ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି ରଖିଛି। ଖାସ୍‌ ଏହି କାରଣରୁ ସେ ଦୈନିକ ସାଇକେଲରେ ଘୂରି ବୁଲୁଛନ୍ତି ଏ ଗଁାରୁ ସେ ଗଁା। କେଉଁଠି କେଉଁ ଖେଳର ଆଦର ଅଛି ତାହା ବୁଝିବା ସହ ସେଠାରେ ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଲୁକ୍କାୟିତ ପ୍ରତିଭାର ସନ୍ଧାନ କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପୋଡାପଡା ଅଞ୍ଚଳର ଶ୍ରୀନିବାସ ପ୍ରଧାନ।
୧୯୪୭ରେ ଜନ୍ମିତ ଶ୍ରୀନିବାସ ଛାତ୍ର ସମୟରେ ଭଲ ଖେଳୁଥିବାରୁ ୧୯୬୫ରେ ସମ୍ବଲପୁର ଜିଲା ପୋଲିସରେ ଯୋଗ ଦେଇଥିଲେ। ପୋଲିସ ବିଭାଗ ପାଇଁ ଜିଲା ଓ ରାଜ୍ୟସ୍ତରୀୟ ଭଲିବଲ, ଫୁଟବଲ ଖେଳି ଅନେକ ଥର ପୁରସ୍କୃତ ହୋଇଥିଲେ। ତେବେ ୨୦୦୨ରେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଖେଳପ୍ରତି ଥିବା ଆଗ୍ରହ ତାଙ୍କୁ ଘରେ ବସାଇ ଦେଇ ନ ଥିଲା। ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ କିପରି ହୋଇପାରିବ ସେଥିପାଇଁ ସେ ଅଣ୍ଟା ଭିଡି ବାହାରି ପଡ଼ିଥିଲେ ସାଇକେଲ ଧରି। ଅନୁଗୋଳ, ଦେବଗଡ଼ ଓ ସମ୍ବଲପୁର ଜିଲାର ପୁରପଲ୍ଲିକୁ ଗସ୍ତ କରି ସେଠାକାର ଯୁବକମାନଙ୍କ ସହ ଆଲୋଚନା କରିବା ଓ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ତାଙ୍କର ଏକ ନିତିଦିନିଆ କାମ ହୋଇଯାଇଛି। ଅନେକ ଗଁା ମିନି ଷ୍ଟାଡିୟମ ବା ଖେଳ ପଡ଼ିଆରେ ଯୁବ ପ୍ରତିଭାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ସହ ପଞ୍ଚାୟତ ଓ ଜିଲାସ୍ତରୀୟ କ୍ରୀଡ଼ାର ମଧ୍ୟ ଆୟୋଜନ କରିସାରିଛନ୍ତି। ବେଳେ ବେଳେ ଏଥିପାଇଁ ତାଙ୍କୁ ୫୦ ରୁ ୬୦ କି.ମି. ପର୍ଯ୍ୟନ୍ତ ସାଇକେଲରେ ଯିବାକୁ ପଡ଼ୁଛି। ବୟସ ୭୩ ଛୁଇଁଥିଲେ ବି ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ। ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତି ତାଙ୍କ ମଧ୍ୟରେ ଥିବା ଏପରି ନିଶା ସମ୍ପର୍କରେ ଶ୍ରୀନିବାସ କୁହନ୍ତି, ସେ ଏବେ ୭୩ ବର୍ଷର ଯୁବକ। ତାଙ୍କ ମଧ୍ୟରେ ଏବେ ବି ଖେଳୁଆଡ଼ ମନୋଭାବ ରହିଛି। ତେଣୁ ଆଖି ବୁଜିବା ପୂର୍ବରୁ ଅନେକ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଯେଉଁମାନେ ନିଜ ମାଟି, ଗାଁ, ରାଜ୍ୟ ଓ ଦେଶର ନାଁ ରଖିବେ, ସେପରି ଖେଳାଳିଙ୍କୁ ଖୋଜି ଖୋଜି ବାହାର କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଅବସର ନେବା ପରେ ଲୋକେ ବିଶ୍ରାମ ନେବାକୁ ଭଲପାଆନ୍ତି। କିନ୍ତୁ ସେ ବିଶ୍ରାମ ପରିବର୍ତ୍ତେ ନିଜ ଜୀବନର ସେକେଣ୍ଡ ଇନିଙ୍ଗ୍‌ସ ଆରମ୍ଭ କରିବାକୁ ଚାହାନ୍ତି। ବିଶ୍ରାମ ନେଲେ ସ୍ନାୟୁଗୁଡିକ ଦୁର୍ବଳ ହୋଇଯିବ। ବାର୍ଦ୍ଧକ୍ୟ ଶୀଘ୍ର କବଳିତ କରିଦେବ। ତେଣୁ ବାର୍ଦ୍ଧକ୍ୟକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଅବସର ପରେ ମଧ୍ୟ ଫିଟ୍‌ ରହିବାକୁ ପଡିବ। ସମାଜର ବା ଅନ୍ୟର ମଙ୍ଗଳ ପାଇଁ କିଛି କାମ କରିପାରିଲେ ଜୀବନର ଅପରାହ୍ନରେ ବି ସମସ୍ତଙ୍କ ଆଦର ପାଇହେବ ବୋଲି ଶ୍ରୀନିବାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା: ଦଳ ଫିଲଟର ହେଉଛି, ସବୁ ଅଳିଆ…

ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri