ଗରିବୀ ସର୍ଭେ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୨୨-୨: ଦେଶରେ ଗରିବୀର ଆକଳନ କରିବା ଲାଗି ସରକାର ନୂଆ ସର୍ଭେ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ପୋଷଣର ମାତ୍ରା, ପିଇବା ପାଣି, ହାଉସିଂ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଲୋକଙ୍କ ନିକଟରେ କେତେ ପରିମାଣରେ ପହଞ୍ଚୁଛି ତାର ଆକଳନ କରାଯିବ। ଦେଶରେ ଗରିବୀର ସ୍ତର କେମିତି ଅଛି ତାର ଏକ ମୋଟାମୋଟି ଆକଳନ କରିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ନେଉଥିବା କୁହାଯାଇଛି। କିଛି ବର୍ଷ ତଳେ ସରକାର ଗରିବୀ ରେଖାର ବ୍ୟବହାର ବନ୍ଦ କରି ଦେଇଥିଲେ। ଗରିବଙ୍କ ପ୍ରକୃତ ଆକଳନ ଗରିବୀ ସ୍ତର ସମ୍ପର୍କରେ ପତ୍ତା ଲଗାଇବା ଦ୍ୱାରା ସାମାଜିକ କ୍ଷେତ୍ର ସମ୍ପର୍କିତ ଯୋଜନା ପ୍ରଣୟନରେ ସରକାରଙ୍କୁ ଅଧିକ ଲାଭ ମିଳିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
୨୦୧୪ରେ ସି.ରଙ୍ଗରାଜନ କମିଟି ଗରିବଙ୍କ ସଂଖ୍ୟାରେ ୧୦ କୋଟି ବୃଦ୍ଧି ନେଇ ଆକଳନ କରିଥିଲେ। ଏଥି ଲାଗି କମିଟି ସାମଗ୍ରୀ ବ୍ୟବହାର ଏବଂ ପୁଞ୍ଜି ଖର୍ଚ୍ଚକୁ ଆଧାର ଭାବେ ବିଚାର କରିଥିଲେ। ଏହାକୁ ବିଚାର କରିଲେ ଦେଶରେ ଗରିବଙ୍କ ସଂଖ୍ୟା ୩୬.୨ କୋଟି ହେବ। ଏହା ମୋଟ ଜନସଂଖ୍ୟାର ୨୯.୬% ହେବ। ସୁରେଶ ତେନ୍ଦୁଲକର କମିଟି ଦେଇଥିବା ରିପୋର୍ଟ ମୁତାବକ ଗରିବୀ ୨୬.୯୮ କୋଟି ରହିଥିଲା। ଯାହା ଦେଶର ମୋଟ ଜନସଂଖ୍ୟାର ୨୧.୯% ରହିଥିଲା। ୨୦୧୪ରେ ଏନ୍‌ଡିଏ ସରକାର ଏହି ରିପୋର୍ଟକୁ ଖାରଜ କରିଦେଇଥିଲେ। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ଫିଲ୍ଡ ଓ୍ବାର୍କ କରାଯିବ। ଦେଶ ଏବଂ ରାଜ୍ୟଗୁଡିକର ପରଫରମାନ୍ସ କିଭଳି ରହିଛି ସେ ଉପରେ ନଜର ରଖିବାକୁ ନୀତି ଆୟୋଗକୁ କୁହାଯାଇଛି। ସର୍ଭେର ଫଳାଫଳକୁ ଜାତିସଂଘ ଉନ୍ନତୀକରଣ କାର୍ଯ୍ୟକ୍ରମ(ୟୁଏନ୍‌ଡିପି) ମଲ୍ଟି ଡାଇମେନଶନାଲ ପଭର୍ଟି ଇଣ୍ଡେକ୍ସ (ଏମ୍‌ପିଆଇ)ରେ ସାମିଲ କରାଯିବ। ଉକ୍ତ ସୂଚକାଙ୍କରେ ଦେଶର ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣ ମାନର ସ୍ତରକୁ ନେଇ ର଼୍ୟାଙ୍କ ଦିଆଯିବ।
ଏ ନେଇ ନୀତି ଆୟୋଗ ଏବଂ ମନ୍ତ୍ରଣାଳୟ ଅଧିକାରୀଙ୍କ ବୈଠକ ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ଆକଳନ କେଉଁ ଭାବେ କରାଯିବ ସେ ନେଇ ଏଠାରେ ବିଚାର ବିମର୍ଶ ହୋଇଛି। ନୀତି ଆୟୋଗ ଏକ ଗରିବ ସୂଚକାଙ୍କ ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ର଼୍ୟାଙ୍କରେ ରଖାଯିବ। ଅଧିକରୁ ଅଧିକ ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା ଲାଗି ରାଜ୍ୟଗୁଡିକ ମଧ୍ୟରେ ଉତ୍ସାହ ଭାବନା ସୃଷ୍ଟି କରାଯିବାକୁ ପଦକ୍ଷେପ ନିଆଯିବ। ମୋଟାମୋଟି ଭାବେ କହିବାକୁ ଗଲେ ୟୁଏନ୍‌ ପଭର୍ଟି ଇଣ୍ଡେକ୍ସରେ ର଼୍ୟାଙ୍କ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଗ୍ଲୋବାଲ ଇଣ୍ଡେକ୍ସ ମୁତାବକ, ମଲ୍ଟି ଡାଇମେନଶନାଲ ପଭର୍ଟି ପରିଭାଷାରେ ସ୍ବଳ୍ପ ରୋଜଗାର, ଖରାପ ସ୍ବାସ୍ଥ୍ୟ, ହିଂସାର ପ୍ରଭାବ ଭଳି ଅନ୍ୟ ପ୍ରସଙ୍ଗ ସାମିଲ ରହିଛି। ୟୁଏନ୍‌ଡିପିର ସୂଚକାଙ୍କ ଶିଶୁ ମୃତ୍ୟୁ ହାର, ପୋଷଣ, ଶିକ୍ଷା, ଜୀବନ ଧାରଣ ମାନ ଭଳି ବିଭିନ୍ନ ପ୍ରସଙ୍ଗକୁ ଆକଳନରେ ନେଇଥାଏ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ସ୍ବଚ୍ଛତା ଏବଂ ପାନୀୟ ଜଳ ଡାଟାକୁ ସର୍ଭେରେ ନେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri