ୍ଚଳ ଜଳମଗ୍ନ ହୋଇ ରହୁଛି। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଲେ ଆଉଟ ପ୍ଲାନ ଅନୁମୋଦନ ନ କରି ଘର ନିର୍ମାଣ କରିବେ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ଆପାର୍ଟମେଣ୍ଟ, ବାସଗୃହ ପ୍ରକଳ୍ପ, ବ୍ୟବସାୟିକ ଗୃହ ନିର୍ମାଣକୁ ବ୍ୟବସ୍ଥିତ କରିବା ପାଇଁ ଏହି ନୂତନ ରୁଲ୍‌ କାର୍ଯ୍ୟକାରୀ କରାଯାଇଛି। ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ସଂଖ୍ୟାରେ ଆପାର୍ଟମେଣ୍ଟ ବିନା ଅନୁମୋଦନରେ ଗଢ଼ିଉଠୁଛି। ଏହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଛି। ଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ବର୍ଜ୍ୟ ଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସ୍ବେରେଜ କିମ୍ବା ଡ୍ରେନ ବ୍ୟବସ୍ଥା କରାଯାଉ ନାହିଁ। ଗ୍ରାମାଞ୍ଚଳ ପାଇଁ ପ୍ଲାନ ଅନୁମୋଦନ ନେବା ବାଧ୍ୟତାମୂଳକ କରାଯାଇଛି, ଯଦ୍ଦ୍ବାରା ସ୍ବେରେଜ, ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ ଢଙ୍ଗରେ କରିହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଢୁଅଁ। ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ.ଏ.): ପ୍ରଥମାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୋଢୁଅଁ। ହୋଇଛନ୍ତି। ଦୈନନ୍ଦିନ ରୀତିନୀତି କରି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଗୌରୀ ଏବଂ ପ୍ରଭୁ...

ପ୍ରଥମଥର ପାଇଁ ଆସିଲା ସ୍ବତନ୍ତ୍ର ପୋଷଣ ବଜେଟ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟରେ...

ଫନୀରେ ଉଡିଥିଲା ବିଦ୍ୟାଳୟ ଛପର: ଗଛମୂଳେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

କାଳିଆପାଣି,୨୭ା୬(ଡି.ଏନ୍‌.ଏ.): ୨୦୧୬ ନଗଡା ଅପପୁଷ୍ଟି ଘଟଣାପରେ ନଗଡାର ବିକାଶ କ୍ଷେତ୍ରରେ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ...

ରାଜ୍ୟରୁ ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୦୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା...

ରାଜ୍ୟରେ ବଢୁଛି ଶୀତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି। ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ...

ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ...

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

Advertisement
Archives

Model This Week