ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରଘୁନାଥପୁର,୧୬।୬(ଡି.ଏନ.ଏ.): ରଜ ସଂକ୍ରାନ୍ତିରେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ତେଣୁ ଶୁକ୍ରବାର ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥଙ୍କ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଭୋରରୁ ପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପୀଠ ମଧ୍ୟକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଧୀରେ ଧୀରେ ଆଶାତୀତ ଭାବେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ଭିଡ଼ର ସୁଯୋଗ ନେଇ ପକେଟ ମାର ଓ ଲୁଟେରାମାନେ ସକ୍ରିୟ ହୋଇପଡିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇ ନ ଥିବାରୁ ଅନେକ ଲୋକ ଲୁଟ୍‌ର ଶିକାର ହୋଇଥିବା କୁହାଯାଉଛି। ତେବେ ଟ୍ରଷ୍ଟବୋର୍ଡ ସଭ୍ୟ ଆଇନଜୀବୀ ଜୀବନ ବଲ୍ଲଭ ମହାନ୍ତି, ବାଦଲ ଯୋଗାଣିଆ, ସୂର୍ଯ୍ୟନାରାୟଣ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସ୍ବାଇଁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଇବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ। ମାର୍ଶାଘାଇ ଅଞ୍ଚଳର ଅଶୋକ କୁମାର ଦାସଙ୍କ ମନିପର୍ସରେ ଥିବା ୪ ହଜାର ଟଙ୍କା, ଏକ ସୁନା ଲକେଟ ଓ କୁଳସମିତୁଙ୍ଗାର ବିପିନ ବିହାରୀ ଦାସଙ୍କ ୬ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ସେହିପରି ନରାଜ ଅଞ୍ଚଳର ସୁବାସ ପାଇଟାଳଙ୍କ ଏକ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ମହିଳାଙ୍କ ବେକରୁ ସୁନାଚେନ ମଧ୍ୟ ଚୋରି ହୋଇଥିବା ସମ୍ପର୍କରେ ଅଭିଯୋଗ ଆସିଥିବା ସଭ୍ୟ ମହାନ୍ତି ପ୍ରକାଶ କରିଛନ୍ତି। ଗୋରଖନାଥଙ୍କ ପୀଠରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଯାତ୍ରୀମାନେ ଅଭିଯୋଗ କରିଥିବାବେଳେ ମଧ୍ୟାହ୍ନ ୧୨ଟାରେ ଆଇଆଇସିଙ୍କ ସହ କେତେଜଣ ଫୋର୍ସ ପୀଠରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ମ୍ୟାନେଜିଂ ଟ୍ରଷ୍ଟିଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ ଯେ, ଚୋରି ସମ୍ପର୍କରେ ଅବଗତ ଅଛନ୍ତି ଓ ଅଧିକ ଫୋର୍ସ ବ୍ୟବସ୍ଥା କରିବାକୁ ଏସ୍‌ଡିପିଓଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ନ ଗଲେ ପୀଠକୁ ଯାତ୍ରୀଙ୍କ ଆଗମନ ଆଗାମୀ ଦିନରେ ହ୍ରାସ ପାଇବା ସହ ଅଞ୍ଚଳର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ

ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ…

ପାରାଦୀପ ବେଳାଭୂମିରେ ବିଶାଳ ମୃତ ତିମି ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ

ପାରାଦୀପ, ୨୫।୨(ଶରତ ରାଉତ): ପାରାଦୀପ ଷଣ୍ଢକୁଦ ବସ୍ତି ପାଖ ସମୁଦ୍ର କୂଳରେ ମଙ୍ଗଳବାର ଏକ ବିଶାଳକାୟ ମୃତ ତିମି ମାଛ ପଡିଥିବା ଦେଖିବାକୁ ମିଳିଛି । ୨୫…

୪ ମହଲା ଛାତରୁ ଖସି ମହିଳା ମୃତ: ସନ୍ଦେହରେ ୭ ଯୁବକ

ପାରାଦୀପ, ୨୩।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡା ଅଞ୍ଚଳରେ ସୋମବାର ସକାଳୁ ଅଭାବନୀୟ ଘଟଣା ଘଟିଛି। ଜଣେ ଅଚିହ୍ନା ମହିଳା ୪ ମହଲା…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri