ଗୃହିଣୀମାନଙ୍କର ସ୍ବାସ୍ଥ୍ୟ

ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ, ତେଣୁ ଗୃହିଣୀଟିକୁ ସମ୍ମାନ ଦେବା ସହ ତା’ର ସ୍ବାସ୍ଥ୍ୟର ଯନତ୍ ନେବା ସାରା ପରିବାରର କର୍ତ୍ତବ୍ୟ…
ଗୃହିଣୀ ଅର୍ଥ ହେଉଛି ଗୃହର କର୍ତ୍ତୀ ବା ଯିଏ ଗୃହକୁ ଚଳାଇଥାଏ। ସେ ସମଗ୍ର ପରିବାର ପାଇଁ ନିଃସ୍ବାର୍ଥପର ଭାବରେ ସେବା କରିଥାଏ ଏବଂ ତା’ର ଜୀବନ ସମସ୍ତଙ୍କର ସୁଖ ପାଇଁ ଉତ୍ସର୍ଗୀକୃତ କରିଦେଇଥାଏ। ତା’ର ସ୍ନେହ ଓ ମମତାରେ ସେ ସାରା ପରିବାରକୁ ସଂପର୍କର ଏକ ରେଶମୀ ସୂତାରେ ବାନ୍ଧି ଦେଇଥାଏ। ତେବେ ଘରର ଯାବତୀୟ କାମ ଭିତରେ ସେମାନେ ନିଜର ଦେହ କଥା ଭୁଲିଯାଆନ୍ତି। ସମସ୍ତଙ୍କର ସ୍ବାସ୍ଥ୍ୟ କଥା ବୁଝୁବୁଝୁ ନିଜ ସ୍ବାସ୍ଥ୍ୟକୁ ଅବହେଳା କରିବସନ୍ତି ବା କୌଣସି ରୋଗର ଲକ୍ଷଣ ଦେଖାଦେଲେ କାହାକୁ କହି ନ ଥାନ୍ତି, ଫଳରେ ଠିକ୍‌ ସମୟରେ ଚିକିତ୍ସା ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।
ଗୃହିଣୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟା :
– ପ୍ରଥମେ ଖାଦ୍ୟ ଓ ନ୍ୟୁଟ୍ରିଶନ୍‌ ବିଷୟ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଗୃହିଣୀଟିଏ ପରିବାରର ସମସ୍ତଙ୍କୁ ଖାଇବାକୁ ଦେବାପରେ ସବାଶେଷରେ ଖାଏ ଓ ସବୁଠାରୁ କମ୍‌ ଖାଏ। ତେଣୁ ସେ ରକ୍ତହୀନତା ଓ ପୁଷ୍ଟିହୀନତା ଭଳି ଜଟିଳତା ଭୋଗିଥାଏ ଏବଂ ଏଥିପାଇଁ ଦୁର୍ବଳ ଲାଗିବା, ଧଇଁସଇଁ ହୋଇଯିବା ସହ ବେଳେ ବେଳେ ହାର୍ଟ ଫେଲ୍ୟୁୟର ମଧ୍ୟ ହୋଇଥାଏ।
– ଏବେବି ଅନେକ ଗୃହିଣୀ ଅଳ୍ପ ବୟସରେ ବିବାହ କରୁଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ଅନେକେ ଅଳ୍ପବୟସରେ ଗର୍ଭଧାରଣ କରୁଛନ୍ତି। ହେଲେ ଏହାଦ୍ୱାରା ସେମାନେ ଅନେକ ଗୁଡ଼ିଏ ଜଟିଳତାର ଶିକାର ହୋଇଥାନ୍ତି। ଯଥା: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ବାରମ୍ବାର ଗର୍ଭନଷ୍ଟ, ଅପରିଣତ ପ୍ରସବ, ପ୍ରସବ ସମୟରେ ଅସୁବିଧା, ସିଜରିଆନ ସେକସନ୍‌, ପ୍ରସବ ପରେ ଜଟିଳତା ଆଦି। ତେଣୁ ଏ କ୍ଷେତ୍ରରେ ଗୃହିଣୀଙ୍କୁ ନିଜେ ସଚେତନ ହେବା ସହ ଅବହେଳା ନ କରି ଠିକ୍‌ ସମୟରେ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କଲେ ବିଭିନ୍ନ ଜଟିଳତାରୁ ରକ୍ଷା ମିଳିଥାଏ।
– ଆହୁରି କେତେକ ଗୃହିଣୀ ଅଛନ୍ତି, ଯେଉଁମାନେ ସାରା ପରିବାରର କାମ କରିବା ସହ ଭାରି ଜିନିଷ ଉଠାଇଥାନ୍ତି ଓ ବିଶେଷ ପରିଶ୍ରମ କରିଥାନ୍ତି, ଫଳରେ ଜରାୟୁ ତଳକୁ ଖସିଆସେ (ପ୍ରୋଲାପ୍‌ସ ଅଫ୍‌ ୟୁଟେରସ୍‌)। ଏଥିରେ ବାରମ୍ବାର ସଂକ୍ରମଣ ହୋଇ ଧଳା ସ୍ରାବ ହୁଏ। ନିଜର ଯନତ୍ ନ ନେଇପାରି ଗୃହିଣୀଟିଏ ରୁଗ୍‌ଣ ହୋଇଥାଏ। ଅନ୍ୟର ସ୍ବାସ୍ଥ୍ୟ କଥା ବୁଝୁବୁଝୁ ନିଜେ ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଯାଏ, ଯେପରିକି ସାଦାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଏବଂ ରକ୍ତ ମିଶା ସ୍ରାବକୁ ଅଣଦେଖା କରି ଜରାୟୁ ମୁଖ କର୍କଟ ରୋଗ ଓ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ।
– କେବଳ ଏତିକି ନୁହେଁ ଅନେକ ଗୃହିଣୀଙ୍କଠାରେ ଅଜ୍ଞତା ଓ ସଚେତନତାର ଅଭାବ ଯୋଗୁ ସ୍ତନକର୍କଟ ରୋଗ ବି ଦେଖାଯାଏ। ନିଜର ଅବହେଳା ଯୋଗୁ ଅନେକ ଗୃହିଣୀ ନିଜର ସ୍ତନ ପରୀକ୍ଷା ନିଜେ କରିପାରନ୍ତି ନାହିଁ, ଫଳରେ ରୋଗ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥାଏ। ଏପରି ନ ହେବା ଲାଗି ପ୍ରତିମାସରେ ଗୃହିଣୀଟିଏ ନିଜ ହାତରେ ନିଜ ସ୍ତନ ପରୀକ୍ଷା କରି ଅର୍ବୁଦ ଥିଲେ ଡାକ୍ତରଙ୍କର ପରାମର୍ଶ କରିବା ସହ ପ୍ରାଥମିକ ଅବସ୍ଥାରୁ ରୋଗ ଚିହ୍ନଟ ଓ ଚିକିତ୍ସା କରାଇବା ଜରୁରୀ।
– ବେଳେ ବେଳେ ଗୃହିଣୀମାନେ ମାନସିକ ଅବସନ୍ନତାର ଶିକାର ହୁଅନ୍ତି। ନିଜେ ଉପାର୍ଜନକ୍ଷମ ହୋଇପାରି ନ ଥିବାରୁ ବା କର୍ମଜୀବୀ ମହିଳା କେବଳ ‘ମିଅର ହାଉସ୍‌ ୱାଇଫ’ କହିବା ବେଳେ ସେମାନେ ବିଷାଦଗ୍ରସ୍ତ ହୋଇଯାଆନ୍ତି। ସେମାନେ ହୀନମନ୍ୟତା ଭୋଗନ୍ତି ଏବଂ ସେମାନେ ଭାବନ୍ତି ଯେ, ଘରେ ସମସ୍ତେ ତାଙ୍କୁ ଅବହେଳା କରୁଛନ୍ତି। ବିଶେଷ ଭାବରେ ସେମାନେ ମାନସିକ ବିଷର୍ଣ୍ଣତା ବା ଅବସାଦର ଶିକାର ହୋଇଥାନ୍ତି।
– ଆଉ ଗୋଟିଏ ଦିଗକୁ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଅନେକ ଗୃହିଣୀ ଅଛନ୍ତି ଯେଉଁମାନେ କୌଣସି ଖାଦ୍ୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ, ତେଣୁ ଘରର ଯେ କୌଣସି ସଦସ୍ୟ ଖାଇବାପରେ କିଛି ଖାଦ୍ୟ ବଳିଗଲେ ବା’ ଛାଡ଼ିଦେଲେ ସେମାନେ ନଷ୍ଟ ନ କରି ଖାଇ ଦିଅନ୍ତି, ଫଳରେ କ୍ୟାଲୋରୀ ଇନ୍‌ଟେକ୍‌ ବହୁତ ବଢ଼ିଯାଏ। ଘରକାମ କରୁ କରୁ ଜଣଜଣଙ୍କର ଅନବରତ ପାଟି ଚାଲିଥାଏ, ତେଣୁ ଫାଷ୍ଟଫୁଡ, ଚେନାଚୁର୍‌ ଆଦି ଖାଇ ସେମାନେ ଅତ୍ୟଧିକ ମୋଟା ହୋଇଯାନ୍ତି। ସେମାନଙ୍କୁ ମେଦହ୍ରାସ କରିବା ଲାଗି କିଛି ବ୍ୟାୟାମ୍‌ ଯଥା: ଚାଲିବା, ସାଇକେଲ ଚଳାଇବା, ସ୍କିପିଂ ବା ଦଉଡ଼ି ଡ଼ିଆଁ, ଜଗିଙ୍ଗ ବା ଟ୍ରେଡ୍‌ ମିଲ୍‌ରେ ଚାଲିବା ଆଦି କରିବା ଆବଶ୍ୟକ।
ନିଜର ସବୁଠାରୁ ମୂଲ୍ୟବାନ ସମୟକୁ ଜଳାଞ୍ଜଳି ଦେବାଠୁଁ ଭଳିଆ ଆଉ କିଛି ସ୍ବାର୍ଥ ତ୍ୟାଗ ଏ ଦୁନିଆରେ ନାହିଁ, ଯାହା ଗୃହିଣୀ ଟିଏ ତା’ର ପରିବାରକୁ ଦାନ ସୂତ୍ରରେ ଦେଇଥାଏ। ତେଣୁ ଗୃହିଣୀଙ୍କୁ କେବେ ହେୟ ମନେ ନ କରି ତା’ର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟର ଯନତ୍ ନେବା ଆବଶ୍ୟକ। ଗୋଟିଏ ଗୃହକର୍ତ୍ତାଙ୍କ ସଫଳ କର୍ମମୟ ଜୀବନ ପଛରେ ଗୋଟିଏ ଗୃହିଣୀର ଦାୟିତ୍ୱଶୀଳତା ଥାଏ। ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ। ତେଣୁ ଗୃହିଣୀଟିକୁ ସମ୍ମାନ ଦେବା ସହ ତା’ର ସ୍ବାସ୍ଥ୍ୟର ଯନତ୍ ନେବା ସାରା ପରିବାରର କର୍ତ୍ତବ୍ୟ।

ଡା. ସରୋଜିନୀ ଷଡ଼ଙ୍ଗୀ
-ଲିଙ୍କରୋଡ୍‌, କଟକ
୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri