ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଜିଲାର ସମସ୍ତ ଦୋକାନୀ ସାମାଜିକ ଦୂରତା ନିୟମକୁ ପାଳନ କରିବେ। ସେହିଭଳି ଗ୍ରାହକ ମାନେ ମାସ୍କ, ଗ୍ଳୋବ୍ସ, ସାନିଟାଇଜର ବ୍ୟବହାର କରିବେ। ଦୋକାନ ସମ୍ମୁଖରେ ୨ ମିଟର ଦୂରତାର ଗୋଲାକୃତି କରିବାକୁ ପଡିବ। ଦୋକାନ ସମ୍ମୁଖରେ ‘ନୋ ମାସ୍କ ନୋ ଗୁଡ଼ସ’ ବୋର୍ଡ଼ ରହିବ। ଏଥିସହ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କ ସମ୍ବନ୍ଧୀୟ କଣ୍ଟାକ୍ଟ ଡାଏରୀ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦୋକାନ ସିଜ୍‌ ସହ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ବୁଧବାର ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୨୫ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୨୫ ଜଣ...

ଯୁବତୀଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ୍‌,୧।୪: ଝାରସୁଗୁଡ଼ା ଜିଲା ସେସନ୍ସ ଜଜ୍‌ ହର ପ୍ରସାଦ ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ବିଚାର କରି ୩ ଅଭିଯୁକ୍ତ ରମାକାନ୍ତ ନାୟକ, ପ୍ରକାଶ...

ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ

ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ...

ଇଭିନିଙ୍ଗ ୱାକ୍‌ ବେଳେ ଗଲା ଜୀବନ

ଧର୍ମଗଡ,୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ କେବଡ଼ିସ୍ଥିତ ବିଜୁ ଏକ୍ସପ୍ରେସ ୱେ ନିକଟରେ ବୁଧବାର ସନ୍ଧ୍ୟାରେ ଅଜଣା ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ସହକାରୀ ଯନ୍ତ୍ରୀଙ୍କ ୨୮ ପ୍ଲଟ୍‌, ୩ କୋଠା ଠାବ

ଢେଙ୍କାନାଳ ଅଫିସ,୧୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍‌ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ...

ପୁଅକୁ ବିଷ ଦେଇ ମା’ ପିଇଲେ

ସଇଁତଳା, ୧୬ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି...

ବମ୍ବେରେ ନୀତି ଆୟୋଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ: ପ୍ରାଣୀପାଳନ, ମତ୍ସ୍ୟଚାଷ କ୍ଷେତ୍ରକୁ ବୀମାଭୁକ୍ତ କରାଯାଉ

ଭୁବନେଶ୍ୱର,୧୮।୮(ବ୍ୟୁରୋ): କୃଷି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବା ଆବଶ୍ୟକ। କୃଷି କ୍ଷେତ୍ରରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି, କୃଷି ଓ କୃଷିଜାତ ଦ୍ରବ୍ୟର ପରିଚାଳନା, କୃଷି ବଜାର...

ମହାନଦୀ ଗର୍ଭରେ ମନ୍ଦିର ଦଧିନଉତି

ନୟାଗଡ଼ ଅଫିସ,୧୧ା୬: ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ଗୋପୀନାଥ ମନ୍ଦିର ଦଧିନଉତି ମହାନଦୀ ଗର୍ଭରେ ଠାବ ହୋଇଛି। ଭାରତୀୟ କଳା ଓ ସାଂସ୍କୃତିକ...

Advertisement
Archives

Model This Week