ଗୁଜୁରାଣରେ ବାଧକ ସ୍ବଳ୍ପ ବେତନ : ଦୁର୍ଦ୍ଦିନରେ ଡ୍ୟାନ୍ସିଂ ହୋମ୍‌ଗାର୍ଡ ପ୍ରତାପ

ଭୁବନେଶ୍ୱର,୨୩।୯ : ହସ ହସ ମୁହଁରେ ଟ୍ରାଫିକ୍‌ ପୋଷ୍ଟରେ ଦିଅନ୍ତି ସିଗ୍‌ନାଲ। ଯଦି କେହି ହେଲ୍‌ମେଟ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥାନ୍ତି ସେ ତାଙ୍କର ସ୍ବତନ୍ତ୍ର ଭଙ୍ଗିରେ ଦିଅନ୍ତି ପରାମର୍ଶ। ଏହିପରି ସହରବାସୀଙ୍କ ହୃଦୟ ଜିଣିଥିବା ସୁପରିଚିତ ଡ୍ୟାନ୍ସିଂ ଟ୍ରାଫିକ୍‌ ହୋମ୍‌ଗାର୍ଡ ପ୍ରତାପ ଖଣ୍ଡୁଆଳ କିନ୍ତୁ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ପେଟରେ ଭୋକ, ମନରେ ଦୁଃଖକୁ ଲୁଚାଇ ରଖି ଆଜି ବି ସେ ନିଜର ଡ୍ୟୁଟିକୁ ଭଗବାନ ଭାବି ଟ୍ରାଫିକ ପରିଚାଳନା କରୁଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଈର୍ଷା ପାଇଁ ସେ ଆଜି ଅଲୋଡ଼ା ହୋଇପଡିଛନ୍ତି।
ପ୍ରତାପଙ୍କ ପ୍ରତି ବଢ଼ୁଥିବା ଲୋକପ୍ରିୟତା ପାଇଁ ଅନେକ ଉଚ୍ଚ ଅଧିକାରୀ ତାଙ୍କ ଉପରେ ଈର୍ଷାନ୍ବିତ ହୋଇ ଡ୍ୟୁଟି ଦେଉନାହାନ୍ତି। କେବେ କେବେ ଯଦି ତାଙ୍କୁ ଏକ ନିଛାଟିଆ ଛକରେ ଡ୍ୟୁଟି ମିଳେ, ସେ ତାହାକୁ ମଧ୍ୟ ଠିକ୍‌ ଭାବେ ପାଳନ କରିଥାନ୍ତି। ଆକ୍ସନ ମାଧ୍ୟମରେ ସିଗ୍‌ନାଲ ଦେବା ସହ ସଚେତନ ମଧ୍ୟ କରିଥାନ୍ତି। ହେଲେ ଅଧିକାରୀଙ୍କ ଅଣଦେଖା ଓ ପରିବାରର ବୋଝ ଭିତରେ ଚାପି ହୋଇଗଲେଣି ପ୍ରତାପ। ମାସକୁ ୯ହଜାର ଟଙ୍କା ବେତନରେ ରାଜଧାନୀରେ ପରିବାର ସହ ନିଜ ଖର୍ଚ୍ଚ ମେଣ୍ଟାଇବା ସମ୍ଭବ ହେଉନି। ପରିବାରର ଭରଣପୋଷଣ ତାଙ୍କ ପାଇଁ ଭାରି ପଡ଼ୁଛି। ଘରେ ଦି ଓଳି ଖାଇବା ଦେବା ପାଇଁ ସେ ଅନେକ ସମୟରେ ଉପାସ ରହି କାର୍ଯ୍ୟ କରୁଛନ୍ତି।
ଏନେଇ ପ୍ରତାପ କହିଛନ୍ତି, ଡ୍ୟାନ୍ସ କରି ସିଗ୍‌ନାଲ ଦେବା ପରେ ଲୋକେ ସିଗ୍‌ନାଲ ମାନିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ସେମାନେ ଟ୍ରାଫିକ ସିଗ୍‌ନାଲ ମାନୁଥିବାରୁ ଏପରି ଡ୍ୟାନ୍ସ କରିବାରେ ତାଙ୍କୁ ଖୁସିଲାଗେ ବୋଲି ସେ କହିଛନ୍ତି। ମୋ ପରି ହୋମ୍‌ଗାର୍ଡମାନଙ୍କୁ ବହୁତ କମ୍‌ ଦରମା ମିଳୁଛି। ମାସକୁ ୩ଦିନ ଛୁଟି ନେଲେ ଦରମା କଟିଯାଇ ୮ ହଜାର ମିଳୁଛି। ସେଥିରୁ ୩ହଜାର ଟଙ୍କା ଘରଭଡା ବାବଦକୁ ଚାଲିଯାଉଛି। ବଳକାରେ ନା ପେଟ ପୁରୁଛି ନା ଦେହ ଲୁଚୁଛି। ଏହି ଟଙ୍କାରେ ସେ ଖାଇବେ କ’ଣ, ଗାଡିରେ ତେଲ ପକାଇବେ କେତେ ଏବଂ ସ୍ତ୍ରୀ ଓ ବାପା ମା’ଙ୍କ ପାଇଁ କିପରି କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କି ପରିବାର ଲୋକଙ୍କ ଦେହ ଖରାପ ହେଲେ ମେଡିସିନ ଦେବାକୁ ଅଧିକାଂଶ ସମୟରେ ଟଙ୍କା ନ ଥାଏ। ସରକାର ଯଦି ହୋମଗାର୍ଡଙ୍କ ଦରମା ବଢାନ୍ତେ ମୋଭଳି ଅନେକଙ୍କ ପରିସ୍ଥିତି ସୁଧୁରି ଯାଆନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତାପଙ୍କ ଘର କେନ୍ଦ୍ରାପଡା ଜିଲାର ପାଟକୁରାର କୋରୁଆ ଗ୍ରାମରେ। ସେ ୯ବର୍ଷ ହେବ ଭୁବନେଶ୍ୱରରେ ହୋମଗାର୍ଡ ଭାବେ ଚାକିରି କରୁଛନ୍ତି। ପ୍ରଥମେ ଶ୍ରୀୟା ଛକରେ ଡ୍ୟୁଟି କରିବା ସମୟରେ ଏଭଳି ଡ୍ୟାନ୍ସ ମାଧ୍ୟମରେ ଟ୍ରାଫିକ ସିଗନାଲ ଦେଇଥିଲେ। ପ୍ରଥମେ ଲୋକେ ତାଙ୍କୁ ନେଇ ଭିନ୍ନ କିଛି ଚିନ୍ତା କରିଥିଲେ। ହେଲେ ପ୍ରତିଦିନ ତାଙ୍କର ମଜାଳିଆ ଟ୍ରାଫିକ ପରିଚାଳନାକୁ ଦେଖି ସହଜରେ ଗ୍ରହଣ କରିନେଇଥିଲେ। ବହୁ ସମୟରେ ସେହିବାଟ ଦେଇ ଯାଉଥିବା ଲୋକେ ମଧ୍ୟ ତାଙ୍କର ଡ୍ୟାନ୍ସିଂ ଟ୍ରାଫିକ୍‌ ପରିଚାଳନାକୁ ଦେଖୁଥିଲେ। ତେବେ ବିଭିନ୍ନ ଝଡ଼ଝଞ୍ଜା ସତ୍ତ୍ୱେ ସେବେଠୁ ଏବେ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ଠିକ୍‌ ଭାବେ ସମ୍ପାଦନ କରି ଆସିଛନ୍ତି ପ୍ରତାପ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଇଲେ

ଚାନ୍ଦବାଲି, ୨୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାଲଗୁଣ୍ଡା ପଞ୍ଚାୟତ ଇଟୁଆ ୧୨ନଂ. ୱାର୍ଡରେ ବୁଥ୍‌ କ୍ୟାପଚରିଂ ଯୋଗୁ ଆସନ୍ତା ୨୩ ତାରିଖରେ...

ଶହୀଦଙ୍କୁ ମିଳୁନି ସମ୍ମାନ

ଢେଙ୍କାନାଳ ଅଫିସ, ୧୧।୧୨: ଶହୀଦ ଶବ୍ଦ କାନରେ ବାଜିବା ମାତ୍ରକେ ସମ୍ମାନରେ ନଇଁଯାଏ ମଥା। ଭାରତ ମାତାର ସୁରକ୍ଷା ପାଇଁ ଜୀବନ ବଳିଦାନ ଦେଇଥିବା ଏପରି ବୀର...

ଘରୋଇ ବିଦ୍ୟାଳୟ ଫି’ ପ୍ରସଙ୍ଗ: ରାସ୍ତାକୁ ଓହ୍ଲାଇଲା ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ରି-ଆଡ୍‌ମିଶନ ଫି, ପରିବହନ ଖର୍ଚ୍ଚ, ଇନ୍‌ଫ୍ରାଷ୍ଟ୍ରକ୍ଚର ଫି, କମ୍ପ୍ୟୁଟର ଫି, ଡେ’ ବୋର୍ଡିଙ୍ଗ୍‌ ଫି ଆଦି ୩ ମାସ...

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ...

ପାଣି ପାଇଁ ରାସ୍ତାରେ ମହିଳା

ହିନ୍ଦୋଳ, ୪।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା...

ଆହୁରି ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୫ା୫(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ନାହିଁ। ଗତ କିଛିଦିନ ହେବ ଲାଗିରହିଥିବା ଝଡ଼ବର୍ଷା ତାତି କମାଇ ଦେଇଛି। ପାରଦ ତଳମୁହାଁ ରହିଛି। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ...

ଆଜି ବିଜୁ ଜୟନ୍ତୀ, ପଞ୍ଚାୟତିରାଜ ଦିବସ

ଭୁବନେଶ୍ୱର,୫ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିବସକୁ ଗୁରୁବାର ବିଜେଡି ପକ୍ଷରୁ ସମଗ୍ର ରାଜ୍ୟରେ ପାଳନ କରାଯିବ। ବିଜୁ ଜୟନ୍ତୀକୁ ରାଜ୍ୟ ସରକାର...

Advertisement
Archives

Model This Week