Posted inଖେଳ

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା ଫଳରେ ଆଇଓଏ ଅସନ୍ତୋଷ ଜାହିର କରିବା ସହ ଏହି ନିର୍ଦ୍ଦେଶ ଦେଇଛି। ଖୁବ୍‌ ଶୀଘ୍ର ଆଇଓଏର ଏକ ପ୍ରତିନିଧି ଦଳ ଗୋଆ ଯାଇ କ୍ରୀଡ଼ାର ତାରିଖ ନେଇ ଅନ୍ତିମ ନିଷ୍ପତ୍ତି ନେବ। ତେବେ ୩ଥର ତାରିଖ ଘୁଞ୍ଚାଇଥିବାରୁ ଗୋଆକୁ ୧୦ କୋଟି ଟଙ୍କା ଜରିମାନ ଆକାରରେ ଦେବାକୁ ହେବ ବୋଲି ଆଇଓଏ ତରଫରୁ ସ୍ପଷ୍ଟ କରାଯାଇଛି। ଯଦି ଗୋଆ ଜରିମାନା ନ ଦିଏ ଓ ୨୦୧୯ରେ ଏହି କ୍ରୀଡ଼ା ଆୟୋଜନ ନ କରେ ତାହେଲେ ଏହାକୁ ବାତିଲ କରାଯିବ ବୋଲି ଆଇଓଏର ଗେମ୍ସ ଟେକନିକାଲ କଣ୍ଡକ୍ଟ କମିଟି ଅଧ୍ୟକ୍ଷ ମୁକେଶ କୁମାର କହିଛନ୍ତି। ଉଲ୍ଲେଖଥାଉ କି, ଗୋଆ ଚଳିତ ବର୍ଷ ମାର୍ଚ୍ଚ- ଏପ୍ରିଲ୍‌ରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ କାରଣରୁ ଏହି ଇଭେଣ୍ଟ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣ ପ୍ରଥମେ ୨୦୧୬ରେ ଆୟୋଜନ ହେବାର ଥିଲା। ତେବେ ଏହାକୁ ଏକାଧିକବାର ବିଭିନ୍ନ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଶେଷଥର ପାଇଁ ଏହା ମାର୍ଚ୍ଚ ୩୦ରୁ ଏପ୍ରିଲ ୧୪ ମଧ୍ୟରେ ଆୟୋଜନ ହେବାର ଥିଲା। ପୂର୍ବରୁ ଏହି କ୍ରୀଡ଼ାକୁ ଗୋଆରୁ ସ୍ଥାନାନ୍ତର କରିବାକୁ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କହିଥିଲେ। ଏହି କ୍ରୀଡ଼ାର ୩୬ତମ ସଂସ୍କରଣ ଗୋଆ ଆୟୋଜନ କରିବା ପରେ ପରବର୍ତ୍ତୀ ସଂସ୍କରଣଗୁଡିକ ୨୦୧୯ରେ ଛତିଶଗଡ଼ ଓ ୨୦୨୦ରେ ଉତ୍ତାରାଖଣ୍ଡ ଓ ୨୦୨୨ରେ ମେଘାଳୟରେ ଆୟୋଜନ କରିବାକୁ ଆଇଓଏ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦର ବଢିଲା ଅଡୁଆ: ସୋସିଆଲ ମିଡିଆ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩।୩: ନିକଟରେ ହଣ୍ଡ୍ରେଡ ନିଲାମ ଶେଷ ହୋଇଛି। ଏହି ସମୟରେ, ସନରାଇଜର୍ସ ଲିଡ୍ସ ଦଳ ପାକିସ୍ତାନୀ ସ୍ପିନ ବୋଲର ଅବରାର ଅହମ୍ମଦଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି।…

‘ତାଙ୍କୁ ଗୁଳି କରିଦିଅ…’ କାହାକୁ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ, କ୍ରିକେଟ୍‌ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୩।୩: ବାଂଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ନିରାଶାଜନକ ବୟାନ ଦେଇଛନ୍ତି। ମୀରପୁରରେ ଖେଳାଯାଇଥିବା ମ୍ୟାଚରେ, ପାକିସ୍ତାନର ସମ୍ପୂର୍ଣ୍ଣ…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

ଭାରତ-ପାକିସ୍ତାନ ସମେତ ୨୦ ଦେଶ ଉପରେ ଟଙ୍କା ବର୍ଷା କଲା ICC, ପ୍ରତ୍ୟେକ ଦଳକୁ କେତେ ଟଙ୍କା ମିଳିଲା… ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି ୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ୨୦୨୬ ଟି…

‘ମୁଁ କ୍ଷମା ମାଗିଥିଲି କାରଣ…’ପ୍ଲେଇଂ ୧୧ ବିବାଦ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା

ନୂଆାଦିଲ୍ଲୀ,୧୨।୩: ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି୨୦ ବିଶ୍ୱକପ ସମୟରେ ନେଇଥିବା ଏକ ବଡ଼ ନିଷ୍ପତ୍ତି ବିଷୟରେ ମୁହଁ ଖୋଲିଛନ୍ତି। ଭାରତୀୟ ଅଧିନାୟକ ସ୍ବୀକାର କରିଛନ୍ତି ଯେ ସୁପର…

BCCI Awards: ଶୁଭମନ ଗିଲ୍ ହେଲେ ଶ୍ରେଷ୍ଠ କ୍ରିକେଟର, ରାହୁଲ ଦ୍ରାବିଡ…..

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଟିମ୍ ଖୁବ୍ ଶୀଘ୍ର ସମ୍ମାନିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri