ଗାଁ ପ୍ରବେଶ ପଥ ବନ୍ଦ କଲେ ଲୋକେ

ଭଞ୍ଜନଗର,୨୬।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଲାଗି ଗୁରୁବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ କେତେକ ଗ୍ରାମବାସୀ ଆଲୋଚନା କରି ଗାଁ ପ୍ରବେଶ ପଥକୁ ସିଲ୍‌ କରିଛନ୍ତି। ନିହାତି ଆବଶ୍ୟକ ନ ଥିଲେ ଗାଁ ବାହାରକୁ କେହି ଯିବେ ନାହିଁ। ସେହିପରି ଅନ୍ୟ ଗ୍ରାମର ଲୋକଙ୍କୁ ମଧ୍ୟ ଗାଁରେ ପଶିବାକୁ ଅନୁମତି ଗ୍ରାମବାସୀ ଅନୁମତି ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି । ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ ଗୁଣ୍ଠପଡ଼ା ଗ୍ରାମର ପ୍ରବେଶପଥକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଲକ୍‌ଡ଼ାଉନ୍‌ ଯୋଗୁ ଭଞ୍ଜନଗର ସହରର କେତେକ ଲୋକ ଖାଦ୍ୟ ଯୋଗାଡ଼ କରିପାରୁ ନ ଥିଲେ। ସେମାନଙ୍କ ପାଇଁ ଭଞ୍ଜନଗର ଏନ୍‌ଏସି ମାଧ୍ୟମରେ ଆହାର କେନ୍ଦ୍ର ସହାୟତାରେ ଖାଦ୍ୟ ଯୋଗାଇ ଦିଆଯାଇଛି । କଟକଣା ନ ମାନି ଘରୁ ବାହାରି ବୁଲିବା ଓ ଅନ୍ୟ କେତେକ କାରଣ ଯୋଗୁ ଗୁରୁବାର ସୁଦ୍ଧା ଭଞ୍ଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ୨୬ଜଣଙ୍କୁ ଗିରଫ କରାଯାଇ ପରେ ସେମାନଙ୍କୁ ଥାନାରୁ ଜାମିନରେ ଛଡ଼ାଯାଇଛି । ଭଞ୍ଜନଗର ଉପଖଣ୍ଡରେ ୭,୧୭୮ ଦାଦନ ଶ୍ରମିକ ବୁଧବାର ସୁଦ୍ଧା ଘରକୁ ଫେରିଥିବା ବେଳେ ବିଦେଶରୁ ଫେରିଥିବା ୧୦୦ଜଣ ବର୍ତ୍ତମାନ ଘରେ ରହୁଛନ୍ତି । ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri