ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ କଡ଼ା ଆଇନ ପ୍ରଣୟନ କରିଛନ୍ତି। ଏହା ସତ୍ତ୍ୱେ ନିରୀହ ଲୋକଙ୍କ ଉପରେ ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ଓ ହତ୍ୟା ରୋକାଯାଇ ପାରୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ା ଗୁଣିଗାରେଡି ସନ୍ଦେହରେ ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ ଗ୍ରାମରେ ଦୁଇ ଜଣ ନିରୀହ ଆଦିବାସୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ। କିନ୍ତୁ ସରଳ ଦୁଇ ଆଦିବାସୀ ସବୁଦିନ ପାଇଁ ଆଖିବୁଜିଲେ। ଏଣୁ ଏଭଳି ଘୃଣ୍ୟ ଅପରାଧକୁ ରୋକିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଧିକ ଜନସଚେତନ ସୃଷ୍ଟି କରିବା ସହ ଆଇନକୁ ଅଧିକ କଡ଼ାକଡ଼ିି କରିବା ଓ ଏହାର ଅଧିକ ପ୍ରଚାର ଓ ପ୍ରସାର କରିବାକୁ ଦାବି ହେଉଛି।
ପୋଲିସ ବିଭାଗ ତଥ୍ୟ ଅନୁଯାୟୀ କେନ୍ଦୁଝର ଜିଲାରେ ୨୦୧୯ରେ ସମୁଦାୟ ୮ଟି ଗୁଣିଗାରେଡି ଘଟଣା ଘଟିଥିବା ବେଳେ ଅଦ୍ୟାବଧି ୨ ଜଣଙ୍କ ମୃତ୍ୟୁ ଘଟିଛି ା ୨୦୧୮ରେ ୧୩ ଟି ଘଟଣା ଘଟିଥିବା ବେଳେ ୬ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ୨୦୧୭ ରେ ସମୁଦାୟ ୮ ଟି ଗୁଣିଗାରେଡି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଥିଲେ ା ଗୁଣିଗାରେଡି ରୋକିବା ଏବଂ ଏହା ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସ୍ମୃତିରେ କେନ୍ଦୁଝର ଏସପି ଅଫିସ ପରିସରରେ ଏକ ମେମୋରିଆଲକୁ ପୂର୍ବତନ ଡିଜି ଗତ ମାର୍ଚ୍ଚ ମାସରେ ଉନ୍ମୋଚନ କରିଥିଲେ ଏବଂ ଶିକାର ହୋଇଥିବା ଲୋକଙ୍କୁ ଡାକି ସମ୍ବେଦନା ଜ୍ଞାପନ କରାଯାଇଥିଲା। ଏହା ସତ୍ତ୍ୱେ ଏହି ହୀନ ଘଟଣା ରୋକାଯାଇପାରୁନାହିଁ ା
ଗତ ତିନି ବର୍ଷରେ ୨୯ଟି ଗୁଣିଗାରେଡି ଘଟଣାରେ ସମୁଦାୟ ୧୫ ଜଣ ନିରୀହ ଲୋକ ପ୍ରାଣ ହରାଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ପରବର୍ତ୍ତୀ ବର୍ଷରେ ଗୁଣିଗାରେଡିଜନିତ ଘଟଣା ଓ ମୃତାହତ ସଂଖ୍ୟା କମିଛି। ସଚେତନତା କରାଯାଉଥିବାରୁ ଏହି ସଂଖ୍ୟା କମୁଛି ବୋଲି ଡିଏସପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ରୋକାଯାଇପାରୁ ନ ଥିବାରୁ ଏହାକୁ ନେଇ ସାମାଜିକ କର୍ମୀମାନେ ଚିନ୍ତା ପ୍ରକଟ କରୁଛନ୍ତି। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଗୁଣିଗାରେଡି ଜନିତ ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଉଛି ା ବିଶେଷ କରି ଗ୍ରାମାଞ୍ଚଳ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ କେହି ଜ୍ୱର ବା ରୋଗରେ ପଡିଲେ ସାଧାରଣତଃ ଲୋକମାନେ ଆଧୁନିକ ଚିକିତ୍ସା ସେବା ନ ପାଇ ବା ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ଭରସା କରି ଜଡିବୁଟି ଚିକିତ୍ସା କରିଥାନ୍ତି। ତେବେ ଭଲ ନ ହେଲେ ଗୁଣିଆ ଲାଗିଥିବା ବା ଡାହାଣୀ କ୍ଷତି କରିଥିବା ସନ୍ଦେହ କରି ଗୁଣିଆ ଦେଖାଇଥାନ୍ତି। ଯେତେବେଳେ ରୋଗୀ ଗୁରୁତର ହୋଇଯାଏ ଓ ବିଳମ୍ବରେ ଡାକ୍ତରଖାନା ପହଞ୍ଚେ ସେତେବେଳେ ମୃତ୍ୟୁମୁଖରେ ପଡିଥାଏ ା ଅନେକ ସମୟରେ ଡାହାଣୀ ଲାଗିବା ଯୋଗୁ ବା ପୂଜାପାଠ କରି କ୍ଷତି କରିଥିବା ସନ୍ଦେହ କରି ସନ୍ଦେହର କେନ୍ଦ୍ର ବିନ୍ଦୁ ପାଲଟିଥିବା ମହିଳା/ପୁରୁଷଙ୍କୁ ଆକ୍ରମଣ କରି ହତ୍ୟା କରିଥାନ୍ତି। ଏଣୁ ସନ୍ଦେହର କୌଣସି ସୀମା ନାହିଁ। ଫଳରେ ନିରୀହ ଲୋକମାନେ ଏହାର ଶିକାର ହୋଇ ମୃତ୍ୟୁବରଣ କରୁଥିବାରୁ ଏନେଇ ଲୋକଙ୍କୁ ଶିକ୍ଷିତ କରିବା ସହ ସହଜରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ପୂର୍ବରୁ ଖବର ରଖି ସଚେତନ କରିବା ଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ପୂର୍ବତନ କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଛନ୍ତି।
ଫଟୋ-
ନ୍ଦେୁଝର ଠାରେ ଥିବା ସ୍ମୃତି ପୀଠ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ଲକ୍‌ଡାଉନ୍‌ରେ କୋଳିମାଟି ସାପ୍ତାହିକ ହାଟ ବନ୍ଦ: ନିୟମକୁ ମାନିଲେ ଅଞ୍ଚଳବାସୀ

କୋଳିମାଟି,୨୬।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର ସାପ୍ତାହିକ ହାଟ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ଲାଗି ୨୧...

ଅଙ୍ଗନଓ୍ବାଡି ଶିଶୁକୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ୧ ନଂ. ଅଙ୍ଗନଓ୍ବାଡି କେନ୍ଦ୍ରରେ ଜଣେ ଅଭିଭାବକଙ୍କ ଦ୍ୱାରା ଶିଶୁକୁ ମାଡ ମରାଯିବା...

ଗୋରୁ ସହିତ ଦୁଇଟି ବେଆଇନ କଣ୍ଟେନର ଜବତ, ମାଫିଆ ଫେରାର

କେନ୍ଦୁଝର,୭।୧୨(ସ୍ବ.ପ୍ର): କେନ୍ଦୁଝରରେ ସତନ୍ତ୍ର ଟାସ୍କ ଫୋର୍ସ ଉପରକୁ ଗୁଳି ଚଳାଇ ତିନି କଣ୍ଟେନର ଧରି ଗୋରୁ ମାଫିଆ ଫେରାର ହୋଇ ଯାଉଥିବା ବେଳେ ଦୁଇଟି କଣ୍ଟେନର...

କଳାକାର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ପଞ୍ଜୀକରଣ ଦେୟ ଆଦାୟକୁ ନେଇ କଳାକାର ସଂଘ ପକ୍ଷରୁ ଗୁରୁବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ଲକ୍‌ଡାଉନ୍‌ ପାଇଁ କଳାକାରମାନେ କାମ ନ...

ଝରକା ଗ୍ରୀଲ୍‌ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି...

ପିଲାଙ୍କୁ ଗୋଇଠା ସହ ବେଲ୍ଟରେ ପିଟିଲେ

ପାଟଣା,୧୪ା୪(ସ୍ବ.ପ୍ର.): ୭ଜଣ ପିଲା ଗଁା ଗାଡ଼ିଆରେ ଗାଧୋଇବାରୁ ୨ରୁ ୩ ଜଣ ଉନ୍ମତ୍ତ ଯୁବକ ମାନବିକତା ଭୁଲିଯାଇ ଗୋଇଠା ମାରିବା ସହ ବେଲ୍ଟରେ ନିର୍ମମ ଭାବେ...

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌ : ୧୩ ଗୁରୁତର

କେନ୍ଦୁଝର,୨୦।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ରବିବାର ମଧ୍ୟାହ୍ନରେ ଏକ ଘରୋଇ ରିଜର୍ଭ ବସ ଓଲଟି ପଡି ୧୩ ଜଣ ଯାତ୍ରୀ...

Advertisement
Archives

Model This Week