ଖୋଲିଲା ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଏଣିକି କ୍ୟାପିଟାଲ୍‌ ହସ୍ପିଟାଲରେ ମିଳିବ ଉନ୍ନତ ମାନର ହୃଦରୋଗ ଚିକିତ୍ସା ସେବା। ଏଥି ଲାଗି ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସୋମବାର ହସ୍ପିଟାଲରେ ଏକ ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏହାର ନିର୍ଦ୍ଦେଶକ ଭାବେ ବିଶିଷ୍ଟ ହୃଦ୍‌-ବିଶେଷଜ୍ଞ ଡା. ପ୍ରଭାତ କୁମାର ଦାସ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଥମ ଥର ପାଇଁ ଏଠାରେ ଶିଶୁମାନଙ୍କ ହୃଦ୍‌-ଅସ୍ତ୍ରୋପଚାର ସୁବିଧା ମଧ୍ୟ ମିଳିପାରିବ। କ୍ୟାପିଟାଲ୍‌ ହସ୍ପିଟାଲରେ ପୂର୍ବରୁ ମାସକୁ ହାରାହାରି ୭ଟି ଆଞ୍ଜିଓପ୍ଲାଷ୍ଟ, ଷ୍ଟେଣ୍ଟିଂ ହେଉଥିଲା। ଏଣିକି ଦୈନିକ ୧୫ରୁ ୨୦ ରୋଗୀଙ୍କ ଆଞ୍ଜିଓପ୍ଳାଷ୍ଟ ହୋଇପାରିବ। ଏହାସହ ହୃଦରୋଗୀଙ୍କ ଅନ୍ୟାନ୍ୟ ଜଟିଳ ସମସ୍ୟାର ସହଜ ତଥା ଗୁଣାତ୍ମକ ଚିକିତ୍ସା ଏଠାରେ ସମ୍ଭବ ହୋଇପାରିବ।
ସୋମବାର ଡା. ଦାସ କାର୍ଯ୍ୟରେ ଯୋଗଦେବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ହୃଦ୍‌ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସମ୍ପୃକ୍ତ ରୋଗୀମାନେ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିଲେ। ରାଜ୍ୟରୁ ହଜାର ହଜାର ହୃଦରୋଗୀ ବେଙ୍ଗାଲୁରୁ ଯାଇ ଡା. ଦାସଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ଏବେ ରୋଗୀଙ୍କୁ ଆଉ ବେଙ୍ଗାଲୁରୁ ଯିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ହୃଦ୍‌ ବିଭାଗକୁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଭାବେ ପରିଣତ କରାଯିବ। ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଡିଓଲୋଜି ଚିକିତ୍ସା ଉପଲବ୍ଧ ହେବ। ଏଥିପାଇଁ ସରକାର ଖୁବ୍‌ ତତ୍ପର ଅଟନ୍ତି। ଫଳରେ ରାଜ୍ୟର ସମସ୍ତ ହୃଦ୍‌ରୋଗୀ ଉନ୍ନତ ମାନର ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ଡା. ପ୍ରଭାତ କୁମାର ଦାସ, ଏମ୍‌.ଡି., ଡି.ଏମ୍‌ କାର୍ଡିଓଲୋଜି ଏଫ୍‌ଏସିସି, ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସ, ହ୍ବାଇଟ୍‌ ଫିଲ୍ଡ ବେଙ୍ଗାଲୁରୁ ଓ ପୁଟପୂର୍ତ୍ତିଠାରେ ହେଡ୍‌ ଅଫ୍‌ ଦି ଡିପାର୍ଟମେଣ୍ଟ ଭାବେ କାର୍ଯ୍ୟକରି ଆସୁଥିଲେ। ସେ ଆଜି ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ହୃଦରୋଗୀଙ୍କ ସଫଳ ଚିକିତ୍ସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri