ଗତ ୫ ବର୍ଷରେ ଖଣି ରାଜସ୍ବ ଆଦାୟ : ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ୨୦୧୮-୧୯ ଆର୍ଥିକ ବର୍ଷରେ ଖଣି ରାଜସ୍ବ ଆଦାୟ ବାବଦକୁ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପାଇଛି। ସରକାର ୨୦୧୮-୧୯ ବର୍ଷରେ ୭୧୦୦ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ଲାଗି ଲକ୍ଷ୍ୟ ରଖିଥିବା ବେଳେ ଏହା ବୃଦ୍ଧି ପାଇ ୧୦୪୭୯.୧୮ କୋଟି ଟଙ୍କା ଆଦାୟ ହୋଇଛି। ମାତ୍ର ୨୦୧୪-୧୫ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଯେତିକି ଖଣି ରାଜସ୍ବ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ ସେହି ସଂଖ୍ୟା ଛୁଇଁପାରିଲେ ନାହିଁ।
ରାଜ୍ୟ ସରକାରଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ,୨୦୧୪-୧୫ ଆର୍ଥିକ ବର୍ଷରେ ୬୩୪୬.୯୮ କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଲକ୍ଷ୍ୟ ଧାର୍ଯ୍ୟରୁ ୧୦୩୬.୮୯ କୋଟି ଟଙ୍କା ହ୍ରାସ ପାଇ ସେହି ଆର୍ଥିକ ବର୍ଷରେ ସରକାର ୫୩୧୦.୦୯ କୋଟି ଟଙ୍କା ଆଦାୟ ହେଲା। ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୬୬୨୬ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଆର୍ଥିକ ବର୍ଷରେ ମଧ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟରୁ ୬୨୮.୨୧ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କଲେ। ସରକାର ସେହି ବର୍ଷ ୫୯୯୭.୭୯ କୋଟି ଟଙ୍କା ରାଜସ୍ବ ଆଦାୟ କରିବାରେ ସକ୍ଷମ ହେଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ସରକାର ୭୦୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିରୁ ୨ ହଜାର କୋଟି ଟଙ୍କାରୁ କମ୍‌ ଆଦାୟ କରିଥିଲେ। ସରକାର ସେହି ବର୍ଷ ୪୯.୨୫.୬୬ କୋଟି ଟଙ୍କାର ରାଜସ୍ବ ଆଦାୟ କରିବାରେ ସକ୍ଷମ ହୋଇଥିଲେ। ସେହିପରି ୨୦୧୭-୧୮ରେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସରକାର ଫେଲ୍‌ ମାରିଲେ। ୬୬୩୦ କୋଟି ଧାର୍ଯ୍ୟ ଲକ୍ଷ୍ୟରୁ ୪୯୯.୦୩ କୋଟି ଟଙ୍କା କମିଯାଇ ସରକାର ୬୧୩୦.୯୭ କୋଟି ଟଙ୍କା ଆଦାୟ କଲେ। ହେଲେ ୨୦୧୮-୧୯ ଆର୍ଥିକ ବର୍ଷରେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବାରୁ ଧାର୍ଯ୍ୟ ହୋଇଥିବା ରାଜସ୍ବ ଲକ୍ଷ୍ୟ ବୃଦ୍ଧି ପାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ୨୦୧୪ରୁ ୨୦୧୯ ମଧ୍ୟରେ ଅର୍ଥାତ୍‌ ୪ ବର୍ଷରେ ସରକାର ଖଣି ରାଜସ୍ବ ବାବଦକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟରୁ ୪୪୩୮.୪୭ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କରିଛନ୍ତି। ସେଥିରୁ ୩୩୭୯.୧୮ କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ଅଧିକ ଆଦାୟ କରି ଭରଣ କରିଛନ୍ତି। ତଥାପି ଗତ ୫ ବର୍ଷରେ ସରକାର ଖଣି ରାଜସ୍ବ ଆଦାୟ ବାବଦକୁ ଲକ୍ଷ୍ୟ ରଖିଥିବା ଅର୍ଥରୁ ୧୦୫୯.୨୯ କୋଟି ଟଙ୍କା କମ୍‌ ଆଦାୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କିଛି ଜିଲାରେ ଝଡବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କୋରାପୁଟ, ରାୟଗଡା,...

ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ।...

ଖୁବ୍‌ଶୀଘ୍ର ଜଟାଧାର ମୁହାଣ ଇସ୍ପାତ ପ୍ରକଳ୍ପ ନିର୍ମାଣ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣରେ ଜେଏସ୍‌ଡବ୍ଲ୍ୟୁ ୧୩.୨ ନିୟୁତ ଟନର ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା...

ପ୍ଲାଷ୍ଟିକ୍‌ ବର୍ଜନ ନିମନ୍ତେ ଶପଥ ନେଲେ କୁନି ପିଲା

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିିତ ହୋଇଯାଇଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ୩ରୁ ୬ ବର୍ଷର କୁନି...

ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପ୍ଲଟ୍‌ ନଂ. ୧...

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପାଟଣାଗଡ/ଖପ୍ରାଖୋଲ,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଗୁରୁବାର ୪...

ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶି ହଡପ ଅଭିଯୋଗ: ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ

ଯୋଡା, ୧୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ଥିବା ଏସେଲ ଖଣି କମ୍ପାନୀର ଆପାହାତୁ ରେଳସାଇଡିଂରୁ ମିଳିଥିବା ଆର୍ଥତ୍କ ସହାୟତା ରାଶିକୁ ହଡପ କରାଯାଇଥିବା...

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪...

Advertisement
Archives

Model This Week