ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି ହେଉଛି। ଗତ କିଛିଦିନ ହେବ ମଙ୍ଗଳା ନଦୀ ମୁହାଣ ପୋତିହୋଇ ସଙ୍କୁଚିତ ହୋଇଯାଇଥିଲା। ଏବେ ଏହି ପ୍ରାକୃତିକ ମୁହାଣ ସମ୍ପୂର୍ଣ୍ଣ ଭାବେ ପୋତିହୋଇ ପ୍ରାୟ ୪୦୦ ମିଟର ଦୂରକୁ ଘୁଞ୍ଚତ୍ ଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ଦୁଇଟି ନୂଆ ଧାର ଖୋଲିଛି। ବାରମ୍ବାର ମଙ୍ଗଳା ନଦୀ ମୁହାଣ ଗତିପଥ ପରିବର୍ତ୍ତନ କରୁଥିବାରୁ ଏହା ସ୍ଥାନୀୟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ନୂଆ କରି ଖୋଲିଥିବା ଦୁଇଧାର ବନ୍ଧ ଖାଉଥିବାରୁ ବାଲିବସ୍ତା ପକାଯାଇଛି।
ହୋଟେଲ ଷ୍ଟର୍ଲିଂ ପଛପାର୍ଶ୍ୱରେ ମଙ୍ଗଳା ନଦୀ ସମୁଦ୍ରରେ ମିଶିଛି। କିନ୍ତୁ ଅଧିକାଂଶ ସମୟରେ ମଙ୍ଗଳା ନଦୀର ଏହି ପ୍ରାକୃତିକ ମୁହାଣ ପୋତି ହୋଇଯାଉଛି। ଫଳରେ ସମୁଦ୍ର ଓ ନଦୀର ଜଳରାଶି ଅନେକ ସ୍ଥାନରେ ମୁହାଣ ସୃଷ୍ଟି କରି ସ୍ଥଳ ଭାଗ ଆଡ଼କୁ ମାଡ଼ୁଛି। ନିକଟରେ ଷ୍ଟର୍ଲିଂ ପଛ ପାର୍ଶ୍ୱରେ ଥିବା ମୁହାଣ ପୋତି ହୋଇଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ପ୍ରାୟ ୩୦ ଫୁଟ ଚଉଡ଼ାର ଦୁଇଟି ଧାର ଖୋଲିଯାଇଛି। ଏହି ଦୁଇଧାର କିଛି ବାଟରେ ମିଶି ମଙ୍ଗଳା ନଦୀରେ ସଂଯୋଗ ହୋଇଛି। ଫଳରେ ଏହି ଧାର ନୂଆ ମୁହାଣ ଭାବେ ପରିଚିତ ହେଉଛି। ଏ ସମ୍ପର୍କରେ ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ କହିଛନ୍ତି, ମୁହାଣ ଘୁଞ୍ଚତ୍ବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ପୁଣି ଯେଉଁଠି ଥିଲା ସେଠାକୁ ଚାଲି ଆସିବ। ଏହାର ସ୍ଥାୟୀ ପ୍ରତିକାର ପାଇଁ ମୁହାଣ ଉଭୟ ପାର୍ଶ୍ୱରେ ଅଧକିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ଲାଗି ନକ୍ସା ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ଆଇସିଜେଡ୍‌ଏମ୍‌ପି (ସମନ୍ବିତ ଉପକୂଳ ଜୋନ ପରିଚାଳନା ପ୍ରକଳ୍ପ) ଯୋଜନାରେ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ। ଏଥିପାଇଁ ୮.୨୩ କୋଟି ଟଙ୍କାର ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇ ଅନୁମୋଦନ ପାଇସାରିଛି। ଏହି ଅର୍ଥରାଶି ମଧ୍ୟ ବଢ଼ିପାରେ। ଖୁବ୍‌ଶୀଘ୍ର ଟେଣ୍ଡର ପରେ କାମ ଆରମ୍ଭ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କୌଣସି ସମୟରେ ମଙ୍ଗଳା ନଦୀ ଓ ସମୁଦ୍ରର ଉଛୁଳା ଜଳରାଶି ଯଦି କୂଳ ଲଙ୍ଘି ପୁରୀ ସହରରେ ପଶେ ତା’ହେଲେ ଧନଜୀବନ କ୍ଷୟକ୍ଷତି ହେବ। ତେଣୁ ଏହାକୁ ଏଡ଼ାଇବା ପାଇଁ ଆଇସିଜେଡ୍‌ଏମ୍‌ପି ଯୋଜନା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା...

୧୦ ଜିଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ୧୦ ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ଜିଲା ପାଇଁ ମଧୁସୂଦନ ପାଢ଼ୀ, କଳାହାଣ୍ଡି ପାଇଁ ସତ୍ୟବ୍ରତ...

ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ଫଟୋ ଓ ଖବରକୁ ନେଇ ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ...

କରୋନାରେ ପୁଅ ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

କବିସୂର୍ଯ୍ୟନଗର,୩ା୭(ଡି.ଏନ୍‌.ଏ.)- କରୋନାରେ ଏକମାତ୍ର ପୁଅଙ୍କ ମୃତ୍ୟୁ ଖବର ଶୁଣି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର...

୨ ହାତୀଙ୍କ ମୃତଦେହ ଠାବ: କାଟି ନେଲେ ଦାନ୍ତ ଓ ଶୁଣ୍ଢ

ଯୋଡା/କେନ୍ଦୁଝର,୧୪।୬(ଡି.ଏନ.ଏ.)(ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ସେକ୍ସନ ଅଧିନସ୍ଥ ବୈତରଣୀ ରିଜର୍ଭ ଫରେଷ୍ଟରେ ରବିବାର ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ମୃତହାତୀଙ୍କ ମଧ୍ୟରେ...

ଡଲଫିନ୍‌ର ଜୀବନ ବଞ୍ଚାଇଲେ ପିଲା

ବାଲେଶ୍ୱର ଅଫିସ, ୩୧।୮- ବାଲେଶ୍ୱର ଜିଲା ଚାନ୍ଦିପୁର ବେଳାଭୂମିର ୯-ମାଇଲ୍‌ଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଡଲଫିନ୍‌ କୂଳକୁ ଚାଲି ଆସିଥିଲା। କୂଳରେ...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୨୦ ଦିନ ପରେ କୋର୍ଟରେ ଠିକାସଂସ୍ଥାର ମାଲିକ-ପୁଅଙ୍କ ଆତ୍ମସମର୍ପଣ

ପାଟଣାଗଡ,୧୯।୫ (ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି...

ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା

ନୟାଗଡ଼ ଅଫିସ,୨୩ା୧୧: ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ତେବେ କିଏ...

Advertisement


Archives

Model This Week