ଗଞ୍ଜାମର ୩୩୯ ଗଁ। କୁ ଯାଇପାରୁନି ଆମ୍ବୁଲାନ୍ସ : ଗର୍ଭବତୀ, ଶିଶୁଙ୍କୁ ମିଳୁଛି ୧ ହଜାର ଟଙ୍କା

ଛତ୍ରପୁର,୨୫ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ୩୩୯ ଗଁ।କୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ପରେ ଚିହ୍ନଟ ହୋଇଛି। ଆମ୍ବୁଲାନ୍ସ ଉକ୍ତ ଗଁ।ଗୁଡିକୁ ଯାଇପାରୁ ନ ଥିବାରୁ ଗର୍ଭବତୀଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ, ଶିଶୁ ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲକୁ ଆଣିବାରେ ଅସୁବିଧା ହେଉଛି। ବିଶେଷକରି ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ଆଣିବା ପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଜିଲାର କେତେକ ସ୍ଥାନରେ ଗର୍ଭବତୀ ଓ ରୋଗୀଙ୍କୁ କାନ୍ଧରେ ବୋହି ହସ୍ପିଟାଲକୁ ଅଣାଯାଉଛି। ଏପରିକି ହସ୍ପିଟାଲକୁ ଆସିବା ପୂର୍ବରୁ ରାସ୍ତାରେ ହିଁ ପ୍ରସବ ହେଉଛି। ଦୁର୍ଘଟଣାଗ୍ରସ୍ତଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଆଣାଯାଇ ପାରୁନି। ବିଳମ୍ବ ଯୋଗୁ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ବିଶେଷକରି ସରକାରଙ୍କ ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ପ୍ରସବ ପାଇଁ ହସ୍ପିଟାଲକୁ ଯିବା ପାଇଁ ଉକ୍ତ ଗଁାଗୁଡିକର ଗର୍ଭବତୀମାନଙ୍କୁ ୧ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲାରେ ୩୫ ଟି ୧୦୮ ଓ ୩୯ ଟି ୧୦୨ ଆମ୍ବୁଲାନ୍ସ ରହିଛି। ଗର୍ଭବତୀ ଓ ଅସୁସ୍ଥ ୧ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ହସ୍ପିଟାଲ ନେବାକୁ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ ଆମ୍ବୁଲାନ୍ସ ମଧ୍ୟ ରହିଛି। ତେବେ ଏଥିପାଇଁ ରୋଗୀ ମାନଙ୍କୁ ଭଡା ଦେବାକୁ ପଡୁଛି। ହସ୍ପିଟାଲରୁ ଘରକୁ ମୃତଦେହ ନେବା ପାଇଁ ରେଡ୍‌କ୍ରସ ଦ୍ୱାରା ପରିଚାଳିତ ୩ ମହାପ୍ରୟାଣ ଗାଡି ରହିଛି। ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ଗୋଟିଏ ଏବଂ ବ୍ରହ୍ମପୁର ବଡ ମେଡିକାଲରେ ୨ ଟି ମହାପ୍ରୟାଣ ଗାଡି ରହିଛି। ଅପରପକ୍ଷରେ ଜିଲାର ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ମହାପ୍ର୍ରୟାଣ ଗାଡି ନ ଥିବାରୁ ଏହାର ବ୍ୟବସ୍ଥା କରିବାକୁ ରୋଗୀ କଲ୍ୟାଣ ସମିତି ପକ୍ଷରୁ ସର୍ବସମ୍ମତି ପ୍ରସ୍ତାବ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଥିଲା। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନି। ଭଞ୍ଜନଗର ହସ୍ପିଟାଲରୁ ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ସୁଦ୍ଧା ୫୮ ମୃତଦେହ ମହାପ୍ରୟାଣ ଗାଡି ଯୋଗେ ଘରକୁ ପଠାଯାଇଛି। ସେହିପରି ଜୁଲାଇ ସୁଦ୍ଧା ବ୍ରହ୍ମପୁର ବଡ ମେଡିକାଲରୁ ୧୧୦୬ ମୃତଦେହ ଘରକୁ ପଠାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri