Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପ୍ରିୟଙ୍କା, ଯତୀନ, ଅସମିଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି

ଗୁଆହାଟୀ,୧୨।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମହାରାଷ୍ଟ୍ର ଜିମ୍ନାଷ୍ଟ ଅସ୍‌ମି ଅଙ୍କୁଶ ବଡାଡେ ଓ ଉତ୍ତରପ୍ରଦେଶର ଯତୀନ କୁମାର କାନୋଜିଆ ଦମ୍‌ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ଅଭିଯାନ ଜାରି ରଖିଛନ୍ତି। ଶନିବାର ଏହି ଦୁଇ ଖେଳାଳି ବ୍ୟକ୍ତିଗତ ଭାବେ ୩ଟି ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ପ୍ରଥମ ଦିବସରେ ଷ୍ଟାର ପରଫର୍ମର ଥିଲେ ପ୍ରିୟଙ୍କା ଦାସଗୁପ୍ତା। ସେ ମୋଟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ଏପର୍ଯ୍ୟନ୍ତ ସଫଳତମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଆଥଲେଟିକ ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ୪ଟି ମିଟ୍‌ ରେକର୍ଡ ସୃଷ୍ଟି ହୋଇଥିଲା ଓ ଏହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲା।
ମଧ୍ୟପ୍ରଦେଶର ଅର୍ଜୁନ ଓ୍ବାସ୍‌କାଲ ୧୭ ବର୍ଷରୁ କମ ୩୦୦୦ମି ରେସ୍‌ର ବିଜୟୀ ହୋଇଥିଲେ। ୧୭ ବର୍ଷରୁ କମ୍‌ ଜାଭେଲିନ ଥ୍ରୋ’ରେ ବିବେକ କୁମାର ବାଜି ମାରିଥିଲେ। ସକାଳେ ସେ ୧୮ଟିରୁ ୭ଟି ପଦକ ଜିତିଥିଲେ। ସେହିପରି ୨୧ ବର୍ଷରୁ କମ୍‌ ୫୦୦୦ ମି. ରେସ୍‌ରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଗତଥରର ଚାମ୍ପିୟନ ଅଜିତ କୁମାର ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ବେଳେ ସୁନୀଲ ଦଓ୍ବାର ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଅଜିତ୍‌ ଏକ ସେକେଣ୍ଡର ୧୦୦ ଭାଗରୁ ଭାଗେ କମ୍‌ ସମୟ ନେଇ ବାଜି ମାରିଥିଲେ। ସେ ମୋଟ ଉପରେ ୧୪: ୩୯.୯୯ ସେକେଣ୍ଡ ସମୟ ନେଇ ନୂଆ ମିଟ୍‌ ରେକର୍ଡ କରିଛନ୍ତି।
୨୧ ବର୍ଷରୁ କମ୍‌ ୫୦୦୦ମି. ବାଳିକା ରେସ୍‌ରେ ଉତ୍ତରାଖଣ୍ଡର ଅଙ୍କିତା ୧୬: ୩୮.୭୫ ସମୟ ନେଇ ନୂଆ ମିଟ୍‌ ରେକର୍ଡ କରିବା ସହ ସ୍ବର୍ଣ୍ଣ ହାତେଇଛନ୍ତି। ଭୋଗେଶ୍ୱରୀ ଫୁଲକାନାନି ଇନ୍‌ଡୋର ଷ୍ଟାୟିୟମରେ ଯତୀନ କୁମାର କାନୋଜିଆ ପାରାଲାଲ ବାର୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଗୁରୁବାର ବାଳକ ୧୭ ବର୍ଷରୁ କମ୍‌ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ୩ଟି ସ୍ବର୍ଣ୍ଣ ସହ ସେ ପ୍ରତିଯୋଗିତାରେ ୫ଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ମହାରାଷ୍ଟ୍ରର ଅସମି ଅଙ୍କୁଶ ବଡାଡେ ବାଳିକା ୧୭ ବର୍ଷରୁ କମ୍‌ ରିଦିମିକ୍‌ ଜିମ୍ନାଷ୍ଟିକ୍ସରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ବଲ୍‌ ଓ ରୋପ୍‌ ରୁଟିନ୍‌ରେ ୩ଟି ଯାକ ଇଭେଣ୍ଟରେ ସ୍ବର୍ଣ୍ଣ ହାସଲ କରିଛନ୍ତି। ସେହିପରି ଆସାମର ଉପାସା ତାଲୁକଦାର ଓ ମହରାଷ୍ଟ୍ରର ଶ୍ରେୟା ପ୍ରବୀନ ଭଙ୍ଗାଲେ ଏହି ଇଭେଣ୍ଟରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri