ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ ଫେରିବାରେ ଲାଗିଛନ୍ତି। ଘର ଲିପାପୋଛା ହେବା ସାଙ୍ଗକୁ ନୂଆ ରଙ୍ଗ କରାଯାଇଛି। ସମସ୍ତେ ମିଳିମିଶି ନୂଆଲୁଗା ପରିଧାନ କରି ମକର ଚାଉଳ ଖାଇବା ସହ ଘରେ ଘରେ ଏହି ପର୍ବ ପାଇଁ ପିଠା ପଣା ସହ ନାନା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ମକର ସଂକ୍ରାନ୍ତିଠାରୁ ୩ଦିନ ବ୍ୟାପୀ ଲୋକେ ମଉଜ ମଜଲିସ୍‌ କରନ୍ତି। ମହାନ୍ତ ସମ୍ପ୍ରଦାୟର ଯୁବତୀ ଓ ମହିଳାମାନେ ମକରରେ ଟୁସୁ ଗୀତ ଗାଇ ଗାଁ ନିକଟ ନଦୀନାଳରେ ବୁଡ଼ ପକାଇ ‘ଟୁସୁ ମୁନୀ’ଙ୍କୁ ବିସର୍ଜନ କରିଥାନ୍ତି। କୁମାରୀମାନଙ୍କ ସତୀତ୍ୱର ପ୍ରତୀକ ଏହି ପର୍ବକୁ କୁଡୁମୀ ସମ୍ପ୍ରଦାୟର ଝିଅମାନେ ଅତି ନିଷ୍ଠାରେ ପାଳନ କରିବା ସହ ବ୍ରତ ଉପବାସ ରଖିଥାନ୍ତି। ଏବେ କେତେକ ସ୍ଥାନରେ ୩ ଦିନଧରି ଟୁସୁ, ଟୁସୁ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କୁଡୁମୀ ସମ୍ପ୍ରଦାୟର ଲୋକମାନେ ମକର ପର୍ବର ତୃତୀୟ ଦିନ କୃଷିକାର୍ଯ୍ୟର ଶୁଭାରମ୍ଭ ସ୍ବରୂପ ହଳସୂତ୍ର କରିଥାନ୍ତି। ଏହି ସମ୍ପ୍ରଦାୟର ଘରେ ଘରେ ଛାଙ୍କଲ ପିଠା ଓ ଉନ୍ଧି ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଦିନଟି ସଂକ୍ରାନ୍ତି ହୋଇଥିଲେ ହେଁ ଜିଲାରେ ଘରେ ଘରେ ମାଛ, ଖାସି ଓ କୁକୁଡ଼ା ମାଂସ ତରକାରି ହୋଇଥାଏ। ଆଦିବାସୀମାନଙ୍କ ପାଇଁ ମଧ୍ୟ ଏହା ଏକ ଅବସର ବିନୋଦନର ପର୍ବ। ଧାନ ଅମଳ ପରେ ପଡୁଥିବା ଏହି ପର୍ବ କୃଷକଙ୍କ ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ। କେନ୍ଦୁଝର ଜିଲାର ଭୀମକୁଣ୍ଡ, ବାରାହଟିପୁରା, କେଶରୀକୁଣ୍ଡ, ଧାନବେଣୀ, କାଶିଆ, ବକ୍ସି ବାରିଗାଁ, ମିରିଗି ଖୋଜିର ଅଶନବାହାଳି,ଗୋଜାପଥର ଓ ଡିଆ ନାଳିରେ ମକର ପାଇଁ ଯାତ୍ରା ଓ ଟୁସୁ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସ୍ଥାନୀୟ ପରିବେଶ ଉତ୍ସବ ମୁଖର ହୋଇଥାଏ।
-ବୀର କିଶୋର ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri