ଗୁହାଳ ଖୋଜା

କଟକରେ ଏବେ ଗୁହାଳ ଖୋଜା ଚାଲିଛି। ସାଧାରଣତଃ ଗଁ।ଗହଳିରେ ବର୍ଷାଦିନ ପୂର୍ବରୁ ଜାଳକାଠକୁ ସାଇତି ରଖିବା ପାଇଁ ଲୋକେ ଭାଡ଼ି (ଅସ୍ଥାୟୀ କୁଡ଼ିଆ) ନିର୍ମାଣ କରିଥାନ୍ତି। ସେଥିରେ ଜାଳକୁ ବର୍ଷାଦାଉରୁ ରକ୍ଷା କରିଥାନ୍ତି। ଏହାବାଦ୍‌ ମୁଗ ବୋତି (ମୁଗ ଶୁଖିଲା ପତ୍ର)କୁ ଗୋରୁଙ୍କୁ ବର୍ଷା ଦିନେ ଖାଇବାକୁ ଦେବା ପାଇଁ ମଧ୍ୟ ଭାଡ଼ି ତିଆରି ହୋଇଥାଏ। କିନ୍ତୁ ଏହି ଭାଡ଼ିଗୁଡ଼ିକ ଏବେ ଗୁହାଳର ମାନ୍ୟତା ପାଉଛି। ରାତାରାତି ଜାଳ ଓ ବୋତି ଭାଡ଼ିଗୁଡ଼ିକ ଗୁହାଳ ପାଲଟିବା ପଛରେ ଫନୀ ବାତ୍ୟାର ହାତ ରହୁଛି। କାରଣ ଫନୀରେ ଭାଙ୍ଗିଯାଇଥିବା ଗୁହାଳଗୁଡ଼ିକ ପାଇଁ ସରକାର ଗୁହାଳ ପିଛା ୨୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଉଛନ୍ତି। ତେଣୁ ଏହି ଅର୍ଥ ହାତେଇବା ପାଇଁ ଘରେ ଗୋରୁ ଥାଆନ୍ତୁ କି ନ ଥାନ୍ତୁ କିନ୍ତୁ ଗୁହାଳ ଥିବା ଦର୍ଶାଯାଉଛି। ଜାଳ, ବୋତିଭାଡ଼ିକୁ ଗୁହାଳ ଦର୍ଶାଇବାରେ ଲୋକମାନଙ୍କୁ ଭରପୂର ସହାୟତା ଯୋଗାଉଛନ୍ତି ତହସିଲର କର୍ମଚାରୀମାନେ। ଯେହେତୁ ୨୧ହଜାର ଟଙ୍କା ସହାୟତା ମିଳିବ ତେଣୁ ସେଥିରୁ ଯଦି ୫ରୁ ୧୦ହଜାର ବାଟରେ ଖର୍ଚ୍ଚ ହେଉଛି, ସେଥିପ୍ରତି ନକଲି ଗୁହାଳଧାରୀମାନେ ଚିନ୍ତା କରୁନାହାନ୍ତି। ତେଣୁ ତହସିଲ କର୍ମଚାରୀମାନେ ଗଁ। ଗଁ। ବୁଲି ଗୁହାଳ ଖୋଜୁଥିବାବେଳେ ଗୁହାଳ ମାଲିକ ହେବା ପାଇଁ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ରାତି ପାହିଲେ ବିଭିନ୍ନ ତହସିଲ ଅଫିସ୍‌ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଜିଲା ଜରୁରିକାଳୀନ ବିଭାଗ କାର୍ଯ୍ୟାଳୟରେ ତାହାଠୁ ଅଧିକ ଦରଖାସ୍ତର ଭିଡ଼। ଏହି କ୍ରମରେ ଦେଖିଲେ କଟକ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୮ହଜାର ୭୫ଟି ଗୁହାଳ ଚିହ୍ନଟ କରାଯାଇଛି। ଏହି ଗୁହାଳଗୁଡ଼ିକ ପାଇଁ ୫ କୋଟି ୮୯ ଲକ୍ଷ ୫୭ହଜାର ୫୦୦ ଟଙ୍କାର ସହାୟତା ରାଶି ଆବଶ୍ୟକ ଥିବା ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ବାସ୍ତବରେ ସେହି ୨୮ହଜାର ୭୫ ଗୁହାଳ ଭିତରେ ଗୋରୁ ରହୁଥିଲେ ନା ଜାଳକାଠ ଆଦି ରହୁଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରକୃତ ହିତାଧିକାରୀ ଏହାର ଫାଇଦା ପାଇ ନ ଥାନ୍ତି। ମୁଖ୍ୟତଃ ଫନୀ ଯଦି କାହାର ସର୍ବାଧିକ କ୍ଷତି କରିଛି, ତେବେ ପରିବେଶର କରିଛି, ଯାହାର ପରିଣାମ ସମସ୍ତଙ୍କୁ ତତ୍କାଳ ଭୋଗିବାକୁ ପଡ଼ିଛି। ମେ’ର ପ୍ରଚଣ୍ଡ ଉତ୍ତାପକୁ ଦେଖି ପରିବେଶ ବିଜ୍ଞାନୀମାନେ ସିଧାସଳଖ ଫନୀରେ ଉଜୁଡିଯାଇଥିବା ସବୁଜିମାକୁ ଦାୟୀ କରିଥିଲେ। ସରକାର ଏବେ ଫନୀ କ୍ଷୟକ୍ଷତିର ଭରଣା ପାଇଁ ତତ୍ପର ହୋଇଛନ୍ତି। ସରକାର ଯେତିକି ତତ୍ପର, ଫନୀରୁ ଫାଇଦା ମାରିବାକୁ ଅନେକ ସରକାରୀ ଅଧିକାରୀ, ନେତା ଓ ଲୋକେ ମଧ୍ୟ ଅଧିକ ତତ୍ପର ହୋଇଉଠିଛନ୍ତି। ହେଲେ ପ୍ରତିବାଦ କରିପାରୁ ନ ଥିବା ପରିବେଶ ନିଜର ଉଜୁଡ଼ା ନଗ୍ନ ରୂପକୁ ଧରି ମୂକପ୍ରାୟ ଛିଡ଼ା ହୋଇଥିବା ବେଳେ ସଚେତନ ଲୋକମାନେ ଗୁହାଳ ଖୋଜାକୁ ଦେଖି ମୁଣ୍ଡରେ ହାତଦେଇ ବସିବାକୁ ବାଧ୍ୟ ହେଉଛନ୍ତି।
– ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri