Posted inଖେଳ

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ଅଦଳବଦଳ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଅଷ୍ଟ୍ରେଲିଆ ଚଳିତ ବର୍ଷ ୨୦୨୦ ବିଶ୍ୱକପ ଆୟୋଜନ କରିବ। ସେହିପରି ଭାରତ ୨୦୨୧ରେ ମଧ୍ୟ ଏହି ମେଗା ଇଭେଣ୍ଟ ଆୟୋଜନ କରିବ। କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଇଭେଣ୍ଟର ଆୟୋଜନ ନେଇ ଅଦଳବଦଳ ହେବା ଉପରେ ସେ ମତ ରଖିଛନ୍ତି। ଆସନ୍ତା ବର୍ଷ ବଦଳରେ ଭାରତ ଚଳିତ ବର୍ଷ ଓ ଚଳିତ ବର୍ଷ ବଦଳରେ ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ କରନ୍ତୁ ବୋଲି କହିଛନ୍ତି।

କୋଭିଡ-୧୯ ସଂକ୍ରମଣ କାରଣରୁ ବିଶ୍ୱକ୍ରୀଡ଼ା ଏବେ ସ୍ଥାଣୁ ପ୍ରାୟ ହୋଇଯାଇଛି। ଅଷ୍ଟ୍ରେଲିଆରେ ଆଗାମୀ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ଟି୨୦ ବିଶ୍ୱକପ ଖେଳାଯିବ। ତେବେ ଏହି ଭାଇରସ୍‌ କାରଣରୁ ବିଶ୍ୱକପ୍‌ ଆୟୋଜନ ଏବେ ଅନିଶ୍ଚିତତା ଆଡକୁ ଚାଲିଯାଇଛି। ପୁଣି ଅଷ୍ଟ୍ରେଲିଆ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତା’ର ସୀମା ସିଲ କରିଛି। ଟୁର୍ନାମେଣ୍ଟ ଅକ୍ଟୋବର ମଝିରେ ଆରମ୍ଭ ହେଉଥିବାରୁ ଏହାର ଆୟୋଜନ ନିଶ୍ଚିତ ଭାବେ କଷ୍ଟକର ବୋଲି ଗାଭାସ୍କର କହିଛନ୍ତି। ଏପଟେ ଯଦି ଭାରତରେ କରୋନା ଭାଇରସ ସଂକ୍ରମଣ ସମସ୍ୟାର ସମାଧାନ ହୁଏ ତେବେ ଭାରତ ଏହି ଟୁର୍ନାମେଣ୍ଟକୁ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରି ପାରିବ। ଠିକ୍‌ ସେହିପରି ଅସନ୍ତାବର୍ଷ ଏହି ସମୟରେ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବା ନେଇ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ପୁଣି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନେଇ ମଧ୍ୟ ଅନିଶ୍ଚିତତା ଜାରି ରହିଛି ଓ ଏହା ସେପ୍ଟେମ୍ବରରେ ଆୟୋଜନ ହେବାର ସମ୍ଭାବାନ ରହିଛି। ଯଦି ଅଦଳବଦଳ ହୁଏ ତେବେ ଆଇପିଏଲ୍‌ ଟି୨୦ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବ। ଏହା ଦ୍ୱାରା ଖେଳାଳିମାନେ ଅଭ୍ୟାସ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଏହାହେଲେ ନଭେମ୍ବରରେ ଟି୨୦ ବିଶ୍ୱକପ୍‌ ଓ ୟୁଏଇରେ ଡିସେମ୍ବରରେ ଏସିଆ କପ୍‌ ଆୟୋଜନ ନେଇ ସମସ୍ୟା ରହିବ ନାହିଁ ବୋଲି ଗାଭାସ୍କର କହିଛନ୍ତି। ତେବେ ପ୍ରଥମେ ଏ ସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମେ ଆଲୋଚନା ଓ ପରେ ଚୁକ୍ତି ହେବା ଆବଶ୍ୟକ। ଏହାପରେ ଯାଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଅନୁମତି ଲୋଡାଯିବ ବୋଲି ୭୦ ବର୍ଷୀୟ ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri